Cricket

IPL ପାଇଁ ଖେଳାଳି ନିଲାମ ଆରମ୍ଭ, ଜାଣନ୍ତୁ କେଉଁ ଖେଳାଳୀଙ୍କୁ କିଣିଲେ କିଏ

ନୂଆଦିଲ୍ଲୀ: ଆଜି ଟାଟା ଆଇପିଏଲ ମହାନିଲାମୀ ଆରମ୍ଭ ହୋଇଛି । ଏହି ମହାନିଲାମୀ ରେ ମୋଟ ୬୦୦ ଜଣ ଖେଳାଳୀ ସାମିଲ ହୋଇଛନ୍ତି । ଦୁଇ ଦିନ ଧରି ଆଇପିଏଲ ମହାନିଲାମୀ ଚାଲିବା ନେଇ ସୂଚନା ରହିଛି । ଆଇପିଏଲ୍‌ କର୍ତ୍ତୃପକ୍ଷ ମୋଟ ୫୯୦ ଖେଳାଳିଙ୍କୁ ନିଲାମ ପାଇଁ ତାଲିକାଭୁ୍କ୍ତ କରିଥିଲା ବେଳେ ସେମାନଙ୍କ ମଧ୍ୟରେ ୨୨୭ ବିଦେଶୀ ଖେଳାଳି ସାମିଲ ଅଛନ୍ତି । ପ୍ରଥମ ଦିନରେ ୧୬୧ ଜଣ ଖେଳାଳୀଙ୍କର ନିଲାମୀ ହେବ । ଯେଉଁମାନଙ୍କ ମଧ୍ୟରେ ଅନେକ ବଡ ଚେହେରା ରହିଛନ୍ତି । ଅକ୍ସନର ପ୍ରଥମ ଦିନରେ ନାମୀ ଖେଳାଳିଙ୍କୁ ମୋଟା ଦାମରେ ଫ୍ରାଞ୍ଚାଇଜି କିଣିଛନ୍ତି। ଶ୍ରେୟସ ଆୟରଙ୍କୁ କୋଲକାତା ୧୨.୨୫ କୋଟି ଟଙ୍କାରେ କିଣି ନେଇଛି। ସେହିପରି ଟିମ୍ ଇଣ୍ଡିଆର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ୫ କୋଟି ଟଙ୍କାରେ କିଣିଛି ରାଜସ୍ଥାନ ରୟାଲ୍ସ । ଅଷ୍ଟ୍ରେଲିଆ ଟେଷ୍ଟ ଟିମ୍ କ୍ୟାପଟେନ୍ ପ୍ୟାଟ୍ କମିନ୍ସଙ୍କୁ ୭ କୋଟି ୨୫ ଲକ୍ଷ ଟଙ୍କାରେ କୋଲକାତା ନାଇଟ୍ ରାଇଡର୍ସ, ଦକ୍ଷିଣ ଆଫ୍ରିକାର ଏକ ନମ୍ବର ପେସ୍ ବୋଲର କାଗିସୋ ରବାଡାଙ୍କୁ ୯.୨୫ କୋଟି ଟଙ୍କାରେ ପଞ୍ଜାବ କିଙ୍ଗସ୍, ଭାରତର ଷ୍ଟାର୍ ବୋଲର ମହମ୍ମଦ ଶାମିଙ୍କୁ ୬.୨୫ କୋଟି ଟଙ୍କାରେ ଗୁଜରାଟ ଟାଇଟନ୍ସ ଓ ଦକ୍ଷିଣ ଆଫ୍ରିକା ଭେଟେରାନ୍ ତଥା ଚେନ୍ନାଇ ସୁପର୍ କିଙ୍ଗସର ଓପ୍ନର ଫାଫ୍‌ ଡୁପ୍ଲେସିସଙ୍କୁ ୭ କୋଟି ଟଙ୍କାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କିଣିଥିବା ସୂଚନା ମିଳିଛି ।

Related posts

ପୁରୁଣା ଅନ୍ଦାଜରେ ‘ଦ ବେଷ୍ଟ ଫିନିସର’

Odisha Sports Bureau

ଟିମ୍ ଇଣ୍ଡିଆକୁ ଚେତାବନୀ ଦେଇଛି ପାକିସ୍ତାନ

Odisha Sports Bureau

ଏହି ବର୍ଷ T20 ରେ ସର୍ବାଧିକ ଛକା ମାରିଥିବା ଖେଳାଳିଙ୍କୁ ଦେଖିବାକୁ ମିଳିବ, 14 ବର୍ଷର ଇତିହାସ ବଦଳାଇବାକୁ ବାହାରିବ ମୁମ୍ବାଇ ଇଣ୍ଡିଆନ୍ସ

Odisha Sports Bureau