Hockey

୨୦୨୩ ହକି ବିଶ୍ୱକପ ଲାଗି ବାଜିଲା ବିଗୁଲ

ଭୁବନେଶ୍ୱର: ୨୦୨୩ ହକି ବିଶ୍ୱକପ ଲାଗି ବିଗୁଲ ବାଜିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକସେବା ଭବନ ସ୍ଥିତ କନଭେନସନ ସେଣ୍ଟରୁ ଖେଳସୂଚୀ ଘୋଷଣା କରାଯାଇଛି। ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପରେ ୧୬ଟି ଦଳ ଅଂଶଗ୍ରହଣ କରିବେ। ଏଥିପାଇଁ ୪ ଗ୍ରୁପରେ ବିଭକ୍ତ କରାଯାଇଛି। ପୋଲ ‘ଏ’ ରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନସ, ସାଉଥ ଆଫ୍ରିକା ଟିମ୍ ରହିଛନ୍ତି। ପୋଲ ‘ବି’ ରେ ବେଲଜିୟମ୍, ଜର୍ମାନୀ, କୋରିଆ, ଜାପାନ ରହିଛନ୍ତି। ସେହିପରି ପୋଲ ‘ସି’ ରେ ନେଦରଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ମାଲେସିଆ, ଚିଲି ପ୍ରମୁଖ ରହିଛନ୍ତି। ଗ୍ରୁପ ‘ଡି’ ରେ ଭାରତ, ଇଂଲଣ୍ଡ, ସ୍ପେନ, ୱେଲସ ରହିଛନ୍ତି। ଚଳିତ ବର୍ଷ ହକି ବିଶ୍ୱକପ୍ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ। ୨୦୧୮ ହକି ବିଶ୍ୱକପ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ଭୁବନେଶ୍ୱରରେ ବ୍ୟାପକ ଜନସମାଗମ ହୋଇଥିଲା। ତେବେ ୨୦୧୮ ହକି ବିଶ୍ୱକପ୍ ବେଶ ସଫଳତା ହାସଲ କରିଥିଲା। ୨୦୧୮ ହକି ବିଶ୍ୱକପର ସଫଳତା ପରେ ଦ୍ୱିତୀୟ ଥର ଲାଗି ଓଡି଼ଶା ୨୦୨୩ରେ ହକି ବିଶ୍ୱକପ ଆୟୋଜନ କରିବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ତେବେ ସୁନ୍ଦରଗଡରେ ନବ ନିର୍ମିତ ଷ୍ଟାୟିୟମରେ ପ୍ରଥମ ଥର ଲାଗି ହକି ବିଶ୍ୱକପ ଅନୁଷ୍ଠିତ ହେବାକୁ ଯାଉଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଏଫଆଇଏଚ କାର୍ଯ୍ୟକାରୀ ସଭାପତି ସୈଫ ଅହମ୍ମଦ, ହକି ଇଣ୍ଡିଆ ସଦସ୍ୟ ଜାଫର ଇକବାଲ, କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Related posts

ହକି ଇଣ୍ଡିଆ ଲିଗର ନୂଆ ଅବତାର

ପାକିସ୍ତାନ ଟିମ୍ ହକି ବିଶ୍ୱକପରେ ଯୋଗ ଦେବ

Odisha Sports Bureau

ଓଡ଼ିଶା ପୁରୁଷ ହକି ବିଶ୍ୱକପ ସେମିଫାଇନାଲ

Odisha Sports Bureau