Cricket

ହାର୍ଦ୍ଧିକ ପାଣ୍ଡ୍ୟା ସହ ଡିନର କରିବାର ନଜର ଆସିଛନ୍ତି  ଶୁଭମନ  ଗିଲ  ଓ ଇଶାନ କିଶନ 

ହାର୍ଦ୍ଧିକ ପାଣ୍ଡ୍ୟା ସହ ଡିନର କରିବାର ନଜର ଆସିଛନ୍ତି  ଶୁଭମନ  ଗିଲ  ଓ ଇଶାନ କିଶନ  । ଟେଷ୍ଟ, ତା’ ପରେ ଦିନିକିଆ ସିରିଜ ଜିତିବା ପରେ ଏବେ ଟି-୨୦ ସିରିଜ ଜିତିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ। ଆଜିଠାରୁ ଆରମ୍ଭ ହେବ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟି-୨୦ ସିରିଜର ପ୍ରଥମ ମ୍ୟାଚ । ଟିମର ଦାୟିତ୍ୱ ନେବେ ହାର୍ଦ୍ଦିକ ପାଣ୍ଡ୍ୟା ।  ଟି-୨୦ ମ୍ୟାଚ୍ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ  ସହ  ଈଶାନ କିଶନ ଏବଂ ଶୁବମନ ଗିଲ ଏକାଠି ମସ୍ତି କରୁଥିବା ନଜର ଆସିଛନ୍ତି ।

ହାର୍ଦ୍ଦିକ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଈଶାନ ଏବଂ ଗିଲ ପାଣ୍ଡ୍ୟାଙ୍କ ସହିତ ଏକାଠି ଡିନର କରୁଛନ୍ତି । ଏହି ଫଟୋକୁ ଫ୍ୟାନ୍ସ ପସନ୍ଦ ମଧ୍ୟକରୁଛନ୍ତି ।

ଶୁଭମନ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଚନ୍ତି । ଯେଉଁଥିରେ ସେ ଏକୁଟିଆ ବସିଥିବା ନଜର ଆସିଛନ୍ତି । ଫ୍ୟାନ୍ସ ଲାଇକ କରି ବିଭିନ୍ନ ପ୍ରକାର କମେଣ୍ଟ ବି ଦେଇଛନ୍ତି ।

 ଈଶାନ କିଶନ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରୁହନ୍ତି । କିଛି ଦିନ ପୂର୍ବରୁ ସମୁଦ୍ର କୂଳରେ ବସିଥିବାର ଫଟୋ ସେୟାର କରିଥିଲେ । ଯାହାକୁ ଫ୍ୟାନ୍ସ ବେଶ୍ ପସନ୍ଦ କରିଥିଲେ ।

ଦିନିକିଆ ସିରିଜ ଜିତିବା ପରେ ଆଜିଠାରୁ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍ ଖେଳାଯିବ । ୫ଟି ମ୍ୟାଚ ବିଶିଷ୍ଟ ଟି-୨୦ ମ୍ୟାଚ୍ ପାଇଁ ଭାରତୀୟ ଟିମ୍ ପ୍ରସ୍ତୁତ ରହିଛି । ଆଜି ପ୍ରଥମ ଟି-୨୦ ମ୍ୟାଚ୍ ବ୍ରାଏନ ଲାରା ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ସମୟାନୁସାରେ ଏହି ମ୍ୟାଚ ରାତି ୮ଟାରେ ହେବ ।

ଭାରତୀୟ ସମୟାନୁସାରେ ଆଜି ସନ୍ଧ୍ୟା ୭.୩୦ ମିନିଟରେ ଟସ୍ ପଡିବା ପରେ ରାତି ୮ଟାରୁ ଖେଳ ଆରମ୍ଭ ହେବ । ଟି-୨୦ ମ୍ୟାଚ ପ୍ରସାରଣ ଦୂରଦର୍ଶନରେ ଲାଇଭ ପ୍ରସାରଣ ହେବ । ଏହାଛଡା ଫ୍ୟାନକୋଡ ଆପ୍ ଏବଂ ୱେବସାଇଟ ଏବଂ ଜିଓ ସିନେମା ଜରିଆରେ ଦର୍ଶକ ଲାଇଭ ଷ୍ଟ୍ରିମ କରିହେବ ।

ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ୨୫ଟି ଟି-୨୦ ମ୍ୟାଚ୍ ଖେଳାଯାଇଛି । ସେଥିରୁ ୧୭ଟି ଭାରତ ଜିତିଥିବା ବେଳେ ୱେଷ୍ଟଇଣ୍ଡିଜ ମାତ୍ର ୭ଟି ଜିତିଛି। ଗୋଟିଏ ମ୍ୟାଚ ଡ୍ର ରହିଛି ।

Related posts

ରୋହିତ ଶର୍ମାଙ୍କୁ ବଡ଼ ଦାୟିତ୍ବ ଦେଇଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ

Odisha Sports Bureau

ରୋହିତ ମ୍ୟାଚ୍ ଫି’ର ୧୫ ପ୍ରତିଶତ ଜୋରିମନା ଦେବେ

Odisha Sports Bureau

ମହିଳା ଆଇପିଏଲ ଦଳ କିଣିବା ଏବଂ ଚଳାଇବା ଅଧିକାର ପାଇଁ ବିସିସିଆଇ ଟେଣ୍ଡର ଘୋଷଣା

Odisha Sports Bureau