Cricket

ଏଲିମିନେଟର ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଟକ୍କର

ନୂଆଦିଲ୍ଲୀ: ଆଜି ଏଲିମିନେଟର ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ ଟକ୍କର। ଆଜି ଯେଉଁ ଟିମ୍ ଜିତିବ ଫାଇନାଲ୍ ପାଇଁ ଦ୍ୱିତୀୟ କ୍ୱାଲିଫାୟାରରେ ରାଜସ୍ଥାନ ସହ ମୁକାବିଲା କରିବ।

ଅନ୍ୟପଟେ ପ୍ରଥମ ଟିମ୍ ଭାବେ ଫାଇନାଲ୍‌ରେ ପ୍ରବେଶ କରିଛି ଟେବୁଲ ଟପ୍ପର ଗୁଜରାଟ ଟାଇଟନ୍ସ। ଗତକାଲି ଖେଳାଯାଇଥିବା ପ୍ରଥମ କ୍ୱାଲିଫାୟାରରେ ରାଜସ୍ଥାନ ରୟାଲ୍ସକୁ ୭ ଓ୍ୱିକେଟ୍‌ରେ ହରାଇ ଫାଇନାଲ୍‌ରେ ପହଞ୍ଚିଛି। ଗୁଜରାଟ କୋଲକାତା ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ମ୍ୟାଚ୍‌ରେ ଗୁଜରାଟ ଟସ୍ ଜିତି ରାଜସ୍ଥାନକୁ ପ୍ରଥମେ ବ୍ୟାଟିଂ ଛାଡ଼ିଥିଲା। ଜୋ ବଟଲରଙ୍କ ୮୯ ରନ୍‌ର ଭାଗିଦାରୀ ବଳରେ ଦଳ ନିର୍ଦ୍ଧାରିତ ଓଭରରେ ୬ ଓ୍ୱିକେଟ୍ ହରାଇ ୧୮୮ ରନ୍ କରିଥିଲା। ୧୮୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ଗୁଜରାଟ ୩ ଓ୍ୱିକେଟ୍ ହରାଇ ୩ ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଦଳ ପକ୍ଷରୁ ଡେଭିଡ୍ ମିଲର ସର୍ବାଧିକ ୬୮ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନ୍ କରି ଅପରାଜିତ ରହିଥିଲେ।

Related posts

ମହିଳା ଟି- ୨୦ ବିଶ୍ୱକପ୍ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କଲା ଭାରତ

Odisha Sports Bureau

ଓଭାଲରେ ବିରାଟ ରେକର୍ଡ

Odisha Sports Bureau

ସ୍ୱେଦେଶ ଫେରୁଛନ୍ତି ବିଶ୍ୱକପ ବିଜୟୀ ଭାରତୀୟ ଦଳ

Odisha Sports Bureau