basketball

ପୁରୀରେ ଚଳିତ ମାସ ୨୨ରୁ ବାସ୍କେଟବଲ ଲିଗ

ପୁରୀ : ପୁରୀରେ ଚଳିତ ମାସ ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଓଡିଶା ବାସ୍କେଟବଲ ଲିଗ ଅନୁଷ୍ଠିତ ହେବ। ଓଡିଶା ବାସ୍କେଟବଲ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ଲିଗରେ ୬ଟି ପୁରୁଷ ଓ ୪ଟି ମହିଳା ବାସ୍କେଟବଲ ଟିମ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବାକୁ ଆଜି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ନିକଟରେ ପୁରୀ ଠାରେ ଅନୁଷ୍ଠିତ ଖୋ ଖୋ ଚମ୍ପିୟାନସିପ୍ ଖୁବ ସୁନ୍ଦର ଭାବେ ଆୟୋଜନ ହୋଇ ଥିବାରୁ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ବାସ୍କେଟବଲ ଲିଗକୁ ଅନୁରୂପ ଭାବେ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ ।

ବିଭିନ୍ନ ବିଭାଗକୁ ଦିଆଯାଉଥିବା ଦାୟିତ୍ୱକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ଅତିରିକ୍ତ ପୌରନିର୍ବାହୀ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରିଡା ଅଧିକାରୀ ଶ୍ରୀ ଚନ୍ଦନ ସାହୁ, ପୂର୍ତ୍ତ ବିଭାଗ ଏସଡିଓ ଶ୍ରୀ ଶୁକଦେବ ସାହୁ, ଓଡିଶା ବାସ୍କେଟବଲ ଆସୋସିଏସନର ସମ୍ପାଦକ ଶ୍ରୀ ଅଶୋକ କୁମାର ସାହୁ, ଯୁଗ୍ମ ସମ୍ପାଦକ ଶ୍ରୀ ଅମିତ ଦାସମହାପାତ୍ର ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

Related posts

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୬: ଭାରତର ସ୍ୱର୍ଣ୍ଣ ବିଜୟରେ ଚମକିଲେ ମହିଳା ଖେଳାଳି, ୧୩ରୁ ୮ଟି ସ୍ୱର୍ଣ୍ଣ ମହିଳାଙ୍କ ନାମରେ

Odisha Sports Bureau

ବାସ୍କେଟ ବଲ୍ ଲିଗ୍ ଅନୁଷ୍ଠିତ

Odisha Sports Bureau

୬୪ତମ ବାର୍ଷିକ ବାସ୍କେଟ ବଲ ଖେଳ ଉଦଯାପିତ ହୋଇଯାଇଛି

Odisha Sports Bureau