Cricket

ମ୍ୟାଚରେ ନଜର ଆସିଲେ ଇଶାନଙ୍କ ଗାର୍ଲଫ୍ରେଣ୍ଡ ଆଦିତି

ମୁମ୍ବାଇ : ପୁଣି ଜଣେ ମିଷ୍ଟ୍ରି ଗାର୍ଲ । ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଚାଲିଥିବା ମ୍ୟାଚରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମିଷ୍ଟ୍ରି ଗାର୍ଲ। ମୁମ୍ବାଇର ଓ୍ଵାଙ୍ଖେଡ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚ ଦେଖିବା ପାଇଁ ଆସିଥିବା ମିଷ୍ଟ୍ରି ଗାର୍ଲଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଫଳରେ ଏହି ଯୁବତୀ ଜଣକ ଇଣ୍ଟରନେଟ ସେନସେସନ ପାଲଟିଯାଇଥିଲେ। ମ୍ୟାଚ ସମୟରେ କ୍ୟାମେରା ଫୋକସରେ ରହିଥିଲେ ମିଷ୍ଟ୍ରି ଗାର୍ଲ ଉପରେ ।

ଯୁବତୀ ଜଣକ ମ୍ୟାଚକୁ ନେଇ ବିଭିନ୍ନ ପ୍ରକାର ରିଆକ୍ସନ ଦେଉଥିଲେ, ଯାହା ଚର୍ଚ୍ଚାକୁ ଆସିଥିଲା।ସୋସିଆଲ ମିଡିଆରେ ଯେଉଁ ଯୁବତୀଙ୍କ ଫଟୋ ଭାଇରାଲ ହେଲା, ଫ୍ୟାନ୍ସ ଯୁବତୀଙ୍କୁ ଜାଣିବା ପାଇଁ ଉତ୍କଣ୍ଠା ସହିତ ଚାହିଁ ବସିଲେ। କିନ୍ତୁ ଯୁବତୀ ଜଣକ ଆଉ କେହି ନୁହଁନ୍ତି ବରଂ ମୁମ୍ବାଇ ଇଣ୍ଡିଆନ୍ସର ଜବରଦସ୍ତ ବ୍ୟାଟର ଈଶାନ କିଶନଙ୍କ ଗାର୍ଲଫ୍ରେଣ୍ଡ ଆଦିତି ହୁଣ୍ଡିଆ ବୋଲି ଜଣାପଡିଥିଲା। ଯିଏ ଈଶାନଙ୍କୁ ସପୋର୍ଟ କରିବା ପାଇଁ ଷ୍ଟାଡିୟମରେ ପହଞ୍ଚିଥିଲେ।ଈଶାନ କିଶନଙ୍କ ଗାର୍ଲଫ୍ରେଣ୍ଡ ଆଦିତି ପେଶାରେ ଜଣେ ମଡେଲ।

ସେ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାନ୍ତି। ଆଦିତି ଇଣ୍ଟରନ୍ୟାସନାଲ ସ୍କୁଲରେ ପାଠପଢା ସାରିବା ପରେ ସେଣ୍ଟ ଜାଭିଅର କଲେଜରେ ବିଜନେସ ଆଡମିନିଷ୍ଟ୍ରେସନ ପାଠ ପଢିଛନ୍ତି। ଆଉ ମ୍ୟାଚ ତାଙ୍କୁ ବହୁତ ଭଲ ଲାଗେ ଏବଂ ତାଙ୍କ ବୟଫ୍ରେଣ୍ଡଙ୍କୁ ସପୋର୍ଟ କରିବା ସହ ବହୁତ ଏଞ୍ଜୟ କରିଥିଲେ ।

Related posts

ବିସିସିଆଇ ଅମ୍ପାୟାର ଭାବେ ଓଡିଆ ପୁଅ ମନୋନୀତ

Odisha Sports Bureau

ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜ୍କୁ ୫ ୱିକେଟ୍ ରେ ପରାସ୍ତ କଲା ଭାରତ

Odisha Sports Bureau

ଆମେରିକାକୁ କ୍ରିକେଟ୍ ନିଶା

Odisha Sports Bureau