Cricket

ସୁପର ଓଭରରେ ଭାରତର ସୁପର ବିଜୟ

(ଓଡ଼ିଶା ସ୍ପୋର୍ଟ):  ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ମାଟିରେ ଟି-୨୦ ସିରିଜ ଜିତିଛି ଭାରତ । ୫ଟିକିଆ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ କବଜା କରିଛି କୋହଲି ବାହିନୀ । ଏହା ସହ ଆଜିର ଦମଦାର ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ପ୍ରଥମେ ବ୍ୟାଟିଂ କରି ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ଜବରଦସ୍ତ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ଓଭରରେ ଭାରତ ୫ଟି ୱିକେଟ୍ ହରାଇ ୧୭୯ ରନ୍ କରିବାକୁ ସକ୍ଷମ ହୋଇଥିଲା । ଜବାବରେ ନ୍ୟୁଜିଲାଣ୍ଡ ୧୮୦ ରନର ବିଜୟଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ସମାନ ୧୭୯ ରନ୍ କରିଥିଲା । ଶେଷ ବଲରେ ମାତ୍ର ୧ ରନର ଆବଶ୍ୟକ ଥିବା ବେଳେ ରସ୍ ଟେଲରଙ୍କୁ କ୍ଲିନ୍ ବୋଲ୍ଡ କରିଦେଇଥିଲେ ମହମ୍ମଦ ଶାମି । ଫଳରେ ମ୍ୟାଚ୍ ଯାଇ ପହଞ୍ଚିଥିଲା ସୁପରଓଭରରେ ।

ସୁପରଓଭରରେ ପ୍ରଥମେ ବ୍ୟାଟିଂ କରିଥିଲା ନ୍ୟୁଜିଲାଣ୍ଡ । ଦମଦାର ବ୍ୟାଟିଂ କରି ଭାରତକୁ ଆଗରେ ଧାର୍ୟ୍ୟ କରିଥିଲା ୧୮ ରନର ବିଜୟଲକ୍ଷ୍ୟ । ପ୍ରଥମ ଦୁଇଟି ବଲ୍ ଧିମା ବ୍ୟାଟିଂ କରିଥିଲା ଭାରତ । ଶେଷ ୨ଟି ବଲରୁ ୧୦ ରନର ଆବଶ୍ୟକତା ଥିବା ବେଳେ ୨ଟି ଦର୍ଶନୀୟ ଛକା ମାରି ଦଳକୁ ବିଜୟୀ ଭେଟି ଦେଇଥିଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା । ଦମଦାର ବ୍ୟାଟିଂ ପ୍ରଦର୍ଶନ ପାଇଁ ରୋହିତ ଶର୍ମାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ବିବେଚିତ କରାଯାଇଛି ।

Related posts

ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କିଏ ଶିଖର ଧାୱନଙ୍କ ଓପନିଂ ପାର୍ଟନର ହେବ?

କୋଲକତା ଇଡେନଗାର୍ଡେନ ଷ୍ଟାଡିୟମରେ ଲାଗିଲା ନିଆଁ, ଡ୍ରେସିଂ ରୁମଜଳି ପାଉଁଶ

Odisha Sports Bureau

ରାହାନେଙ୍କୁ ମୁମ୍ବାଇର ରଣଜୀ ଦଳର ଅଧିନାୟକ ଭାବେ ନିଯୁକ୍ତ

Odisha Sports Bureau