Cricket

ଇଏ ବିରାଟ ନୁହନ୍ତି, ବିରାଟଙ୍କ ହମସକଲ

ନୂଆଦିଲ୍ଲୀ:  ବେଳେ ବେଳେ ହମସକଲ୍ ଓ ବାସ୍ତବ ବ୍ୟକ୍ତିଙ୍କ ଭିତରେ ତଫାତ ପାଇବା କଷ୍ଟକର ହୋଇପଡ଼େ। ଫଟୋରେ ଦିଶୁଥିବା ବ୍ୟକ୍ତି ଜଣଙ୍କୁ ଦେଖିବା ପରେ କେହିବି ଦ୍ୱନ୍ଦ୍ୱରେ ପଡ଼ିଯିବେ । କେହି କେହି ତ ଏହି ବ୍ୟକ୍ତି ଜଣଙ୍କୁ ଭାରତୀୟ କ୍ରିକେଟ୍ ଟିମର ତାରକା ବିରାଟ କୋହଲି ବୋଲି ଭାବି ସାରିବେଣି। ମାତ୍ର ନା, ବ୍ୟକ୍ତି ଜଣକ ବିରାଟ ନୁହଁନ୍ତି ସେ ହେଉଛନ୍ତି ବିରାଟଙ୍କ ହମସକଲ୍ । ବିରାଟ ଆଜିକାଲି ଟେଷ୍ଟ୍ ସିରିଜ୍ ଖେଳିବାରେ ବ୍ୟସ୍ତ ଅଛନ୍ତି। ସେ ତାଙ୍କର ଦ୍ବିତୀୟ ଟେଷ୍ଟ୍ ମ୍ୟାଚରେ ଶତକ ହାସଲ କରିଛନ୍ତି। ପ୍ରଶଂସକମାନେ ଏଯାଏ କୋହଲିଙ୍କର କେହି ହମସକଲଙ୍କୁ ଦେଖିନଥିଲେ। ମାତ୍ର ହରିଆଣାର କାର୍ତ୍ତିକ ଶର୍ମାଙ୍କୁ ଦେଖିବା ପରେ କେହିବି ଚକିତ ହୋଇଯିବେ। ବିରାଟଙ୍କ ପରି ଦାଢ଼ି ବନାଇଥିବା କାର୍ତ୍ତିକ ଯୁଆଡ଼େ ବି ଯାଆନ୍ତି ଲୋକ ତାଙ୍କୁ ବିରାଟ ବୋଲି ଭାବି ତାଙ୍କ ସହ ଫଟୋ ଉଠାଇବା ଆରମ୍ଭ କରିଦିଅନ୍ତି। କାର୍ତ୍ତିକଙ୍କର ଏକ ପୋଷ୍ଟ୍କୁ ‘ହୁମ୍ୟାନ୍ ଓ ଅଫ୍ ବମ୍ବେ’ ସେୟାର କରି କୋହଲିଙ୍କୁ ଭେଟିବାକୁ ଚାହାନ୍ତି କି ବୋଲି ଲେଖିଥିଲା। ପୋଷ୍ଟ୍ଟିକୁ ଦେଖିବା ପରେ ପ୍ରଶଂସକମାନେ କାର୍ତ୍ତିକଙ୍କୁ ବିରାଟ ଭାବି ବସିଥିଲେ।

Related posts

ଏକାନ୍ନା ଷ୍ଟାଡିୟମରେ ମୁହାଁ ମୁହିଁ ହେବେ ବେଙ୍ଗାଲୁରୁ କୁ ଲକ୍ଷ୍ନୌ

Odisha Sports Bureau

ସାମ୍ବାଦିକ ସମ୍ମଳନୀକୁ ନେଇ ଅସଦ ଆଚରଣ କଲେ ଅଷ୍ଟ୍ରେଲିଆ ସାମ୍ବାଦିକ

Odisha Sports Bureau

ଚୌକା ମାରି ନିଆରା ଢଙ୍ଗରେ ସେଲିବ୍ରେସନ କଲେ କୋହଲି