Karate

କରାଟେ ପ୍ରତିଯୋଗିତାରେ ଓଡିଶାକୁ ମିଳିଲା ୧୨ ପଦକ

ଭୁବନେଶ୍ୱର : କରାଟେ ପ୍ରତିଯୋଗିତାରେ ଓଡ଼ିଶା ୧୨ ପଦକ ହାସଲ କରିଛି । ଦିଲ୍ଲୀର ତାଲକୋଟରା ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ସବ ଜୁନିୟର କରାଟେ ପ୍ରତିଯୋଗିତା । ଓଡ଼ିଶା ପ୍ରତିଯୋଗୀ ୨ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୪ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୧୧ ବର୍ଷର କୁମିତେ ବର୍ଗରେ ସୁରଭି ପଣ୍ଡା ଓ ୧୨ ବର୍ଷ ବ୍ୟକ୍ତିଗତ କାଟା ବର୍ଗର ଆଲିସା ସୁବୁଦ୍ଧି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । କାଟା ବର୍ଗରେ ୬ ବର୍ଷ ବ୍ୟକ୍ତିଗତ ଆକାଂକ୍ଷା ମହାନ୍ତି, ୭ ବର୍ଷ ବ୍ୟକ୍ତିଗତ କାଟା ବର୍ଗରେ ଅର୍ନଦିତା ସ୍ବାଇଁ, ୯ ବର୍ଷ ବ୍ୟକ୍ତିଗତ କାଟା ବର୍ଗରେ ଓରଜା ସାମନ୍ତ, ୧୦ ବର୍ଷ ବ୍ୟକ୍ତିଗତ କାଟା ବର୍ଗରେ ଆଲିସା ଚୌହାନ, ୧୩ ବର୍ଷ ବ୍ୟକ୍ତିଗତ କାଟା ବର୍ଗରେ ଫାତିମା ପରଭେଜ୍ ଓ ୧୨ ବର୍ଷ ବ୍ୟକ୍ତିଗତ କାଟା ବର୍ଗରେ ପ୍ରିୟଦର୍ଶିନୀ ସାହୁ ରୌପ୍ୟ ପଦକ ହାସଲ କରିଛନ୍ତି। ୧୦ ବର୍ଷର କୁମିତେ ବର୍ଗରେ ଲିନ୍ସି ସିଂ, ୮ ବର୍ଷର କୁମିତେ ବର୍ଗରେ ରାଜେଶ୍ୱରୀ ସିଂ ୧୨ ବର୍ଷର କୁମିତେ ବର୍ଗରେ ଆର୍ୟ୍ୟା ବଂଶିକାଓ ୧୩ ବର୍ଷର କୁମିତେ ବର୍ଗରେ କାଜଲ ଆଚାର୍ୟ୍ୟ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

Related posts

ଜାତୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳି ଜିତିଲେ ୮ ସ୍ୱର୍ଣ୍ଣ

ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତା ୨୦୨୪ରେ ବିଜୟୀ ହୋଇଛି ଟିଟିଲାଗଡ଼

Odisha Sports Bureau

ଏସୀୟ କରାଟେ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଲେ ୩ ଓଡ଼ିଆ