Cricket

ବାରବାଟୀ ଷ୍ଟାଡିଅମକୁ ଦର୍ଶକଙ୍କ ପ୍ରବେଶ: ଟିକେଟ କଳାବଜାରୀ ଉପରେ ରୋକ୍ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ବଢ଼ୁଛି ଦର୍ଶକଙ୍କ ହାର୍ଟବିଟ୍ ।ସୁପର ସନ୍‌ଡେ’ରେ ଦେଖିବାକୁ ମିଳିବ ସୁପର ମୁକାବିଲା। ପିଚ୍ ରେଡି, ଗ୍ରାଉଣ୍ଡ ରେଡି, ଷ୍ଟାଡିୟମ ବି ତୟାର। ଇଣ୍ତିଆ ଇଣ୍ତିଆ ଧ୍ୱନିରେ କମ୍ପିବ ବାରବାଟୀ ଷ୍ଟାଡିଅମ । ଆଜି ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ସିରିଜର ଦ୍ୱିତୀୟ ଟି-୨୦କୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଅଢେଇ ବର୍ଷ ପରେ ଆଜି ବାରବାଟୀରେ ଟି-୨୦ ମ୍ୟାଚ ଖେଳାଯିବ । ଆଉ କିଛି ସମୟ ପରେ ବାରବାଟିରେ ଆରମ୍ଭ ହେବ ଟି-୨୦ ମ୍ୟାଚ ।ଅନ୍ୟପକ୍ଷେ ଦର୍ଶକଙ୍କ ପାଇଁ ଖୋଲା ହୋଇଯାଇଛି ବାରବାଟୀ ଷ୍ଟାଡିଅମ ଗେଟ । ଧିରେ ଧିରେ କରି ଷ୍ଟାଡିଅମ ମଧ୍ୟକୁ ପ୍ରବେଶ କରୁଛନ୍ତି କ୍ରିକେଟ ଫ୍ୟାନ୍ସ ।ତେବେ ଟିକେଟ କଳାବଜାରୀ ରୋକିବା ନିମନ୍ତେ ଟିକେଟର ଯାଞ୍ଚ ସହ ବାରକୋଡ଼ ସ୍କାନିଂ କରାଯାଉଛି । ଟିକେଟ କଳାବଜାରୀ ଉପରେ କଡା ନଜର ରଖିଛି ପୋଲିସ ।

ସାତ ବର୍ଷ ତଳେ ଭାରତ ଏହି ପିଚରେ ଦକ୍ଷିଣ ଆଫ୍ରିକା ବିରୋଧରେ ପରାଜୟ ହୋଇଥିଲା । ଆଉ ଆଜି ସମାନ ପିଚରେ ଭାରତ ଦକ୍ଷିଣ ଆଫ୍ରିକା ପାଖରୁ ଆଜି ପ୍ରତିଶୋଧ ନେବ ବୋଲି ଭାରତୀୟ କ୍ରୀଡାପ୍ରେମୀ ଆଶା ରଖିଛନ୍ତି । ମ୍ୟାଚ ପୂର୍ବରୁ ଶନିବାର ଉଭୟ ଦଳର ଖେଳାଳି ଜୋରଦାର ପ୍ରାକ୍ଟିସ୍ କରିଥିଲେ ।ସେପଟେ ଭାରତ କଟକରେ କମ୍ ବ୍ୟାକ୍ କରିବ ବୋଲି ଦୃଢତାର ସହ କହିଥିଲେ ଭୁବନେଶ୍ବର କୁମାର ।

ତେବେ ପଡିଆ ଭିତରକୁ ଯିବାକୁ ହେଲେ ଦର୍ଶକଙ୍କ ପାଇଁ ଅନେକ କଟକଣା ଲଗାଯାଇଛି । ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ନିଜ ନିଜ ଗେଟ୍ ଦେଇ ଭିତରକୁ ଯିବେ ଦର୍ଶକ । ସାଙ୍ଗରେ କେବଳ ମୋବାଇଲ୍ , ଚଷମା, ଟିକେଟ୍ , ମାସ୍କ ନେଇପାରିବେ । ପାଣି ବୋତଲ, ହେଲମେଟ୍, ଖୁଚୁରା ପଇସା ଏବଂ ଖାଇବା ପ୍ୟାକେଟ୍ ନେବା ମନା ହୋଇଛି । ସେହିଭଳି ବ୍ୟାଗ୍, ଲାଠି, ଲାଇଟର ଏବଂ ଦିଆସିଲି ବକ୍ସ ନେବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।ଅନ୍ୟପଟେ ବାରବାଟୀରେ କିଏ ମାରିବ ବାଜି? ତାକୁ ସମସ୍ତଙ୍କ ଅପେକ୍ଷା ।

Related posts

ଖୁବ ଶୀଘ୍ର ବିସିସିଆଇ ନିର୍ବାଚନ

Odisha Sports Bureau

ଟେଷ୍ଟ କ୍ରିକେଟରେ ଭାରତ ସର୍ବକାଳୀନ ସର୍ବନିମ୍ନ ସ୍ତରରେ ପହଞ୍ଚିଲା

Odisha Sports Bureau

୧୫ ବର୍ଷ ପରେ, ବିରାଟ କୋହଲିଙ୍କୁ ଏହି ଦଳରେ ପ୍ରବେଶ ମିଳିଛି

Odisha Sports Bureau