Cricket

ଆଜି ଗୁଜରାଟ ଟାଇଟନ୍ସକୁ ଭେଟିବ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପରସୁ କିଙ୍ଗ୍ସ

ଅହମ୍ମଦାବାଦ : ଆଇପିଏଲରେ ଆଜି ଖେଳାଯିବ ୫୯ତମ ଲିଗ୍ ମୁକାବିଲା । ଘରୋଇ ଗୁଜରାଟ ଟାଇଟନ୍ସକୁ ଭେଟିବ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପରସୁ କିଙ୍ଗ୍ସ । ଚଳିତ ଆଇପିଏଲରେ ଗୁଜରାଟ ୧୧ଟି ମ୍ୟାଚ୍ ଖେଳି ୮ ପଏଣ୍ଟ ଅର୍ଜନ କରିଛି । ପ୍ଲେ-ଅପ୍ ଯିବାକୁହେଲେ ଆଜିର ମ୍ୟାଚ୍ ଟାଇଟନ୍ସ ପାଇଁ ‘କର ବା ମର’ ପରିସ୍ଥିତି । ଏହି ମ୍ୟାଚ୍ ଜିତିଲେ ଦଳର ପ୍ଲେ-ଅପ୍ ଆଶା ଉଜ୍ଜୀବିତ ରହିବ । ନଚେତ ଦଳ ବିଦାୟ ନେବ । ସୁପର କିଙ୍ଗ୍ସ ୧୨ପଏଣ୍ଟ ହାସଲ କରିସାରିଥିବା ରୁ ଆଜିର ବିଜୟ ସହ ପଏଣ୍ଟ ତାଲିକାର ତୃତୀୟ ସ୍ଥାନକୁ ଉଠିବାକୁ ପ୍ରୟାସ କରିବ। ଉଭୟ ଦଳ ମାର୍ଚ୍ଚ ୨୬ ତାରିଖରେ ମୁହାଁମୁହିଁ ହୋଇଥିଲେ । ସୁପର କିଙ୍ଗ୍ସ ଘରୋଇ ଗ୍ରାଉଣ୍ଡ୍ରେ ଉକ୍ତ ମ୍ୟାଚ୍କୁ ୬୩ ରନରେ ଜିତିଥିଲା । ଏଥର ଟାଇଟନ୍ସ ପ୍ରତିଶୋଧ ନେବାକୁ ପ୍ରୟାସ କରିବ। ପୂର୍ବ କର୍ଡକୁ ନେଇ ମ୍ୟାଚ୍ର ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ମୋଟ୍ ୫ଟି ମ୍ୟାଚରୁ ସୁପରସୁ କିଙ୍ଗ୍ସ ୩ଟି ମ୍ୟାଚ ରେ ବିଜୟୀ ହୋଇଛି । ବର୍ତ୍ତମାନ ଉଭୟ ଦଳ ପେସ୍ ବୋଲିଂ ବିଭାଗକୁ ନେଇ ଚିନ୍ତାରେ ରହିଛନ୍ତି । ମହମ୍ମଦ ସାମିଙ୍କ ଅନୁପସ୍ଥିତି ଟାଇଟନ୍ସର ବୋଲିଂ ବିଭାଗକୁ ଦୁର୍ବଳ କରି ଦେଇଛି । କୌଣସି ପେସ୍ ବୋଲର ଏକାଦଶର ନିୟମିତ ସଦସ୍ୟ ହୋଇପାରି ନାହାନ୍ତି । ସୁପର କିଙ୍ଗ୍ସ ଦଳରେ ସମାନ ସମସ୍ୟା ଦେଖା ଦେଇଛି । ମୁସ୍ତା ଫିଜୁର ରେହମାନ ଓ ମଥିଶା ପତିରଣା ନିଜ ଦେଶକୁ ଫେରିଯାଇଥିବା ବେଳେ ଦୀପକ ଚହର ଆହତ ହୋଇ ବାଦ ପଡ଼ିଛନ୍ତି । ଟାଇଟନ୍ସ ଇତି ମଧ୍ୟରେ ୨୨ଜଣଙ୍କୁ ଖେଳାଇ ସାରିଛି । ତଥାପି ଏକ ସନ୍ତୁଳିତ ଦଳ ଗଠନ କରିବାରେ ବିଫଳ ହୋଇଛି । ତେବେ ଆଜି ମଧ୍ୟ ଦଳରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ବିଜୟ ଶଙ୍କର ଏକାଦଶକୁ ବେରିବେ ବୋଲି କୁହାଯାଉଛି । ହେଲେ ସୁପର କିଙ୍ଗସ ଦଳରେ ପରିବର୍ତ୍ତନ ସମ୍ଭାବନା କମ୍ ରହିଛି। ସିମରଜିତ ସିଂ ହ ଇମ୍ପାକ୍ଟ ଓ ଅଜିଙ୍କ୍ୟ ରାହାଣେ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିବା ନିଶ୍ଚିତ ।
ଅହମ୍ମଦାବାଦ ପିଚ୍ ସାମାନ୍ୟ ମନ୍ଥର ରହିବବୋଲି ଅନୁମାନ କରାଯଉଛୀ । ତଥାପି ବ୍ୟାଟର ମାନେ ପିଚରେ ଭରପୁର ଫାଇଦା ଉଠାଇ ପାରିବେ । ଏଠାରେ ଖେଳାଯାଇଥିବା ୨୧ଟି ମ୍ୟାଚ୍ରୁ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ୧୩ଟି ମ୍ୟାଚ୍ ଜିତି ଛନ୍ତି । ତେଣୁ ଆଜି ମଧ୍ୟ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି ।

 

Related posts

ଅଧିନାୟକ ରୋହିତଙ୍କୁ ବହୁତ ପ୍ରଶଂସା କଲେ ପୂର୍ବତନ ଭାରତୀୟ ଖେଳାଳି; ବିଶ୍ୱକପ୍ ୨୦୨୪ କୁ ନେଇ ଦେଲେ ପ୍ରତିକ୍ରିୟା

Odisha Sports Bureau

ଜସପ୍ରିତ ବୁମରାହଙ୍କୁ ହଠାତ୍ ଟିମ୍ ଇଣ୍ଡିଆରୁ କାହିଁକି ବାହାର କରାଗଲା? ବିସିସିଆଇ ଏହି ରହସ୍ୟ ଉପରେ ସ୍ପଷ୍ଟ କରିଛି।

Odisha Sports Bureau

ବାଙ୍ଗଲାଦେଶ ବିପକ୍ଷରେ ଅଲରାଉଣ୍ଡର ଦୁବେଙ୍କ ଡେବ୍ୟୁ

Odisha Sports Bureau