Cricket

ଆଜି ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶେଷ ଦିନିକିଆ ମ୍ୟାଚ

ନୂଆଦିଲ୍ଲୀ: ଆଜି ଭାରତ-ୱେଷ୍ଟ ଇଣ୍ଡିଜ୍ ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ ଖେଳାଯିବ । ପ୍ରଥମ ଦୁଇଟି ମ୍ୟାଚ୍ ଜିତିଥିବାରୁ ମୂଳପୋଛ ବିଜୟ ଲକ୍ଷ୍ୟ ରଖିଛି । ଆଗୁଆ ସିରିଜ୍ କବଜା କରି ସାରିଥିବାରୁ ଭାରତ ଚୂଡାନ୍ତ ଏକାଦଶରେ ପରିବର୍ତନ କରିପାରେ । ଦ୍ୱିତୀୟ ଦିନିକିଆରେ ଋଷଭ ପନ୍ତଙ୍କୁ ଓପନ କରାଯାଇଥିଲା ବେଳେ ଆଜି ମଧ୍ୟ କିଛି ଅଦଳବଦଳ କରାଯାଇପାରେ ବୋଲି ସୂଚନା ରହିଛି । ଅନ୍ୟପଟେ ମହାମାରୀ କରୋନା ସଂକ୍ରମିତ ହୋଇ ପ୍ରଥମ ଦୁଇଟି ମ୍ୟାଚ୍ ଖେଳିନଥିବା ଶିଖର ଧାୱନ ଓ ଋତୁରାଜ ଗାଏକୱାଡ୍ ଏବେ ସୁସ୍ଥ ହୋଇଛନ୍ତି । ତେଣୁ ରୋହିତ ଶର୍ମା ଆଜି ନୂଆ ସାଥୀ ଓପନରଙ୍କ ସହ ମଇଦାନକୁ ଓହ୍ଲାଇପାରନ୍ତି । ୱେଷ୍ଟଇଣ୍ଡିଜ୍ ଦଳ ଦୁଇଟି ଦିନିକିଆ ହାରିଥିଲେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିବାରେ ସଫଳ ହୋଇଛି । ଆଜି କିରନ ପୋଲାର୍ଡ ଚୂଡାନ୍ତ ଏକାଦଶକୁ ଫେରିପାରନ୍ତି ।

 

Related posts

ବାଂଲାଦେଶ ଟିମକୁ ଝଟକା: ବିଶ୍ୱକପ୍ ପୂର୍ବରୁ ଅବସର ନେଲେ କ୍ୟାପଟେନ୍ ତାମିମ୍ ଇକବାଲ୍

ଶ୍ରେୟସ ଆୟର ଅଧିନାୟକ: ପଡିଆକୁ ଫେରିବା ମାତ୍ରେ ଦଳର କମାଣ୍ଡ ପାଇଲେ

Odisha Sports Bureau

ବସ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଗାଙ୍ଗୁଲିଙ୍କ ଝିଅ

Odisha Sports Bureau