Cricket

ଆରମ୍ଭ ହେଲା ଟିମ୍ ଇଣ୍ଡିଆର ମିଶନ ଇଂଲଣ୍ଡ

ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ଏବେ ଲିଷ୍ଟରରେ ପହଞ୍ଚିସାରିଛି । ଯେଉଁଠି ଦଳ ନିଜର ଅଭ୍ୟାସ ମ୍ୟାଚ୍ ଖେଳିବ । ତେବେ ଜୁଲାଇ ୧ରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବାବେଳେ, ଟିମ୍ ଇଣ୍ଡିଆ ଏଥିପାଇଁ ପ୍ରସ୍ତୁତି ଚଳାଇଛି ।

ଟିମ୍ ଇଣ୍ଡିଆ ଇଂଲଣ୍ଡରେ ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳିବ । ଯାହାକି ଗତ ବର୍ଷ ହୋଇଥିବା ସିରିଜର ଶେଷ ମ୍ୟାଚ୍ । ପୂର୍ବରୁ ଏହି ସିରିଜରେ ଭାରତ ୨-୧ରେ ଆଗୁଆ ଅଛି । ତେଣୁ ଯଦି ଏହି ଟେଷ୍ଟ ମ୍ୟାଚ୍ ଡ୍ର ବି ରୁହେ, ତେବେ ଭାରତୀୟ ଦଳ ଐତିହାସିକ ବିଜୟ ହାସଲ କରିବ । ବର୍ତ୍ତମାନ ସୁଦ୍ଧା ଟିମ୍ ଇଣ୍ଡିଆର ଅଧିକାଂଶ ଖେଳାଳି ଇଂଲଣ୍ଡରେ ପହଞ୍ଚିସାରିଛନ୍ତି । ରାହୁଲ ଦ୍ରାବିଡଙ୍କ ସହିତ ରିଷଭ ପନ୍ତ, ଶ୍ରେୟାସ ଆୟରଙ୍କ ଭଳି ଖେଳାଳି ମଧ୍ୟ ଇଂଲଣ୍ଡ ଯାଇଛନ୍ତି ।

Related posts

ଟି-୨୦ର ଦ୍ୱିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜର ବିଜୟ

Odisha Sports Bureau

ଆଜି ରାହୁଲଙ୍କ ଫିଟନେସ ଟେଷ୍ଟ , ଫିଟ ହେଲେ ଶ୍ରୀଲଙ୍କା ଗସ୍ତ

Odisha Sports Bureau

କିକ୍ରେଟରଙ୍କ ଡ଼ୋପ ଟେଷ୍ଟ ପାଇଁ ନାଡ଼ାକୁ ସହମତି ପ୍ରଦାନ କଲା ବିସିସିଆଇ

Odisha Sports Bureau