Cricket

ତୃତୀୟ ଥର ପାଇଁ ପିଙ୍କ ବଲ ଟେଷ୍ଟ ଖେଳିବ ଭାରତ

(ମୁମ୍ବାଇ) : ପୁଣି ପିଙ୍କ ବଲ୍‌ରେ ଭାରତରେ ଅନୁଷ୍ଠିତ ହେବ ଦିବାରାତ୍ର ଟେଷ୍ଟ। ବେଙ୍ଗାଲୁରୁରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦିବାରାତ୍ର ଟେଷ୍ଟ। ଆଜି ଏ ସମ୍ପର୍କରେ ବିସିସିଆଇ ପକ୍ଷରୁ ଦିଆଯାଇଛି ସୂଚନା।

ସୂଚନାନୁଯାୟୀ , ଶ୍ରୀଲଙ୍କା ଭାରତ ଗସ୍ତରେ ଆସି ଟି-୨୦ ଓ ଟେଷ୍ଟ ସିରିଜ୍ ଖେଳିବ। ଏଥିପାଇଁ ବିସିସିଆଇ ପକ୍ଷରୁ ସଂଶୋଧିତ ଭେନ୍ୟୁ ତାଲିକା ଜାରି କରାଯାଇଛି। ଏହି ତାଲିକା ଅନୁଯାୟୀ, ୩ ଟିକିଆ ଟି-୨୦ ସିରିଜ୍‌ ପରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହେବ। ବେଙ୍ଗାଲୁରୁରେ ଦିବରାତ୍ର ଟେଷ୍ଟ ୧୨ ମାର୍ଚ୍ଚରୁ ୧୬ ମାର୍ଚ୍ଚ ଯାଏ ଚାଲିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଟି-୨୦ ସିରିଜ୍‌ ପରେ ମାର୍ଚ୍ଚ ୪ରୁ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ମୋହାଲିରେ ଓ ଦ୍ୱିତୀୟ ଟେଷ୍ଟ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ଭାରତ ତୃତୀୟ ଥର ପାଇଁ ପିଙ୍କ ବଲ ଟେଷ୍ଟ ଖେଳିବାକୁ ଯାଉଛି।

Related posts

ଭାରତ ଓ ଶ୍ରୀଲଙ୍କା ମ୍ୟାଚ ପରେ ଅବସର ନେବେ ଇଆନ ଗୋଲ୍ଡ

ରିଷଭ ପନ୍ତଙ୍କୁ ବଡ଼ ଝଟକା, ୨୭ କୋଟିରୁ ଖସିଲା ଦରମା

Odisha Sports Bureau

ପାକିସ୍ତାନ ୱାର୍ଲଡ କପ ଖେଳିବା ଉପରେ ବଡିଲା ସସ୍ପେନ୍ସ