Cricket

ଦାଦାଙ୍କ ଉପରେ ଜୟଙ୍କ ବିଜୟ

ନୂଆଦିଲ୍ଲୀ: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ ଶାହଙ୍କ ମଧ୍ୟରେ ଶୀତଳ ଯୁଦ୍ଧ । ତେବେ ଏହି ଯୁଦ୍ଧ କୋଲକାତାର ଇଡେନ ଗାର୍ଡେନରେ ଦେଖିବାକୁ ମିଳିଛି । ଯେଉଁଥିରେ ବାଜି ମାରିଛନ୍ତି ସମ୍ପାଦକ ଜୟ ଶାହ । ମାତ୍ର ୧ ପାଦ ପଛରେ ରହି ଯାଇଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ।


ସୂଚନା ଅନୁସାରେ, ବିସିସିଆଇର ସାଧାରଣ ବୈଠକ ପୂର୍ବରୁ ଇଡେନ ଗାର୍ଡେନଠାରେ ଶୁକ୍ରବାର ୧୫ ଓଭର ବିଶିଷ୍ଟ ଏକ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ମ୍ୟାଚର ଷଷ୍ଠତମ ଓଭରରେ ପଡିଆକୁ ଓହ୍ଲାଇଥିଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ମାତ୍ର ୨୦ଟି ବଲ ଖେଳି ୨ ଛକା ଏବଂ ୪ ଚୌକା ସହ ୩୫ ରନ ସଂଗ୍ରହ କରିଥିଲେ । ତେବେ ମ୍ୟାଚର ନିୟମ ଅନୁସାରେ କିଛି ବଲ ଖେଳି ରିଟାୟାର ହୋଇଥିଲେ ସୌରଭ । ତେଣୁ ତାଙ୍କ ଦଳ ମାତ୍ର ୧ ରନ ପଛରେ ରହି ପରାଜୟ ବରଣ କରିଥିଲା । ଗାଙ୍ଗୁଲିଙ୍କ ହୋମ୍ ଗ୍ରାଉଣ୍ଡରେ ବିସିସିଆଇ ସମ୍ପାଦକ ଜୟ ଶାହ ନିଜ ସ୍ପିନ ବୋଲିଂର ଯାଦୁ ଦେଖାଇଥିଲେ । ସେ ୭ ଓଭରରେ ୫୮ ରନ୍ ଦେଇ ୩ ଓ୍ୱିକେଟ୍ ନେଇଥିଲେ । ତେଣୁ ଜିତିବା ସହଜ ହୋଇଥିଲା ।

BCCI AGM Festival Match: Jay Shah wrecker-in-chief; Team Ganguly falls short by one run - myKhel

ଜୟ ଶାହ ପ୍ରଥମେ ମହମ୍ମଦ ଆଝାରୁଦ୍ଦୀନଙ୍କ ଓ୍ୱିକେଟ୍ ଅକ୍ତିଆର କରିଥିଲେ । ସେ ୨ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଆହୁରି ମଧ୍ୟ ଗୋଆ କ୍ରିକେଟ୍ ଆସୋସିଏସନର ସୁରଜ ଲୋଟାଲିକରଙ୍କୁ ମଧ୍ୟ ଶାହ ଆଉଟ୍ କରିଥିଲେ । ଉତ୍ତର ବଙ୍ଗ କ୍ରିକେଟ୍ ସଙ୍ଘର ସଭାପତି ଅଭିଷେକ ଡାଲମିୟା ମଧ୍ୟ ଶାହଙ୍କ ଶିକାର ହୋଇଥିଲେ ।
ଗାଙ୍ଗୁଲି ମାତ୍ର ୨୦ ବଲରୁ ୩୫ ରନ୍ କରିଥିଲେ । ୨ ବଲରେ ସେ ନିଜ ପସନ୍ଦର ସଟ୍ ଖେଳିଥିଲେ । ଏପରିକି ଅଫସାଇଡ୍ ଡ୍ରାଇଭ୍ ମାରିଥିଲେ ।

ସୂଚନାଯୋଗ୍ୟ, ବିସିସଆଇର ଏଜିଏ ବୈଠକ ପୂର୍ବରୁ ଏହି ମୁକାବିଲା ଖେଳାଯାଇଥିଲା । ମୁହାଁମୁହିଁ ହୋଇଥିଲେ ଟିମ୍ ପ୍ରେସିଡେଣ୍ଟ୍ ଅର୍ଥାତ ସୌବ ଗାଙ୍ଗୁଲିଙ୍କ ଦଳ ଓ ଟିମ୍ ସେକ୍ରେଟାରୀ ଅର୍ଥାତ ଜୟ ଶାହଙ୍କ ଦଳ । ପ୍ରଥମେ ବ୍ୟାଟିଂ କରି ଜୟ ଶାହଙ୍କ ଟିମ୍ ୧୫ ଓଭରରେ ୧୨୮ ରନ୍ କରିଥିଲା । ଜବାବରେ ଗାଙ୍ଗୁଲିଙ୍କ ଟିମ୍ ୧୨୭ ରନ୍ କରିପାରିଥିଲା ।

Related posts

ଶୁବମନ ଙ୍କ ଜାଗାରେ କେଏଲ ରାହୁଲ ଅଧିନାୟକ

Odisha Sports Bureau

କ୍ୟାନ୍ସରରେ ପୀଡିତ ଅଷ୍ଟ୍ରେଲିଆ ଟିମର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ

Odisha Sports Bureau

ଆଇପିଏଲ ୧୨ରେ ବିଜୟରୁ ଅଭିଯାନ ଆରମ୍ଭ କଲା ସୁପରକିଙ୍ଗସ୍

Odisha Sports Bureau