More Sports

ଟଏଲେଟରେ ଖାଇଲେ ଖେଳାଳି ,ଭିଡିଓ ଭାଇରଲ

ଉତ୍ତରପ୍ରଦେଶ :ଆମ ଦେଶର ଖେଳାଳି ମାନଙ୍କ ପାଇଁ ଆମ ଦେଶ ଅନେକ ନାମ ଅର୍ଜନ କରିପାରିଛି | ଆଉ ସେଥି ପାଇଁ ସରକାର ମଧ୍ୟ ଖେଳାଳି ମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି | ହେଲେ ଏ ଚିତ୍ର ଦେଖିଲେ ଲାଗୁଛି  ଖେଳାଳିମାନେ ଅଦରକାରୀ ହୋଇପଡିଛନ୍ତି | ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ ଯୋଗୀ ଆଦିତ୍ୟ ନାଥଙ୍କ ରାଜ୍ୟ ଉତ୍ତରପ୍ରଦେଶର ସହାରନପୁରର ଡ଼.ଭିମରାଓ ସ୍ପୋର୍ଟସ୍ ଷ୍ଟାଡିୟମରେ |ଏହି ଷ୍ଟାଡ଼ିୟମରେ ଜୁନିୟର୍ ବାଳିକା କବାଡ଼ି ପାଇଁ ୩ ଦିବସୀୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ରାଜ୍ୟସ୍ତରର ଏହି କବାଡ଼ି ପ୍ରତିଯୋଗିତା ସେପ୍ଟେମ୍ବର ୧୬ ରୁ ୧୮ ତାରିଖ ପର୍ୟ୍ୟନ୍ତ ଚାଲିଲା , ଯେଉଁଥିରେ ୧୭ ଜଣ ଟିମ୍ ସାମିଲ୍ ହୋଇଥିଲେ । ୨୦୦ ରୁ ଅଧିକ ଲୋକଙ୍କ ପାଇଁ ଟଏଲେଟରେ ଖାଇବା ପ୍ରସ୍ତୁତ ହେଉଥିଲା ।

ଖେଳାଳିଙ୍କ ପାଇଁ ଖାଲି ଟଏଲେଟରେ ଖାଇବା ପରଷା ଗଲାନି , ଦର କଂଚା ଭାତ ମଧ୍ୟ ଖାଇବାକୁ ଦିଆଗଲା ।ଆୟୋଜିତ କବାଡ଼ି ପ୍ରତିଯୋଗିତା ବେଳେ ଖେଳାଳିମାନଙ୍କୁ ଟଏଲେଟ୍ ଭିତରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ପରଷା ଯାଇଥିଲା । ଯାହାର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ ଏହା ଉପରେ ଏକ ଯାଞ୍ଚ୍ କମିଟି ବସାଯାଇଛି । ଏହାସହ କ୍ରୀଡ଼ା ଅଧିକାରୀ ଅନିମେସ୍ ସକ୍ସେନାଙ୍କୁ ସସପେଣ୍ଡ୍ କରାଯାଇଛି । ” କିନ୍ତୁ ଭାଇରାଲ୍ ଭିଡ଼ିଓ ସଫାସଫା ଦେଖାଯାଉଛି ଯେ କେମିତି ଟଏଲେଟରେ ଖେଳାଳିଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଉଥିଲା |ତେବେ ସେହିଭଳି କ୍ରୀଡ଼ାଧିକାରୀ ଦଲିଲରେ ସଫେଇ ରଖିଲେ ଯେ , “ନିମ୍ନମାନର ଚାଉଳ ଥିବାରୁ ପ୍ରଥମେ ଭାତ ଭଲ ହୋଇନଥିଲା ତେଣୁ ଫୋପଡ଼ା ଗଲା ଏବଂ ପୁନଶ୍ଚ ଚାଉଳ ପ୍ରସ୍ତୁତ କରିବା ବେଳେ ବିଳମ୍ବ ହେବାରୁ ଦରକଂଚା ରହିଗଲା । ଅନ୍ୟପକ୍ଷରେ ଷ୍ଟାଡ଼ିୟମରେ କାମ ଚାଲିଥିବାରୁ ରୋଷେଇ ପ୍ରସ୍ତୁତ ପାଇଁ ପର୍ୟ୍ୟାପ୍ତ ଜାଗା ନଥିଲା ତେଣୁ ଚେଞ୍ଜିଙ୍ଗ୍ ରୁମକୁ ରୋଷେଇଶାଳା କରାଯାଇଥିଲା । ଅନ୍ୟପଟେ ଏହାଉପରେ ଅଧିକ ତଦନ୍ତ ଦିଆଯିବ ବୋଲି ମଧ୍ୟ କୁହାଯାଉଛି |

Related posts

ରାଷ୍ଟ୍ରିୟ ରେକର୍ଡ ଭାଙ୍ଗି ଅଲମ୍ପିକ୍ ପାଇଁ କ୍ୱାଲିଫାଇ କଲେ ଅବିନାଶ

Odisha Sports Bureau

୧୦ରୁ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା

Odisha Sports Bureau

ସ୍ପ୍ରିଣ୍ଟ ଦୌଡ଼ରେ ଭାରତର ଜେହାନ ଦାରୁୱାଲା ଚତୁର୍ଥ ସ୍ଥାନରେ

Odisha Sports Bureau