Cricket

ଆଜିଠୁ ଆରମ୍ଭ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜ

ନୂଆଦିଲ୍ଲୀ: ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜ ଆରମ୍ଭ ହେବ । ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ଆଜି ପ୍ରଥମ ମ୍ୟାଚ୍ । କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ ଏହି ମ୍ୟାଚ । ଏଥର ଦର୍ଶକଙ୍କ ଉପସ୍ଥିତିରେ ତଥା ୭୫ ପ୍ରତିଶତ ଦର୍ଶକରେ ଖେଳ ହେବ ବୋଲି ପଶ୍ଚିମବଙ୍ଗ କ୍ରିକେଟ୍ ସଂଘ ଅନୁମତି ଦେଇଛି । ଦିନିକିଆ ସିରିଜକୁ କ୍ଲିନ୍ ସୁଇପ ପରେ ଏବେ ପ୍ରଥମରୁ ମ୍ୟାଚ୍ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିବ ଟିମ୍ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ମ୍ୟାଚ ଖେଳିବ ଇଣ୍ଡିଆ । ତେବେ ଉପ ଅଧିନାୟକ କେଏଲ ରାହୁଲ ଏବଂ ବାମହାତୀ ଅଫ ସ୍ପିନର ଅକ୍ଷର ପଟେଲ୍ ସିରିଜରୁ ବାଦ୍ ପଡିଛନ୍ତି । ରାହୁଲଙ୍କ ସ୍ଥାନରେ ଋତୁରାଜ ଗାଏକଓ୍ଵାଡ ଏବଂ ଅକ୍ଷର ପଟେଲଙ୍କ ସ୍ଥାନରେ ଦୀପକ ହୁଡ୍ଡାଙ୍କୁ ଦଳରେ ସାମିଲ କରାଯାଇଛି ।

Related posts

ଯୁବରାଜ ସିଂହଙ୍କ ରେକର୍ଡ ଭାଙ୍ଗିଲେ ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau

ମୋହସିନ ଖାନ ଟିମ୍ ଇଣ୍ଡିଆରେ ପ୍ରବେଶ କରିବାକୁ ପ୍ରସ୍ତୁତ, ଜାଣନ୍ତୁ କାହିଁକି ତାଙ୍କୁ ସୁଯୋଗ ମିଳିପାରେ?

Odisha Sports Bureau

ମୁମ୍ୱାଇକୁ ହରାଇ ଆଇପିଏଲ ଫାଇନାଲରେ ଗୁଜରାଟ