More Sports

ଟଏଲେଟରେ ଖାଇଲେ ଖେଳାଳି ,ଭିଡିଓ ଭାଇରଲ

ଉତ୍ତରପ୍ରଦେଶ :ଆମ ଦେଶର ଖେଳାଳି ମାନଙ୍କ ପାଇଁ ଆମ ଦେଶ ଅନେକ ନାମ ଅର୍ଜନ କରିପାରିଛି | ଆଉ ସେଥି ପାଇଁ ସରକାର ମଧ୍ୟ ଖେଳାଳି ମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି | ହେଲେ ଏ ଚିତ୍ର ଦେଖିଲେ ଲାଗୁଛି  ଖେଳାଳିମାନେ ଅଦରକାରୀ ହୋଇପଡିଛନ୍ତି | ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ ଯୋଗୀ ଆଦିତ୍ୟ ନାଥଙ୍କ ରାଜ୍ୟ ଉତ୍ତରପ୍ରଦେଶର ସହାରନପୁରର ଡ଼.ଭିମରାଓ ସ୍ପୋର୍ଟସ୍ ଷ୍ଟାଡିୟମରେ |ଏହି ଷ୍ଟାଡ଼ିୟମରେ ଜୁନିୟର୍ ବାଳିକା କବାଡ଼ି ପାଇଁ ୩ ଦିବସୀୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ରାଜ୍ୟସ୍ତରର ଏହି କବାଡ଼ି ପ୍ରତିଯୋଗିତା ସେପ୍ଟେମ୍ବର ୧୬ ରୁ ୧୮ ତାରିଖ ପର୍ୟ୍ୟନ୍ତ ଚାଲିଲା , ଯେଉଁଥିରେ ୧୭ ଜଣ ଟିମ୍ ସାମିଲ୍ ହୋଇଥିଲେ । ୨୦୦ ରୁ ଅଧିକ ଲୋକଙ୍କ ପାଇଁ ଟଏଲେଟରେ ଖାଇବା ପ୍ରସ୍ତୁତ ହେଉଥିଲା ।

ଖେଳାଳିଙ୍କ ପାଇଁ ଖାଲି ଟଏଲେଟରେ ଖାଇବା ପରଷା ଗଲାନି , ଦର କଂଚା ଭାତ ମଧ୍ୟ ଖାଇବାକୁ ଦିଆଗଲା ।ଆୟୋଜିତ କବାଡ଼ି ପ୍ରତିଯୋଗିତା ବେଳେ ଖେଳାଳିମାନଙ୍କୁ ଟଏଲେଟ୍ ଭିତରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ପରଷା ଯାଇଥିଲା । ଯାହାର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ ଏହା ଉପରେ ଏକ ଯାଞ୍ଚ୍ କମିଟି ବସାଯାଇଛି । ଏହାସହ କ୍ରୀଡ଼ା ଅଧିକାରୀ ଅନିମେସ୍ ସକ୍ସେନାଙ୍କୁ ସସପେଣ୍ଡ୍ କରାଯାଇଛି । ” କିନ୍ତୁ ଭାଇରାଲ୍ ଭିଡ଼ିଓ ସଫାସଫା ଦେଖାଯାଉଛି ଯେ କେମିତି ଟଏଲେଟରେ ଖେଳାଳିଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଉଥିଲା |ତେବେ ସେହିଭଳି କ୍ରୀଡ଼ାଧିକାରୀ ଦଲିଲରେ ସଫେଇ ରଖିଲେ ଯେ , “ନିମ୍ନମାନର ଚାଉଳ ଥିବାରୁ ପ୍ରଥମେ ଭାତ ଭଲ ହୋଇନଥିଲା ତେଣୁ ଫୋପଡ଼ା ଗଲା ଏବଂ ପୁନଶ୍ଚ ଚାଉଳ ପ୍ରସ୍ତୁତ କରିବା ବେଳେ ବିଳମ୍ବ ହେବାରୁ ଦରକଂଚା ରହିଗଲା । ଅନ୍ୟପକ୍ଷରେ ଷ୍ଟାଡ଼ିୟମରେ କାମ ଚାଲିଥିବାରୁ ରୋଷେଇ ପ୍ରସ୍ତୁତ ପାଇଁ ପର୍ୟ୍ୟାପ୍ତ ଜାଗା ନଥିଲା ତେଣୁ ଚେଞ୍ଜିଙ୍ଗ୍ ରୁମକୁ ରୋଷେଇଶାଳା କରାଯାଇଥିଲା । ଅନ୍ୟପଟେ ଏହାଉପରେ ଅଧିକ ତଦନ୍ତ ଦିଆଯିବ ବୋଲି ମଧ୍ୟ କୁହାଯାଉଛି |

Related posts

୮୦ତମ ଜାତୀୟ ଟେବୁଲ୍ ଟେନିସ୍ ପ୍ରତିଯୋଗିତା ଓଡ଼ିଶା ମହିଳା ଆଗରେ

Odisha Sports Bureau

କ୍ରୀଡ଼ା ଉପଦେଷ୍ଟାର ସଦସ୍ୟ ହେଲେ ଗଗନେନ୍ଦୁ

Odisha Sports Bureau

ଦୁନିଆର ମହାନ ଖେଳାଳି, ଯ ଯିଏ ରଙ୍ଗଭେଦ କାରଣରୁ ନଦୀରେ ଫିଙ୍ଗିଥିଲେ ଅଲିମ୍ପିକ୍ ପଦକ

Leave a Comment