Cricket

ସେହୱାଗଙ୍କ ଅପିଲ : ଜର୍ସିରେ ‘ଇଣ୍ଡିଆ’ସ୍ଥାନରେ ‘ଭାରତ’ ଲେଖାଯାଉ

ଆଜି ବିସିସିଆଇ ବିଶ୍ୱକପ ପାଇଁ ୧୫ ଜଣିଆ ଟିମ ଘୋଷଣା କରିଛନ୍ତିି । ଏହି ସବୁ ଭିତରେ ସେହୱାଗଙ୍କ ଏକ କଥା ସାମ୍ନାକୁ ଆସିଛି । ଯେଉଁଥିରେ ସେ ବିସିଆକୁ ଜର୍ସିରେ ନାଁ ବଦଳାଇବାକୁ କହିଛନ୍ତି । ‘ଇଣ୍ଡିଆ’ସ୍ଥାନରେ ‘ଭାରତ’ ଲେଖାଯାଉ ବୀରେନ୍ଦ୍ର ସେହୱାଗ ଅପିଲ କରିଛନ୍ତି । ଏ ନେଇ ବିସିଆଇ ସମ୍ପାଦକ ଜୟ ଶାହାଙ୍କୁ ସେହୱାଗ ଚିଠି ଲେଖିଛନ୍ତି ।

ଭାରତୀୟ ଟିମର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ପ୍ରେସମିଟ୍ ଜରିଆରେ ସମସ୍ତ ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି । ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି । ୱିକେଟ କିପର ଭାବରେ ଇଶାନ କିଶାନ , କେ.ଏଲ୍ ରାହୁଲ । ଦଳରେ ବିରାଟ କୋହଲି,ଶୁଭମନ ଗିଲ୍, ଶ୍ରେୟସ ଆୟର, ଅକ୍ଷର ପଟେଲ, ଯଶପ୍ରୀତ ବୁମରା,ରବିନ୍ଦ୍ର ଜାଡେଜା,ଶାର୍ଦ୍ଦୁଲ ଠାକୁର ,କୁଲଦୀପ ଯାଦବ,ମହମ୍ମଦ ସାମି,ସିରାଜ ଟି ଟ୍ୱେଣ୍ଟି ସ୍ପେଶାଲିଷ୍ଟ ସୂର୍ଯ୍ୟକୁମାର ଯାଦବ ସାମିଲ ହୋଇଛନ୍ତି ।

Related posts

କେନବେରାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି୨୦ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଛି

Odisha Sports Bureau

ହାରିଲା ପାକିସ୍ତାନ, ପାଣିରେ ପଡିଲା ଶେହେବାଜଙ୍କ ଶୁଭେଚ୍ଛା

Odisha Sports Bureau

କିଏ ପାଇବ ସୁଯୋଗ , ସଞ୍ଜୁ ସାମସନ ନା ଇଶାନ କିଷନ

Odisha Sports Bureau