Cricket

ବର୍ଷା ହେଲେ ବି ଓଦା ହେବନି ବାରବାଟୀ ପଡିଆ

କଟକ: କ୍ରୀଡା ପ୍ରେମୀଙ୍କ ପାଇଁ ଖୁସି ଖବର । ଏଣିକି ବର୍ଷା ହେଲେ ବି ଓଦା ହେବନି ବାରବାଟୀ ପଡିଆ । ବର୍ଷାରୁ ରକ୍ଷା ପାଇଁ ପଡିଆକୁ ସମ୍ପୂର୍ଣ୍ଣ ଭାବେ ଘୋଡାଇ ଦିଆଯିବ । ଏଥିପାଇଁ ବିଦେଶରୁ ବାରବାଟୀ ଷ୍ଟାଡିୟମକୁ ଆସିବ ହୋଭର୍ କଭର୍ । ଏହି କଭର୍ ଜରିଆରେ ପିଚ୍ ସହ ସମ୍ପୂର୍ଣ୍ଣ ଆଉଟ୍‌ଫିଲ୍ଡକୁ ଘୋଡାଇ ଦିଆଯାଇଥାଏ । ଇଡେନ ଗାର୍ଡେନରେ ଏହି ବ୍ୟବସ୍ଥା ଅଛି। ବାରବାଟୀ ପାଇଁ ଲଣ୍ଡନରୁ ଏଭଳି କଭରକୁ ମଗାଯାଇଛି । ତେଣୁ ବର୍ଷା ଆଶଙ୍କା ଥିଲେ ବି ପଡିଆ ଓଦା ହେବନି ବୋଲି ସୂଚନା ଦେଇଛନ୍ତି ଓଡ଼ିଶା କ୍ରିକେଟ୍ ଆସୋସିଏସନର ସମ୍ପାଦକ ସଞ୍ଜୟ ବେହେରା ।

ବାରବାଟୀରେ ଗୋଟିଏ ସୁପରସପର୍ ଅଛି । ତଥାପି ଅଷ୍ଟ୍ରେଲିଆରୁ ଆଉ ଗୋଟିଏ ସୁପରସପର୍ ମଗାଯାଇଛି ବୋଲି କହିଛନ୍ତି ସଞ୍ଜୟ । ଆସନ୍ତା ଜୁନ୍ ୧୨ ତାରିଖରେ ବାରବାଟୀରେ ହେବାକୁ ଥିବା ଭାରତ-ସାଉଥ୍ ଆଫ୍ରିକା ଟିଟ୍ୱେଣ୍ଟି ମ୍ୟାଚ୍‌ରେ ଶତ ପ୍ରତିଶତ ଦର୍ଶକ ବସିବା ନେଇ ବିସିସିଆଇ ପକ୍ଷରୁ ଅନୁମତି ମିଳିଛି । ଯାହା ପରେ ଏବେ ଫ୍ୟାନମାନଙ୍କ ମଧ୍ୟରେ ନାହିଁ ନଥିବା ଖୁସି ଦେଖାଦେଇଛି । ଆସନ୍ତା ୧ ତାରିଖରୁ ଅନ୍‌ଲାଇନରେ ଭାରତ-ସାଉଥ୍ ଆଫ୍ରିକା ଟିଟ୍ୱେଣ୍ଟି ମ୍ୟାଚ୍‌ର ଟିକେଟ୍ ବିକ୍ରି ଆରମ୍ଭ ହେବ । ଆଉ ଜୁନ୍ ୯ ଓ ୧୦ରେ ଅଫଲାଇନ୍ ଟିକେଟ ବିକ୍ରି ହେବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ମ୍ୟାଚ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।

Related posts

ଆଇସିସି ଦିନିକିଆ ରାଙ୍କିଙ୍ଗ : ଗିଲ ନମ୍ବର ୱାନ ବ୍ୟାଟର, ସିରାଜ ନମ୍ବର ୱାନ ବୋଲର

Odisha Sports Bureau

ତିଲକ ବର୍ମାଙ୍କୁ ‘ଅନ୍ଧେରେ’ କହି ବିବାଦରେ ଅର୍ଶଦୀପ…

Odisha Sports Bureau

ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ଆଗାମୀ ଆଇପିଏଲ୍‌ ସଂସ୍କରଣରେ ଖେଳିବା ନେଇ ଆଶଙ୍କା

Odisha Sports Bureau