Cricket

ଟି-20 ଏବଂ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ଭିତରେ ହେବାକୁ ଥିବା ଟି-୨୦ ସିରିଜ୍ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଏହି ସିରିଜ୍ ପାଇଁ କେ. ଏଲ.ରାହୁଲଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ତେବେ ଦଳର ବଡ ଚେହେରା ରୋହିତ ଶର୍ମା, ବିରାଟ କୋହଲିଙ୍କୁ ଏହି ସିରିଜରୁ ବିଶ୍ରାମ ଦିଆଯାଇଛି । ଏହି ଘରୋଇ ସିରିଜ୍ ପାଇଁ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି | ତା ସହିତ ନୂଆ ମୁହଁଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି ।

ଆଇପିଏଲ୍ ଶେଷ ହେବା ପରେ ଜୁନ୍ ୯ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜ୍ ଖେଳାଯିବ | କାରଣ ଜୁଲାଇ ୧ରୁ ଇଂଲଣ୍ଡରେ ଖେଳାଯିବାକୁ ଥିବା ଅନ୍ତିମ ଟେଷ୍ଟ ମ୍ୟାଚ ପାଇଁ ସମସ୍ତେ ବ୍ୟସ୍ତ ରହିବେ | ଏହି ମ୍ୟାଚ୍ ଗତ ବର୍ଷ ଖେଳାଯାଇଥିବା ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜର ଏକ ଅଂଶ, ଯାହାର ଶେଷ ମ୍ୟାଚ୍ କରୋନା ମାମଲା ହେତୁ ସ୍ଥଗିତ ରଖାଯାଇଥିଲା |

ଅନ୍ୟପଟେ ଦୀର୍ଘ ଦିନର ବ୍ୟବଧାନ ପରେ ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ଭଳି ଖେଳାଳି ଟି-୨୦ ସିରିଜ୍ ପାଇଁ ଡକରା ପାଇଛନ୍ତି । ଜମ୍ମୁ କାଶ୍ମୀରର ଦ୍ରୁତ ବୋଲର ଉମରାନ୍ ମଲ୍ଲିକ ଏବଂ ପଞ୍ଜାବର ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂ ପ୍ରଥମ ଥର ପାଇଁ ଜାତୀୟ ଦଳ ପାଇଁ ମନୋନୀତ ହୋଇଛନ୍ତି।

ଆଇପିଏଲରେ ଜବରଦସ୍ତ ଫର୍ମ ଦେଖାଇଥିବା ଦୀନେଶ କାର୍ତ୍ତିକ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି। କିନ୍ତୁ ଅଧିନାୟକତ୍ୱ ପାଇଁ ଦୃଢ଼ ପ୍ରତିଯୋଗୀ ଥିବା ଶିଖର ଧାୱନଙ୍କୁ ଦଳରେ ସ୍ଥାନ ମିଳିନି।କେ ଏଲ ରାହୁଲ ଦଳର ଅଧିନାୟକତ୍ୱ ଗ୍ରହଣ କରିବେ।ସେପଟେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ମଧ୍ୟ ଭାରତୀୟ ଦଳ ଘୋଷଣା ହୋଇଛି । ଏତିରେ ରୋହିତ ଶର୍ମା ଦଳର କମାଣ ସମ୍ଭାଳିବେ । ଏହି ସିିରିଜ୍ ପାଇଁ କେ ଏଲ ରାହୁଲ ଉପ ଅଧିନାୟକ ନିଯୁକ୍ତ ହୋଇଛନ୍ତି ।

  • ଦକ୍ଷିଣ ଆଫ୍ରିକା ସିରିଜ୍ ପାଇଁ T20 ଭାରତୀୟ ଦଳ

କେ.ଏଲ ରାହୁଲ(ଅଧିନାୟକ), ରୁତୁରାଜ ଗାଯକଓ୍ବାର୍ଜ, ଇଶାନ କିସାନ୍, ଦୀପକ ହୁଡା, ଶ୍ରେୟସ ଆୟର, ଋଷଭ ପନ୍ଥ, ଜୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଭେହ୍କେଟେସ ଆୟର, ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ , ଅକ୍ଷର ପଟେଲ୍, ରବି ବିଶ୍ନୋୟୀ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଆବେଶ ଖାନ, ଅର୍ଶଦୀପ ସିଂ ଓ ଉମ୍ରାନ ମଲିକ୍।

  • ଇଂଲଣ୍ଡ ଟେଷ୍ଟ ପାଇଁ ଦଳ ଘୋଷିତ

ରୋହିତ ଶର୍ମା, ଅଧିନାୟକ, କେ.ଏଲ ରାହୁଲ (ଉପଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟାର, ଚେତେସ୍ବର ପୁଜାରା, ରିଷଭ ପନ୍ଥ, କେଏସ ଭାରତ, ରବିନ୍ଦ୍ର ଜାଡେଜା, ଆର୍ ଅଶ୍ୱିନ୍, ଶ୍ରଦ୍ଦୁଳ ଠାକୁର, ମହମ୍ମଦ ସାମି, ଜଶପ୍ରୀତ୍ ବୁମରା, ମହମ୍ମଦ ସିରାଜ୍, ଉମେଶ ଯାଦବ ଓ ପ୍ରସିଦ୍ଧ କ୍ରିଷ୍ଣା।

Related posts

ହାଇଦ୍ରାବାଦରେ ଖେଳାଯିବ ଆଇପିଏଲ ଫାଇନାଲ ମ୍ୟାଚ

Odisha Sports Bureau

ସହିଦଙ୍କ ନାମରେ ଆଇପିଏଲ୨୦୧୯ର ଉଦଘାଟନୀ ସମାରୋହ

Odisha Sports Bureau

ବିରଳ ସଫଳତା ଅର୍ଜନ କରିଛି ଅଷ୍ଟ୍ରେଲିଆ ମହିଳା ଦଳ

Odisha Sports Bureau