Cricket

ବାଂଲାଦେଶ ବିପକ୍ଷ ସରିଜିରୁ ବାଦ ପଡିଲେ ମହମ୍ମଦ ଶାମି

ନୂଆଦିଲ୍ଲୀ: ଦିନିକିଆ ସିରିଜିରୁ ବାଦ ପଡିଲେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି । ଆହତ କାରଣରୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଖେଳିବାରୁ ବାଦ ପଡିପାରନ୍ତି ଶାମି । ଶେଷ ଥର ପାଇଁ ଆଇସିସି ଟି-୨୦ ବିଶ୍ୱକପ ୨୦୨୨ରେ ମହମ୍ମଦ ଶାମିଙ୍କୁ ଦେଖାଯାଇଥିଲା  । ପରବର୍ତ୍ତୀ ସମୟରେ ତାଙ୍କ ଡାହାଣ କାନ୍ଧରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା ।ତେବେ ମହମ୍ମଦ ଶାମି ପ୍ରଥମେ ବଂଲାଦେଶ ସିରିଜ୍ ରେ ଅଂଶ ଗ୍ରହଣ କରିଥିଲେ । କିନ୍ତୁ ତାଙ୍କ ଯନ୍ତଣା ବଢିବାରୁ ମ୍ୟାଚରୁ ବାଦ ପଡିଥିଲେ ଶାମି । ମହମ୍ମଦ ଶାମିଙ୍କ ବଦଳରେ ଉମ୍ରାନ ମଲ୍ଲିକ ଦଳରେ ସାମିଲ ହୋଇଥିଲେ ।ତେବେ ଶାମି ବର୍ତ୍ତମାନ ବେଙ୍ଗାଲୁରୁର ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ) ରେ ଅଛନ୍ତି । କ୍ରିକବଜ୍ ଅନୁଯାୟୀ, ଶାମିଙ୍କୁ ସୁସ୍ଥ କରିବା ପାଇଁ ଏନସିପ କମଚାରୀମାନେ ଏକ ରୋଡ ମ୍ୟାପ୍ ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଶାମିଙ୍କ ପ୍ରତ୍ୟାବର୍ତ୍ତନ ନେଇ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ତେବେ ଭାରତୀୟ ଦଳ ବାଂଲାଦେଶରେ ଚାଲିଥିବା ଦିନିକିଆ ମ୍ୟାଚରେ ସଂର୍ଘଷ କରୁଥିବା ବେଳେ ଟେଷ୍ଟ ସିରିଜ୍ ପୂର୍ବରୁ ଦଳରେ ଶାମିଙ୍କ ଅନୁପସ୍ଥିତି ଭାରତୀୟ ଟିମ୍ ସହ ଶାମିଙ୍କ ପ୍ରଶଂକଙ୍କୁ ବଡ ଝଟକା ଲାଗିଛି ।

Related posts

ଭାରତ-ପାକିସ୍ତାନ ମ୍ୟାଚ ବେଳେ ରିଜୱାନକୁ ଦେଖି ଜୟ ଶ୍ରୀ ରାମ ନାରା

Odisha Sports Bureau

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଦଳର ଅଂଶ ହେବେନି

Odisha Sports Bureau

ସାମିଙ୍କୁ ଲାଗିଲା ହାଇକୋର୍ଟଙ୍କ ଝଟକା