Cricket

ମୁମ୍ବାଇରେ ସଫଳ ହେଲା ଋୁଷଭ ପନ୍ତଙ୍କ ଅସ୍ତ୍ରପ୍ରଚାର

ମୁମ୍ବାଇ : ଦମଦାଦ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର ହୋଇଛି। ଗତ ୬ ତାରିଖରେ ଡ.ପର୍ଦ୍ଦିୱାଲା ଏବଂ ତାଙ୍କ ଟିମଙ୍କ ଦ୍ୱାରା ଏହି ଅସ୍ତ୍ରୋପଚାର କରାଯାଇଛି। ଏବେ ହସ୍ପିଟାଲରେ ସେ ଆହୁରି ୩-୪ ଦିନ ଡାକ୍ତରଙ୍କ ଅବରଭେସନରେ ରହିବେ। ଦୁର୍ଘଟଣା ପରେ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧାର ଆସୁଥିବା କହିଛନ୍ତି ଡାକ୍ତର । ଯେତେବେଳେ ପନ୍ତଙ୍କ ଦୁର୍ଘଟଣା ଘଟିଥିଲା ସେ ଡେରାଡୁନରେ ଚିକିତ୍ସିତ ହେଉଥିଲେ । ପରେ ତାଙ୍କୁ ମୁମ୍ବାଇ ସ୍ତାନାନ୍ତର କରାଯାଇଥିଲା ।ପନ୍ତଙ୍କ ମୁଣ୍ଡର ଦୁଇଟି ସ୍ଥାନରେ ଶକ୍ତ ଆଘାତ ଲାଗିଥିଲା । ତାଙ୍କର ଡାହାଣ ଗୋଡ଼ର ଲିଗାମେଂଟ ଫ୍ୟାକ୍ରଚର ହୋଇଥିବା ଡାହାଣ ରିଷ୍ଟ ସହ ଶରୀରର ଆଉ କିଛି ସ୍ଥାନରେ ମଧ୍ୟ ଗଭୀର ଆଘାତ ଲାଗିଛି । ଡିସେମ୍ବର ୩୦ ତାରିଖରେ ନିଜ ମା’ଙ୍କୁ ସରପ୍ରାଇଜ ଦେବା ପାଇଁ ଦିଲ୍ଲୀରୁ ରୁରକୀ ଯାଉଥିବା ବେଳେ ପନ୍ତଙ୍କ କାର ଡିଭାଇଡରରେ ଧକ୍କା ହୋଇଥିଲା । ସେହି ସମୟରେ ହରିୟାଣା ରୋଡୱେଜର ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର ପନ୍ତଙ୍କୁ ଉଦ୍ଧାର କରିଥିଲେ ଏବଂ ପୋଲିସକୁ ସୂଚନା ଦେଇଥିଲେ ।

Related posts

ଶାହିଦ ଆଫ୍ରିଦି ସରକାରଙ୍କ ପ୍ରଶଂସା କରିବା ପଡିଲା ମହଙ୍ଗା

ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ପାଇଁ ଦଳ ଚୟନ ପୂର୍ବରୁ ଖେଳାଳିଙ୍କ ଫିଟନେସ୍ ରିପୋର୍ଟ ପ୍ରକାଶ

Odisha Sports Bureau

ଶ୍ରୀ ବରାହ ଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିର ପରିଦର୍ଶନ କଲେ ଉପ-ଅଧିନାୟିକା ସ୍ମୃତି ମନ୍ଧାନା

Odisha Sports Bureau