Cricket

ଲଗାଣ ବର୍ଷା ‌ଯୋଗୁଁ ବାତିଲ ହେଲା ଭାରତ ଓ ନିଉଜିଲାଣ୍ଡ୍‌ ଟିମ୍‌ ଖେଳିବାକୁ ଥିବା ‘ଟି୨୦ଆଇ’ର ପ୍ରଥମ ମ୍ୟାଚ୍‌

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ବାତିଲ ହୋଇଯାଇଛି । କାରଣ ୱେଲିଙ୍ଗ୍‌ଟନ୍‌ରେ ଅତି ପ୍ରବଳ ବର୍ଷା ଲାଗି ରହିବାରୁ ଆଜି ହୋଇପାରିଲା ନାହିଁ ‘ସ୍କାଏ ଷ୍ଟାଡିୟମ୍‌’ରେ ଭାରତ ଓ ନିଉଜିଲାଣ୍ଡ୍‌ ମଧ୍ୟରେ ହେବାକୁ ଥିବା ପ୍ରଥମ ‘ଟି୨୦ଆଇ’ । ଏହି ସିରିଜ୍‌ରେ ୩ଟି ମ୍ୟାଚ୍‌ ଖେଳାଯିବା କଥା। ପାଗ ଭଲ ଥିବାରୁ ଏହି ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ରବିବାର ଦିନ ମାଉଣ୍ଟ୍‌ ମଙ୍ଗନୁଇ ଖେଳାଯିବ। ଭାରତୀୟ ସମୟ ଅନୁସାରେ ଦିନ ୧୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର ଥିଲା । ହେଲେ ବର୍ଷା ନଛାଡିବା ଯୋଗୁଁ ୧ଟା ୪୫ ମିନିଟରେ ମ୍ୟାଚ ବାତିଲ ଘୋଷଣା କରାଯାଇଥିଲା । ୩ ମ୍ୟାଚ ବିଶିଷ୍ଟ ଏହି ସିରିଜର ଦ୍ୱିତୀୟ ମ୍ୟାଚ ୨୦ ତାରିଖରେ ହେବାର ଅଛି ।

ଏହି ସିରିଜରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ହାର୍ଦିକ ପାଣ୍ଡ୍ୟାଙ୍କୁ ଦଳର ନେତୃତ୍ବ ଦିଆଯାଇଛି । ହାର୍ଦ୍ଦିକଙ୍କୁ ମଧ୍ୟ ୨୦୨୪ ବିଶ୍ବକପ୍‌ରେ ଦଳର ନେତୃତ୍ବ ଭାର ପ୍ରଦାନ ଲାଗି ସ୍ବର ଉଠିଛି । ଏହି ଶୃଙ୍ଖଳାରେ ମଧ୍ୟ ବିଶ୍ବକପ୍‌ ଖେଳିଥିବା ରୋହିତ ଶର୍ମା, ବିରାଟ କୋହଲି, କେଏଲ୍ ରାହୁଲ, ଦୀନେଶ କାର୍ତ୍ତିକ, ମହମ୍ମଦ ସାମି ଓ ଆର୍ ଅଶ୍ବିନ ପ୍ରମୁଖ ନାହାନ୍ତି ।

 

 

Related posts

କେବେ ହେବ IPL 2026, ଏହି କାରଣରୁ ହେଉନି ଶେଡ୍ୟୁଲ୍ ଘୋଷଣା

Odisha Sports Bureau

IPL 2024ରେ ତୃତୀୟ ଥର ଚାମ୍ପିଅନ ହେଲା କୋଲକାତା, ପରାଜୟ ବରଣ କଲା ହାଇଦ୍ରାବାଦ

ଶ୍ରୀଲଙ୍କାରେ ଖେଳାଯିବ  ଭାରତ ଏବଂ ପାକିସ୍ତାନ ମଧ୍ୟରେ  ଏସିଆ କପ