Cricket

ଏକାନ୍ନା ଷ୍ଟାଡିୟମରେ ମୁହାଁ ମୁହିଁ ହେବେ ବେଙ୍ଗାଲୁରୁ କୁ ଲକ୍ଷ୍ନୌ

ନୂଆଦିଲ୍ଲୀ:  ଆଜି ଆଇପିଏଲ ର ଶେଷ ଲିଗ ମ୍ୟାଚ୍ରେ ମୁହାଁ ମୁହିଁ ହେବେ ବେଙ୍ଗାଲୁରୁ କୁ ଲକ୍ଷ୍ନୌ । ସନ୍ଧ୍ୟା ୭:୩୦ରେ ଏକାନ୍ନା ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ରୟାଲ ଚ୍ୟାଲେଞ୍ଜର୍ସ ଗତ ୨୩ ତାରିଖରେ ସନରାଇଜର୍ସ ହାଇଦ୍ରାବାଦ ଠାରୁ ପରାଜିତ ହୋଇଥିଲା ।  ତେଣୁ  ରୟାଲ୍ ଚ୍ୟାଲେଞ୍ଜର୍ସ ଏହି ମ୍ୟାଚ୍ ଜିତି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବାକୁ ପ୍ରୟାସ କରିବ । ଏଥର ସମସ୍ତ ତ୍ରୁଟି ସୁଧାରି ରୟାଲ ଚ୍ୟାଲେଞ୍ଜର୍ସ ଗ୍ରାଉଣ୍ଡକୁ ଓହ୍ଳାଇବ ।

ସୁପରଜାଏଣ୍ଟ୍ସ ପୂର୍ବ ଲିଗ୍ ମ୍ୟାଚ୍ରେ ଟେବୁଲ ଟପ୍ପର ଗୁଜରାଟ ଟାଇଟନ୍ସକୁ ହରାଇଥିଲା । ମିଚେଲ ମାର୍ଶ, ଆଡେନ ମାରକ୍ରମ ଓ ନିକୋଲାସ ପୂରନ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ପରେ ବୋଲରମାନେ ଟାଇଟନ୍ସ ବ୍ୟାଟରଙ୍କୁ କ୍ରିଜରେ ଜମିବାକୁ ସୁଯୋଗ ଦେଇ ନଥିଲେ । କ୍ରମାନ୍ୱୟରେ ୪ଟି ମ୍ୟାଚ୍ ପରାଜିତ ହୋଇ ପ୍ଲେ-ଅଫ୍ରୁ ବାଦ ପଡ଼ିବା ପରେ ସୁପରଜାଏଣ୍ଟସ ଉକ୍ତ ମ୍ୟାଚ୍ ଜିତିଥିଲା । ସବୁ ଖେଳାଳି ଫର୍ମକୁ ଫେରିବା ବେଳକୁ ବିଳମ୍ବ ହୋଇ ସାରିଥିଲା । ଟାଇଟନ୍ସ ବିପକ୍ଷ ମ୍ୟାଚ୍ର ପ୍ରଦର୍ଶନକୁ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବିପକ୍ଷରେ ଦୋହରାଇବା ପାଇଁ ଦଳ ପ୍ରସ୍ତୁତ ରହିଛି । ଆଜି ରୟାଲ ଚ୍ୟାଲେଞ୍ଜର୍ସ ଏକାଦଶରେ ପରିବର୍ତ୍ତନ କରିବ । ଦଳକୁ ଫେରିଥିବା ଜୋସ ହାଜେଲଉଡ୍ ଆସନ୍ତା କାଲି ଲୁଙ୍ଗି ଏନଗିଡ଼ିଙ୍କ ସ୍ଥାନରେ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଠିକ୍ ସେହିପରି ଆହତ ଟିମ ଡେଭିଡଙ୍କ ସ୍ଥାନରେ ଲାଏମ ଲିଭିଙ୍ଗଷ୍ଟୋନ କିମ୍ବା ଟିମ ସାଇଫର୍ଟଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ ।

ସୁପରଜାଏଣ୍ଟ୍ସ ଦଳରେ ଏକାଧିକ ପରିବର୍ତ୍ତନ ହେବା ଆଶା କରାଯାଉଛି । ଗୋଟିଏ ମ୍ୟାଚ୍ରୁ ନିଲମ୍ବିତ ହୋଇଥିବା ଦିଗବେଶ ରାଠି ଆଜି ଖେଳିବା ନିଶ୍ଚିତ । ଏହା ବ୍ୟତୀତ ୩ ଯୁବ ଅଲରାଉଣ୍ଡର ଆର୍ସିନ କୁଲକର୍ଣ୍ଣୀ, ରାଜବର୍ଦ୍ଧନ ହଙ୍ଗରଗେକର ଓ ଯୁବରାଜ ଚୌଧୁରୀଙ୍କ ମଧ୍ୟରୁ ଜଣଙ୍କୁ ଏକାଦଶରେ ସ୍ଥାନ ମିଳିପାରେ ।

ଆଜି କୋହଲିଙ୍କ ଉପରେ ନଜର ରହିବ । ସେ ଆଉ ୨୪ ରନ୍ କଲେ ରୟାଲ୍ ଚ୍ୟାଲେଞ୍ଜର୍ସ ପକ୍ଷରୁ ୯୦୦୦ ରନ ପୂରଣ କରିବେ । ଆଉ ଏକ ବିଜୟ ସହ ରୟାଲ୍ ଚ୍ୟାଲେଞ୍ଜର୍ସ ରେକର୍ଡ କରିବା ସମ୍ଭାବନା ରହିଛି । ଆଇପିଏଲ୍ ଇତିହାସରେ ପ୍ରଥମ ଦଳ ଭାବେ ରୟାଲ ଚ୍ୟାଲେଞ୍ଜର୍ସ ବାହାର ଗ୍ରାଉଣ୍ଡ୍ରେ ସମସ୍ତ ମ୍ୟାଚ୍ ଜିତିବାରେ ସଫଳ ହେବ ।

Related posts

କଡା ସୁରକ୍ଷା ବଳୟ ଭିତରେ ରହିବ ବାରବାଟୀ ଷ୍ଟାଡିଅମ

Odisha Sports Bureau

ଏହି ବର୍ଷ T20 ରେ ସର୍ବାଧିକ ଛକା ମାରିଥିବା ଖେଳାଳିଙ୍କୁ ଦେଖିବାକୁ ମିଳିବ, 14 ବର୍ଷର ଇତିହାସ ବଦଳାଇବାକୁ ବାହାରିବ ମୁମ୍ବାଇ ଇଣ୍ଡିଆନ୍ସ

Odisha Sports Bureau

ଆଇପିଏଲ ଖେଳାଳୀଙ୍କୁ ମିଳିବ ଫୁଲ ଦରମା

Odisha Sports Bureau