Cricket

ୱେଷ୍ଟଇଣ୍ଡିଜକୁ ୬ ଓ୍ୱିକେଟ୍‌ରେ ହରାଇଲା ଇଣ୍ଡିଆ

ନୂଆଦିଲ୍ଲୀ: ପ୍ରଥମ ଟି-ଟ୍ୱେଣ୍ଟିରେ ଟିମ୍ ଇଣ୍ଡିଆ ଜବରଦସ୍ତ ବିଜୟ କରିଛି । ୱେଷ୍ଟଇଣ୍ଡିଜକୁ ୬ ଓ୍ୱିକେଟ୍‌ରେ ହରାଇଛି ଇଣ୍ଡିଆ । କୋଲକତାର ଇଡେନ ଗାର୍ଡେନରେ ଖେଳାଯାଇଥିବା ପ୍ରଥମ ଟି ଟ୍ୱେଣ୍ଟିରେ ଟସ ହାରି ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୧୫୮ ରନର ଟାର୍ଗେଟ୍ ରଖିଥିଲା ୱେଷ୍ଟଇଣ୍ଡିଜ ଟିମ୍। ସେହିପରି ୭ ୱିକେଟ ହରାଇ ୱେଷ୍ଟଇଣ୍ଡିଜ୍ ୧୫୭ ରନ କରିଥିଲା । ଜବାବରେ ଭାରତ ଗୋଟିଏ ଓଭର ବାକି ଥାଇ ଏହି ବିଜୟ ଲକ୍ଷ୍ୟ ହାସଲ କରି ନେଇଛି । ତେବେ ପ୍ରଥମ ଓଭରରେ ଭୁବନେଶ୍ୱର କୁମାର ୪ ରନ୍‌ କରିଥିବା ବ୍ରାଣ୍ଡନ କିଙ୍ଗଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଏହାପରେ କାୟେଲ ମେୟର୍ସ ଓ ପୁରନ ସ୍ଥିତି ସମ୍ଭାଳିଥିଲେ। ଦଳୀୟ ସ୍କୋର ୫୧ ଥିବା ବେଳେ ବ୍ୟକ୍ତିଗତ ୩୧ ରନ୍‌ କରି ମେୟର୍ସ ଲେଗସ୍ପିନର ୟୁଜଭେନ୍ଦର ଚହଲଙ୍କ ବଲରେ ଆଉଟ ହୋଇଥିଲେ। ଆଜିର ମ୍ୟାଚ୍‌ରେ ଡେବ୍ୟୁ କରିଥିବା ରବି ବିଷ୍ଣୋଇ ଚମତ୍କାର ବୋଲିଂ କରି ପ୍ରଥମେ ରୋଷ୍ଟନ ଚେଜ୍(୪) ଓ ରୋଭମାନ ପାୱେଲ(୨)ଙ୍କୁ ସମାନ ଓଭରରେ ପ୍ୟାଭିଲିୟନ ପଠାଇଥିଲେ। ଟିମ ଇଣ୍ଡିଆ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୪୦, ଈଶାନ କିଶନ ୩୫, ସୂର୍ଯ୍ୟକୁମାର ଯାଦବ ଅପରାଜିତ ୩୪ ରନ କରିଥିଲେ। ଆସନ୍ତାକାଲି ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ।

Related posts

୨୦୨୫ ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା

Odisha Sports Bureau

ବିସିସିଆଇ ବିଶ୍ୱର ସବୁଠୁ ଧନୀ କ୍ରିକେଟ ବୋର୍ଡ଼ ହେବାକୁ ଯାଉଛି : ଆଇସିସି

କୋଲକାତା ଟେଷ୍ଟରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟର 5ଟି ପ୍ରମୁଖ କାରଣ

Odisha Sports Bureau