Cricket

ୟୁଏଇରେ ଖେଳାଯିବ ଭାରତ ପାକିସ୍ତାନ-ଭାରତ ମ୍ୟାଚ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ପାଇଁ ଚୁଡାନ୍ତ ହେଲା ତାଲିକା । ୟୁଏଇରେ ଖେଳାଯିବ ଭାରତ ପାକିସ୍ତାନ-ଭାରତ ମ୍ୟାଚ । ଦୁବାଇରେ ମ୍ୟାଚ ଖେଳିବାକୁ ରାଜି ହେଲା ପାକିସ୍ଥାନ କ୍ରିକେଟ ବୋର୍ଡ(ପିସିବି ) । ୫୦ ଓଭର ବିଶିଷ୍ଟ ମ୍ୟାଚ ପାଇଁ ୟୁଏଇରେ ଖେଳାଯିବ । ଏନେଇ ପିସିବି ମୁଖପାତ୍ର ଅମିର ମୀର ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଭାରତ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ନିଜର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ଗୁଡ଼ିକ ଦୁବାଇରେ ଖେଳିବ।  ଯଦି ଭାରତ ନକଆଉଟ୍ ପର୍ଯ୍ୟାୟରେ ପହଞ୍ଚେ ତେବେ ସେମି ଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ ୟୁଏଇରେ ଆୟୋଜିତ ହେବ। ଶନିବାର ରାତିରେ ପିସିବି ଅଧ୍ୟକ୍ଷ ମୋହସିନ ନକଭି ଓ  ୟୁଏଇ କ୍ରିକେଟ୍ ବୋର୍ଡର ମୁଖ୍ୟ ଶେଖ ନାହୟାନ ଅଲ ମୁବାରକଙ୍କ ମଧ୍ୟରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ନିରପେକ୍ଷ ସ୍ଥାନ ଭାବେ ଦୁବାଇକୁ ଚୟନ କରାଯାଇଛି।

ନିକଟରେ ଚାମ୍ପିଅନ୍ସ ଟ୍ରଫି ହାଇବ୍ରିଡ ମଡେଲ୍ ଖେଳାଯିବା ନେଇ ଲାଗି ରହିଥିବା ଗତିରୋଧର ସମାପ୍ତ ଘଟିଥିଲା। କେବଳ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ହାଇବ୍ରିଡ ମଡେଲରେ ଖେଳା ଯିବ ନାହିଁ ବରଂ ୨୦୨୭ ପର୍ଯ୍ୟନ୍ତ ଭାରତରେ ଖେଳା ଯିବାକୁ ଆଇସିସି ଟୁର୍ଣ୍ଣାମେଣ୍ଟ ମଧ୍ୟ ହାଇବ୍ରିଡ ମଡେଲରେ ଖେଳାଯିବ। ଭାରତୀୟ ଦଳ ପରି ପାକିସ୍ତାନ ମଧ୍ୟ  ଭାରତ ଗସ୍ତ ନ କରି ନିଜର ମ୍ୟାଚ୍ ନିରପେକ୍ଷ ସ୍ଥାନରେ ଖେଳିବ।

 ଉଲ୍ଲେଖନୀୟ ଚାମ୍ପିଅନ୍ସ ଟ୍ରଫିର ଶେଷ ସଂସ୍କରଣ ୨୦୧୭ରେ ଖେଳା ଯାଇଥିଲା। ଫାଇନାଲ୍‌ରେ ଭାରତୀୟ ଦଳକୁ ହରାଇ ପାକିସ୍ତାନ ଚାମ୍ପିଅନ୍ସ ହୋଇଛି। ଏଥର ଚାମ୍ପିଅନ୍ସ ଟ୍ରଫିରେ ୮ଟି ଦଳ ଅଂଶଗ୍ରହଣ କରିବେ। ଏଥିରେ ଆୟୋଜକ ପାକିସ୍ତାନ ସମେତ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ ଓ ବାଂଲାଦେଶ ସାମିଲ।

Related posts

ବିଦେଶରେ ପାର୍ଟି କରୁଛନ୍ତି ରାହୁଲ

Odisha Sports Bureau

ସଚିନଙ୍କୁ ପଛରେ ପକାଇ ବିରାଟ ହାସଲ କରିଛନ୍ତି ଗୌରବ

Odisha Sports Bureau

ସ୍ଲୋ ଓଭର ପାଇଁ ଶ୍ରେୟସ ଆୟରଙ୍କୁ ବିସିସିଆଇ ଲଗାଇଲେ ଜରିମାନା

Odisha Sports Bureau