Cricket

T 20 ବିଶ୍ୱ କପରେ ସର୍ବାଧିକ ରନ କରିବାର ରେକର୍ଡ କରିଛନ୍ତି ବିରାଟ

ବ୍ୟୁରୋ : T 20 ର ନୂଆ କିଙ୍ଗ ଏବେ ବିରାଟ କୋହଲି। T 20 ବିଶ୍ୱ କପରେ ବିରାଟ ଏବେ ସର୍ବାଧିକ ରନ କରିବାର ରେକର୍ଡ କରିଛନ୍ତି। ବର୍ତ୍ତମାନ ସୁଦ୍ଧା କୋହଲି ତାଙ୍କ ବିଶ୍ଵ କପର 25ଟି ମ୍ୟାଚ୍ ମଧ୍ୟରୁ 1065 ରନ ସଂଗ୍ରହ କରିସାରିଛନ୍ତି। ଏହି ମ୍ୟାଚ୍ ପୂର୍ବରୁ ତାଙ୍କୁ ବିଶ୍ୱ ରେକର୍ଡର ଲକ୍ଷ ହାସଲ ପାଇଁ 16 ରନର ଆବଶ୍ୟକତା ରହିଥିଲା। ତେବେ କାଲିର ମ୍ୟାଚ୍ ପରେ ସେ ଏହି ନୂଆ କିର୍ତିମାନ ହାସଲ କରିଛନ୍ତି। ପୂର୍ବରୁ ପୁରୁଷତ T 20 ବିଶ୍ବ କପରେ ସର୍ବାଧିକ ରନ କରିବାର ରେକର୍ଡ ଶ୍ରୀଲଙ୍କାର କିମ୍ବଦନ୍ତୀ ଖେଳାଳି ମୟେଲା ଜୟବର୍ଧନୀଙ୍କ ନାମରେ ରହିଥିଲା। ସେ 31ଟି ମ୍ୟାଚ୍ ଖେଳି 1016 ରନ ହାସଲ କରିଥିଲେ।

ବିରାଟ ଏହି T 20 ବିଶ୍ୱ କପରେ 25 ଟି ମ୍ୟାଚ ରେ 88,75 ଅଭ୍ରାଜ୍ ରେ 1065ରନ ସଂଗ୍ରହ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଡ ରହିଛି 132.46। ସେହିଭଳି ବିଶ୍ଵ କପରେ ତାଙ୍କ ସର୍ବାଧିକ ରନ ରହିଛି 89। ଏହା ଛଡ଼ା ଏହି ରେସ ରେ ତୃତୀୟ ସ୍ଥାନରେ ରହିଛନ୍ତି କ୍ରିସ କେଲ। 33 ମ୍ୟାଚ୍ ରୁ ସେ 965 ରନ ସଂଗ୍ରହ କରିଛନ୍ତି। କ୍ରିସ୍ କିଲଙ୍କ ପରେ ରହିଛନ୍ତି ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ରୋହିତ ଶର୍ମା। ସେ 37ଟି ମ୍ୟାଚରୁ 921 ରନ ସଂଗ୍ରହ କରିଛନ୍ତି। ବିରାଟ କୋହଲି ଚଳିତ ବର୍ଷ ମ୍ୟାଚ୍ ରେ ନିଜ ଦମଦାର ପ୍ରଦର୍ଶନ କରିଚାଲିଛନ୍ତି।ସେ ପ୍ରଥମ ମ୍ୟାଚରେ ପାକିସ୍ତାନ ବିରୁଦ୍ଧରେ 82 ରନ ହାସଲ କରିଥିବାବେଳେ ନେଦରଲ୍ୟାଣ୍ଡ ବିପକ୍ଷରେ 62 ରନ ସଂଗ୍ରହ କରିଛନ୍ତି। ସେହିଭଳି ଦକ୍ଷିଣ ଆଫ୍ରିକା ବିରୋଧରେ 12 ରନ କରିଥିଲେ। ତେବେ ବାଂଲାଦେଶ ବିପକ୍ଷରେ ମଧ୍ୟ ତାଙ୍କ ବ୍ୟଟର ଯାଦୁ ଦେଖିବାକୁ ମିଳିଥିଲା। 44 ବଳରୁ ସେ ସେ 64 ରନର ଇନିଙ୍ଗସ୍ ଖେଳି ଥିଲେ। ଏଥିରେ 8ଟା ଚଉକା ଆଉ ଗୋଟିଏ ଛକା ରହିଥିଲା।

Related posts

ଚର୍ଚ୍ଚାରେ ଅଷ୍ଟ୍ରେଲିଆ ଖେଳାଳୀଙ୍କ ସେଲିବ୍ରେସନ

Odisha Sports Bureau

କଡା ସୁରକ୍ଷା ବଳୟ ଭିତରେ ରହିବ ବାରବାଟୀ ଷ୍ଟାଡିଅମ

Odisha Sports Bureau

ପୁଲୱାମା ସହିଦ ପରିବାରଙ୍କୁ ପାରିଶ୍ରମିକ ଦେବେ ସିଏସକେ

Odisha Sports Bureau