Uncategorized

ଟସ୍ ଜିତି ବ୍ୟାଟିଂ କରିବ ଟିମ୍ ବାଂଲାଦେଶ

ଢାକା: ବୁଧବାର ଭାରତ-ବାଂଲାଦେଶ ବିପକ୍ଷ ଦିନିକିଆ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ନିଷ୍ପତ୍ତି ନେଇଛି ବାଂଲାଦେଶ । ଦିତ୍ୱୀୟ ଦିନିକିଆରେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଭାରତ ଏବଂ ବାଂଲାଦେଶ ଏହି ଦିନିକିଆ ସିରିଜି ଢାକା ରେ ଖେଳା ଯାଉଛି ।
ସୂଚନାମୁତାବକ, ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ଗୋଟିଏ ୱିକେଟ୍ ବ୍ୟବଧାନରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ରବିବାର ସେର୍ ବାଂଲା ଷ୍ଟାଡିୟମରେ ଜଟିଳ ପିଚ୍ରେ ଭାରତ ୧୮୬ ରନ୍ କରିଥିଲା । କିନ୍ତୁ ଅନ୍ତିମ ପର୍ଯ୍ୟାୟରେ ବାଂଲାଦେଶର ଖେଳାଳି ମେହିଦି ହାସନ ମିରାଜ ଓ ମୁସ୍ତାଫିଜୁର ରହମାନ ୫୧ ରନ୍ କରି ଭାରତ ହାତରୁ ମ୍ୟାଚ୍ ଛଡାଇ ନେଇଥିଲେ ।ତେବେ ଆଜିର ମ୍ୟାଚରେ ଭାରତୁ କର ବା ମର ପରିସ୍ଥିତର ସାମ୍ନା କରିବାକୁ ପଡିବ । ଯଦି ବାଂଲାଦେଶ ଟିମ୍ ୨ୟ ଦିନିକିଆ ମ୍ୟାଚ୍ ଜିତିଯାଉଛି । ତେବେ ସିରିଜ୍ ଉପରେ କବ୍ଜା କରିବ ବାଂଲାଦେଶ ଟିମ୍ ।
ତେବେ ଆଜିର ଏହି ମ୍ୟାଚରେ ଭାରତୀୟ ଟିମ୍ ପକ୍ଷ୍ୟରୁ ରୋହିତ ଶର୍ମା ଅଧିନାୟକତ୍ୱ କରୁଥିବା ବେଳେ ଶିଖର ଧାୱନ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ସୁର୍ଦଲ ଠାକୁର, ଦୀପକ ଚହର, ମହମ୍ମଦ ସିରାଜ, ଉମ୍ରାନ୍ ମଲ୍ଲିକ ଅଂଶଗ୍ରହଣ କରିଛନ୍ତି । ଏହା ସହ ବାଂଳାଦେଶରୁ ଲିଟନ ଦାସ ଅଧିନକ୍ତ୍ୱ କରୁଥିବା ବେଳେ ଅନାମୁଲ ହକ, ସାକିବ ଅଲ୍ ହାସନ, ଏନ୍.ଏଚ୍ ସାଣ୍ଟୋ, ମହମୁଦୁଲ୍ଲା, ମୁସଫିକର ରହିମ, ଏଚ୍ ଧ୍ରୁବ, ମେହଦି ହାସାନ ମିରାଜ, ହାସାନ ମହମ୍ମଦ, ମୁସ୍ତାଫିଜୁର ରେହମାନ, ଇବାଦତ ହୋସେନ ରହିଥିବାର ସୂଚନା ରହିଛି ।

Related posts

ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ କ୍ରୀଡାରେ ପ୍ରତ୍ୟାଶାଙ୍କ ଚତୁର୍ଥ ପଦକ

୯ତମ ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଖୋ-ଖୋ,କବାଡି, ଦୌଡକୁଦ, ଯୋଗାସନ ଓ ସତରଞ୍ଜ ପ୍ରତିଯୋଗିତା ଅନୁଷ୍ଠିତ

Odisha Sports Bureau

ବାଳିକା ନୌଚାଳନାରେ ଭାରତର ନେହା ଠାକୁର ରୌପ୍ୟ ପଦକ ହାସଲ କରିଛନ୍ତି

Odisha Sports Bureau