Cricket

ଶ୍ରେୟସ ଆୟର ହେଲେ କେକେଆର୍‌ ଅଧିନାୟକ

ନୂଆଦିଲ୍ଲୀ: ଆଇପିଏଲ୍‌ର ଆଗାମୀ ପଞ୍ଚଦଶ ସଂସ୍କରଣ ପାଇଁ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଶ୍ରେୟସ ଆୟରଙ୍କୁ ତା’ର ନୂଆ ଅଧିନାୟକ ଭାବେ ମନୋନୀତ କରିଛି। ଏନେଇ ଫ୍ରାଞ୍ଚାଇଜ୍‌ ଆନୁଷ୍ଠାନିକ ଭାବେ ଘୋଷଣା କରିଛି।ଏହାସହ ଶ୍ରେୟସଙ୍କୁ ନିଲାମରେ ସଫଳତାର ସହ କିଣିପାରିଥିବାରୁ ଖୁବ୍‌ ଆନନ୍ଦିତ ବୋଲି କୁହାଯାଇଛି । ତାଙ୍କୁ ମଧ୍ୟ ଦଳର ନେତୃତ୍ୱ ଦାୟିତ୍ୱ ତୁଲାଇବାର ସୁଯୋଗ ଦେଉଛୁ ବୋଲି କହିଛନ୍ତି କେକେଆର୍‌ ସିଇଓ ତଥା ପରିଚାଳନା ନିର୍ଦେଶକ ଭେଙ୍କି ମଇଶୁର। ତାଙ୍କ ନେତୃତ୍ୱରେ କେକେଆର୍‌ ଆଗାମୀ ସଂସ୍କରଣରେ ଆଗକୁ ବଢ଼ିପାରିବ ବୋଲି ଦୃଢ଼ ବିଶ୍ୱାସ ରହିଥିବା ମଧ୍ୟ ଭେଙ୍କି କହିଛନ୍ତି। ସୂଚନାଯୋଗ୍ୟ, ଗତ ୧୨ ଓ ୧୩ ତାରିଖ ଖେଳାଳି ନିଲାମର ପ୍ରଥମ ଦିବସରେ ହିଁ ଜୋର୍‌ଦାର ମୁକାବିଲା ମଧ୍ୟରେ କେକେଆର୍‌ ୧୨.୨୫ କୋଟି ଟଙ୍କା ମୂଲ୍ୟରେ ଶ୍ରେୟସଙ୍କୁ କିଣିଥିଲା। ଶ୍ରେୟସ ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍‌ସର ଅଧିନାୟକ ରହିଥିଲେ।

Related posts

ସଚିନଙ୍କୁ ୫୦ ବର୍ଷ

Odisha Sports Bureau

ଟିମ୍ ଇଣ୍ଡିଆକୁ ସୌରଭ ଗାଙ୍ଗୁଲିଙ୍କ ଚେତାବନୀ

ଶ୍ରେୟାସ ଆୟରଙ୍କୁ ମିଳିପାରେ ନୂଆ ଦାୟିତ୍ୱ ।