Cricket

ଭାରତୀୟ ଦଳରେ ପରିବର୍ତ୍ତନର ଆବଶ୍ୟକତା ରହିଛି; ବିରେନ୍ଦ୍ର ସେହୱାଗ୍

ନୂଆଦିଲ୍ଲୀ: ଚଳିତ ଥର ଟି-୨୦ ବିଶ୍ୱ କପ୍କୁ ନେଇ ବହୁୂ ଆଶବାଦୀ ରହିଛି ଭାରତ । କିନ୍ତୁ ୩୦ ଅକ୍ଟୋବର ୨୦୨୨ରେ ରବିବାର ଦିନ ହୋଇଥିବା ମ୍ୟ ।ଚରେ ଦକ୍ଷିଣ ଆଫ୍ରିିକା ଠାରୁ ପରାଜିତ ହୋଇଛି ଭାରତ । ପ । ଭାରତ ଏପରି ଭାବେ ପରାଜୟ ଦେଖି ନିରାଶ ହୋଇଛନ୍ତି ପୂମର୍ତ୍ତପ କ୍ରିକେଟର ବିରେନ୍ଦ୍ର ସେହୱାଗ୍ ।

ରବିବାର ଦିନ ହୋଇଥିବା ମ୍ୟାଚରେ ଦୀନେଶ କାର୍ତ୍ତିକଙ୍କ ଉପରେ ବିବୃିିିତ୍ତି ଦେଇଛନ୍ତି ଭାରତର ପୂର୍ମତନ ଓପନ୍ର ବିରେନ୍ଦ୍ର ସେହୱାଗ୍ । ରବିବାର ଦିନ ହୋଇଥିବା ଟି-୨୦ ବିଶ୍ୱକପ୍ରେ ତୃତୀୟ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ନାଟକୀୟ ଡଙ୍ଗରେ ପାଞ୍ଚ ୱିକେଟ ହରାଇଥିଲା । ପ୍ରଥମ ଇଂନିସରେ ୨୦ ଓଭରରେ ୯ ୱିକେଟ ହରାଇ ୧୩୩ ରନ୍ କରିଥିଲା ଭାରତ । ବୋଲରମାନେ ମ୍ୟାଚକୁ ଶେଷ ଓଭରକୁ ନେବା ପାଇଁ ଚମକ୍ରାର ପ୍ରଦର୍ଶନ କରିଥିଲେ । କିନ୍ତୁ ମ୍ୟାଚ ଶେଷରେ ୨ଟାେ ବଲ ଥାଇ ବିଜୟ ହାସଲ କରିଥିଲା ଦକ୍ଷିଣ ଆଫ୍ରିକା । ଏହି ବିଜୟ ସହିତ ଦକ୍ଷିଣ ଆଫ୍ରିକା ତିନୋଟି ମ୍ୟାଚରେ ୫ ପଏଣ୍ଟ ସହ ଟେବୁଲର ଶୀର୍ଷକ ଡେଇଁଥିବାବେଳେ ଭାରତ ଦ୍ୱିତୀୟ ଷ୍ଟେପକୁ ଖସି ଆସିଛି ।

ଖବରଅନୁଯାୟୀ,ଏହି ମ୍ୟାଚ ଚାଲିଥିବା ବେଳେ ୱିକେଟ୍ କିପର-ବ୍ୟାଟସମ୍ୟାନ ଦୀନେଶ କାର୍ତ୍ତିକ କିଛି ଯନ୍ତଣା ଅନୁଭବ କରିଥିଲେ ।ତାଙ୍କ ପିଠିରେ ଅସହ୍ୟ ଯନ୍ତଣା ହେତୁ ସେ ପଡିଆ ଛାଡିବାକୁ ବାଧ୍ୟ ହୋଇଥିଲେ । ତେବେ ତାଙ୍କ ବଦଳରେ ଋିଷଭ ପନ୍ତ ଅବଶିଷ୍ଟ ଓଭର ଖେଳିଥିଲେ ।କ୍ରିକେଟ ବଜ ସୋ’ରେ ସେହୱାଗ୍ଙ୍କୁ  ପଚରାଯାଇଥିଲା ଯେ, ଦିନେଶ କାର୍ତ୍ତିକଙ୍କ ଆଘାତ ପରେ ଭାରତ ସେମାନଙ୍କ ଯୋଜନାରେ ପରିବର୍ତ୍ତନ ଆଣିବା ଆବଶ୍ୟକ କି ବୋଲି ପଚରାଯାଇଥିଲା ସେବାଗଙ୍କୁ । ତେବେ ବିରେନ୍ଦ୍ର ସେହୱାଗ୍ ଙ୍କ କହିବା ମୁତାବକ, ଭାରତ ପନ୍ତଙ୍କୁ ପ୍ରଥମ ପସନ୍ଦ ତଥା ଏକାଦଶରେ ରଖିବା ଉଚିତ୍।

ପ୍ରଥମରୁ ହିଁ ଭାରତକୁ ଋିଷଭଙ୍କୁ ନେବାର ଥିଲା । କାରଣ ଋିଷଭଙ୍କ ଦିନିକିଆ ଆର୍ନ୍ତଜାତୀୟ ମ୍ୟାଚ ଖେଳିଛନ୍ତି । ହୁଡାଙ୍କ ସ୍ଥାନରେ ଋିଷଭଙ୍କୁ ନେବା କଥା । ତାଙ୍କୁ ଏପରି ମ୍ୟାଚ ଖେଳିବାର ଅଭିଜ୍ଞତା ରହିଛି । ଦୀପକ ହୁଡାଙ୍କ ଅପେକ୍ଷା ଭଲ ଋିଷଭ ଭଲ ଖେଳିବେ ଏବଂ ଭାରତୀୟ ଦଳକୁ ସୁଦୃଢ କରାଇବାରେ ସକ୍ଷମ ହେବେ ।ଦୀପକ ହୁଡାଙ୍କ ବଦଳରେ ଋଷଭ ପନ୍ତଙ୍କୁ ଦଳ ପ୍ରାଧାନ୍ୟ ଦେବା ଆବଶ୍ୟକ ।ଏହା ସହ ସେହୱାଗ୍ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଏଠାରେ ବସି କେବଳ ଉପଦେଶ ହିଁ ଦେଇ ପାରିବି । କିନ୍ତୁ ଏହା ଉପରେ ପରିଚାଳନା କମିଟି ହିଁ ନିଷ୍ପତ୍ତି ନେଇ ପାରିବ ।

Related posts

ଜିମ୍ବାୱେ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଅଧିନାୟକ ଶୁବମନ ଗିଲ୍

ଟି-୨୦ ସିରିଜର ନେତୃତ୍ୱ ନେବେ ସ୍ମୃତି ମନ୍ଧାନା

Odisha Sports Bureau

କିଏ ହେବ ଭାରତୀୟ ଦଳର ନୂତନ କୋଚ?

Odisha Sports Bureau