Cricket

ଇଷାନ୍.. ଇଷାନ୍.. I LOVE YOU… ମଜାଳିଆ ରିପ୍ଲାଏ ଦେଇ ଚାଲିଗଲେ ଷ୍ଟାର କ୍ରିକେଟର

ଇଶାନ କିଶନ… ଏହି ନାମ ୱେଷ୍ଟଇଣ୍ଡିଜରେ ଖୁବ୍‌ ଚର୍ଚ୍ଚା ହେଉଛି ।  ଟେଷ୍ଟ ସିରିଜରେ ଡେବ୍ୟୁ କରି ଅର୍ଦ୍ଧଶତକ ହାସଲ କଲେ। ଏହା ପରେ ବାମହାତୀ ବ୍ୟାଟ୍ସମ୍ୟାନ୍ ମଧ୍ୟ ODI ସିରିଜରେ ଅର୍ଦ୍ଧଶତକ ବର୍ଷା କରିଥିଲେ। ଏହି କାରଣରୁୱେଷ୍ଟଇଣ୍ଡିସରେ ଇଶାନ କିଶନଙ୍କ ଫଲୋର୍ସଙ୍କ ସଂଖ୍ୟା ବଢିଯାଇଛି। କହିବାକୁ ଗଲେ ODI ସିରିଜ୍ ଜିତିବା ପରେ ତାଙ୍କର ଦିୱାନୀ ମିଳି ଯାଇଥିଲା। ଯିଏ ଇଶାନଙ୍କ ପାଇଁ ୪ଘଣ୍ଟା ଅପେକ୍ଷା କରିଥିଲେ ।

ସେ କିଏ ଥିଲେ । ଯିଏ ଇଶାନ୍‌ଙ୍କ ମହିଳା ଫ୍ୟାନ୍ସ । ତାଙ୍କ ପାଇଁ ଥିଲେ ସେ ଦିୱାନୀ । ଇଶାନକୁ ଘଣ୍ଟା ଘଣ୍ଟା କରିଥିଲା ଅପେକ୍ଷା ​​। କିନ୍ତୁ ଅପେକ୍ଷା କରିବା ସତ୍ତ୍ୱେ ତାଙ୍କୁ ନିରାଶ ହେବାକୁ ପଡ଼ିଲା । କାରଣ ଏହି ଭାରତୀୟ କ୍ରିକେଟର ଇଶାନଙ୍କ ଠାରୁ ଯାହା ଚାହୁଁଥିଲେ ତାହା ଦେଇପାରିଲେ ନାହିଁ । କିନ୍ତୁ ଇଶାନ ନିଶ୍ଚିତ ଭାବରେ ସେହି ଝିଅର ହୃଦୟରେ ଏକ ଆଶା ବଢାଇଥିଲେ । ଇଶାନଙ୍କ ଏହି ଦିୱାନୀ ତ୍ରିନିଦାଦର ଅଟନ୍ତି । ଯାହାର ନାମ ଜଣା ପଡି ନଥିଲା କିନ୍ତୁ ଇଶାନଙ୍କ ପ୍ରତି ଥିବା ପ୍ରେମ ନିଶ୍ଚିତ ଭାବରେ କ୍ୟାମେରାରେ କଏଦ ହୋଇଥିଲା । ତାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯେତେବେଳେ ଏହି ଖେଳାଳୀ ପ୍ରଶଂସକମାନଙ୍କୁ ଅଟୋଗ୍ରାଫ୍ ଦେଉଥିଲେ । ସେ ସମୟରେ ଇଶାନ୍ ଏବଂ ସେହି ଯୁବତୀଙ୍କ ମଧ୍ୟରେ ବାର୍ତ୍ତାଳାପ ଆରମ୍ଭ ହୋଇଥିଲା । ଏହି ଝିଅଟି ସିଡ଼ିରେ ଉପର ଠିଆ ହୋଇ ଇଶାନଙ୍କ ନାମକୁ ଜୋରରେ  ଡାକୁଥିଲେ । ଇଶାନ୍‌ଙ୍କୁ ଆଇ ଲଭ ୟୁ ମଧ୍ୟ କହିଥିଲେ ।  ଏହା ପରେ ଯୁବତୀ ଜଣଙ୍କ ଇଶାନଙ୍କୁ ତାଙ୍କ ଜର୍ସି ମାଗିଥିଲେ। ଇଶାନ ତାଙ୍କୁ କହିଥିଲେ ଯେ ତାଙ୍କ ପାଖରେ ଜର୍ସି ନାହିଁ। ପରେ ଇଶାନ ପ୍ରତିଶୃତି ଦେଇଛନ୍ତି ଯେ ପରବର୍ତ୍ତୀ ସମୟରେ ସେ ନିଶ୍ଚିତ ଭାବରେ ତାଙ୍କୁ ଜର୍ସି ଦେବେ।

Related posts

ଇଣ୍ଡିଜ୍ କୁ ପରାସ୍ତ କରିବା ପରେ ‘ହିଟ୍ ମ୍ୟାନ୍’ଙ୍କ ଆତ୍ମବିଶ୍ୱାସ ଆକାଶଛୁଆଁ

Odisha Sports Bureau

ଋଷଭ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ପରେ ଏହି ତାରକା ଖେଳାଳିଙ୍କ ଛୁଟି ସ୍ଥିର

Odisha Sports Bureau

ରେକର୍ଡ଼ ଭାଙ୍ଗିଲା ଟିମ ଇଣ୍ଡିଆ

Odisha Sports Bureau