Cricket

ଭାରତ – ଇଂଲଣ୍ଡ ସିରିଜର ସିଧା ପ୍ରସାରଣ ଜିଓ ସିନେମା ବଦଳରେ ହଟଷ୍ଟାରରେ ଦେଖି ପାରିବେ

ନୂଆଦିଲ୍ଲୀ:ଆସନ୍ତା ବର୍ଷ ଜାନୁଆରୀ-ଫେବୃଆରୀରେ ଖେଳା ଯିବାକୁ ଥିବା ଭାରତ ବନାମ ଇଂଲଣ୍ଡ ଦ୍ୱିପାକ୍ଷିକ ଟି-୨୦ ଓ ଦିନିକିଆ ସିରିଜର ପ୍ରସାରଣ ଜିଓ ସିନେମାରେ ହେବ ନାହିଁ । ଏହା ବ୍ୟତୀତ ସ୍ପୋର୍ଟ୍ସ ୧୮ରେ ମଧ୍ୟ ସିଧା ପ୍ରସାରଣ ହେବ ନାହିଁ । ଏହା ପଛର କାରଣ ଜିଓ ଓ ଷ୍ଟାରର ସମିଶ୍ରଣ ହୋଇ ସାରିଛି । ତେଣୁ ଜାନୁଆରୀରୁ ଜିଓ ଓ ଷ୍ଟାରକୁ ଗୋଟିଏ କମ୍ପାନି ଭାବେ ଆମକୁ ଦେଖିବାକୁ ମିଳିବ । ଏହାର ସୂଚନା ଖୋଦ୍ ଷ୍ଟାର ସ୍ପୋର୍ଟ୍ସ ନିଜର ଏକ୍ସ ହ୍ୟାଣ୍ଡେଲରେ ଦେଇଛି ।

ଭାରତ ବନାମ ଇଂଲଣ୍ଡ ଟି-୨୦ ଓ ଦିନିକିଆ ସିରିଜର ସିଧା ପ୍ରସାରଣ କ୍ରିକେଟ୍ ପ୍ରେମୀ ଜିଓ ସିନେମା ବଦଳରେ ହଟଷ୍ଟାରରେ ଦେଖି ପାରିବେ । ଗତ ବର୍ଷ ଭାୟକମ ୧୮ଭାରତୀୟ କ୍ରିକେଟ ଦଳର ଘରୋଇ ମ୍ୟାଚର ମିଡିଆ ରାଇଟ୍ସ କିଣିଥିଲା । ଏଥିରେ ଷ୍ଟାର ନେଟୱର୍କ ଓ କୋଟି କୋଟି ପ୍ରଶଂସକଙ୍କୁ ବଡ ଧକ୍କା ଲାଗିଥିଲା । କାରଣ ଆଇପିଏଲର  ଡିଜିଟାଲ୍ ରାଇଟ୍ସ ମଧ୍ୟ ଜିଓ ସିନେମା କିଣି ନେଇଥିଲା । କିନ୍ତୁ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସିର ଖବର ଏହା ଯେ, ଏବେ ଦୁଇ କମ୍ପାନି ଏକାଠି ମିଶି ଯାଇଛନ୍ତି । ଖୁବ ଶୀଘ୍ର ଜିଓଷ୍ଟାର ଭାବେ ଆମେ ଦେଖିବାକୁ ପାଇବା ।

ସୂଚନାଯୋଗ୍ୟ, ଭାୟକମ ୧୮ ୨୦୨୩-୨୮ ଚକ୍ର ପାଇଁ ଭାରତୀୟ କ୍ରିକେଟ୍ ଦଳର ଘରୋଇ ମ୍ୟାଚର ଟିଭି ଓ ଡିଜିଟାଲ ରାଇଟ୍ସ ହାସଲ କରିଥିଲା । ଏହା ପରଠୁ ସ୍ପୋର୍ଟ୍ସ ୧୮ରେ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟର ସିଧା ପ୍ରସାରଣ ଚାଲିଥିଲା । ଡିଜିଟାଲରେ ଜିଓ ସିନେମାରେ ମ୍ୟାଚର ସିଧା ପ୍ରସାରଣ ହେଲା । କିନ୍ତୁ ଏବେ ନୂଆ ବର୍ଷରୁ ଏଥିରେ ପରିବର୍ତ୍ତନ ହେବାକୁ ଯାଉଛି । ତେଣୁ ଆଶା କରାଯାଉଛି ଡିଜନି ପ୍ଲସ ହଟଷ୍ଟାରର ନାମ ଜିଓଷ୍ଟାର ହୋଇପାରେ । ଏହାର ଆନୁଷ୍ଠାନିକ ଘୋଷଣା ବାକି ରହିଛି ।

Related posts

ଟିକେଟ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ହାଇଦ୍ରାବାଦ କ୍ରିକେଟ ସଂଘ ସଭାପତି ଜଗନ ମୋହନ ରାଓ

ନିର୍ଣ୍ଣାୟକ ମୋଡ଼ରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ, ICC ସମ୍ମୁଖରେ 3ଟି ସର୍ତ୍ତ ରଖିଲା PCB

Odisha Sports Bureau

ୱାନ୍ ଡେ ବିଶ୍ୱକପ୍ କାର୍ଯ୍ୟସୂଚୀ ରିଲିଜ୍ ତାରିଖ ପ୍ରକାଶ, ପିସିବିକୁ ଅଧିକ ସମୟ ଦେବନି ଆଇସିସି

Odisha Sports Bureau