Hockey

ପୋଲିସ ହକି ଚମ୍ପିୟାନସିପରେ ଓଡିଶା ପୋଲିସର ପୁରୁଷ ଓ ମହିଳା ଟିମ ଦଳଗତ ପ୍ରଦର୍ଶନ କରି ହାସଲ କଲେ ବ୍ରୋଞ୍ଜ ପଦକ

ଭୁବନେଶ୍ୱର: ୭୧ ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିୟାନସିପରେ ଓଡିଶା ପୋଲିସର ପୁରୁଷ ଓ ମହିଳା ଟିମ ଦଳଗତ ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି | ଓଡିଶା ପୋଲିସର ପୁରୁଷ ଟିମ ସି.ଆଇ.ଏସ.ଏଫ କୁ ୬ – ୪ ଗୋଲରେ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିବା ସହ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ମହିଳା ବର୍ଗରେ ଓଡିଶା ପୋଲିସ ତାମିଲନାଡୁ କୁ ୪ – ୨ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛି |  ଉଲ୍ଲେଖଯୋଗ୍ୟ ଯେ ଗତ ନଭେମ୍ବର ମାସ ୧୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ପୋଲିସ ଆନୁକୁଲ୍ୟରେ କୋଲକାତାସ୍ଥିତ ସାଇ କମ୍ପେକ୍ସ ଠାରେ ସର୍ବଭାରତୀୟ ପୋଲିସ ହକି ଚମ୍ପିୟାନସିପ ଅନୁଷ୍ଠିତ ହୋଇଥିଲା | ପୁରୁଷ ଟିମର  ଅଲମ୍ପିୟାନ ବୀରେନ୍ଦ୍ର ଲାକ୍ରା ଓ ଟିମ ମ୍ୟାନେଜର ସଂଜୀବ କୁମାର ଲାକ୍ରା ରାଜ୍ୟ ପୋଲିସ ମୁଖ୍ୟାଳୟରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂସଲଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି | ଏହି ଅବସରରେ ଆରକ୍ଷୀ ମହାନିର୍ଦେଶକ ଶ୍ରୀ ବଂସଲ କ୍ରୀଡାବିତମାନଙ୍କ ସାଫଲ୍ୟରେ ସନ୍ତୋଷ ବ୍ୟକ୍ତ କରିବା ସହ ଭବିଷ୍ୟତରେ କଠିନ ପରିଶ୍ରମ କରି ରାଜ୍ୟ ପୋଲିସ ପାଇଁ ଅଧୁକ ସଫଳତା ଆଣିବାକୁ ପରାମର୍ଶ ଦେଇଥିଲେ | ଏହି ସାକ୍ଷାତ ସମୟରେ ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ( ଆଇନ ଓ ଶୃଙ୍ଖଳା ) ଶ୍ରୀ ଆର . କେ . ଶର୍ମା ମଧ୍ୟ ଉପସ୍ଥିତ ଥିଲେ |

Related posts

ଜାତୀୟ ଜୁନିୟର ହକି ଚାମ୍ପିୟନଶିପରେ ଓଡିଶା ଟାଇଟଲ ବିଜୟୀ

ନବନିତଙ୍କ ଗୋଲ୍ ବଳରେ ଭାରତ-ମ୍ୟାଲେସିୟା ମ୍ୟାଚ୍ ଡ୍ର

୨୦୨୩ରେ ହକି ବିଶ୍ୱକପ

Odisha Sports Bureau

Leave a Comment