basketball

ବାସ୍କେଟ ବଲ୍ ଲିଗ୍ ଅନୁଷ୍ଠିତ

ପୁରୀ : ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଆଜି ଠାରୁ  ୨୬ ଯାଏଁ ବାସ୍କେଟ ବଲ୍ ଲିଗ୍ ଅନୁଷ୍ଠିତ ହେବ। ପୁରୀ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ବାସ୍କେଟ ବଲ୍ ଆସୋସିଏସନ୍ ପକ୍ଷରୁ ଏ‌ହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ସମୁଦାୟ ୧୦ ଟିମ୍ ଭାଗ ନେବାକୁ ଥିବାବେଳେ ପୁରୁଷ ବିଭାଗର ୬ଟି ଓ ମହିଳା ବିଭାଗରେ ୪ଟି ଟିମ୍ ରହିଛନ୍ତି। ଖେଳର ଭାଗ ନେଉଥିବା ଖେଳାଳି ମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ରହଣି, ଗମନାଗମନ ସହ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ସେପଟେ ୨୦୨୩ ମସିହାରେ ପୁରୁଷ ହକି ବିଶ୍ୱକପ ଓଡ଼ିଶା ଆୟୋଜନ କରୁଥିବାରୁ ଏହା ଆମ ସମସ୍ତଙ୍କ ପାଇଁ ଏକ ଗୌରବର କଥା ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। ହକି ବିଶ୍ବକପକୁ ସ୍ମରଣୀୟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଉଛି। ଜାନୁଆରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲାରେ ବିଶ୍ୱକପ ହକି ଅନୁଷ୍ଠିତ ହେବ। ୧୬ଟି ଦେଶର ପ୍ରତିଯୋଗୀ ଏହି ବିଶ୍ୱକପରେ ଅଂଶଗ୍ରହଣ କରିବେ।

ହକିକୁ ଅଧିକ ଲୋକାଭିମୁଖୀ ତଥା ପ୍ରଚାର ପ୍ରସାର କରିବା ଲକ୍ଷ୍ୟରେ ବିଶ୍ୱକପର ପ୍ରକୃତ ଟ୍ରଫି ସମଗ୍ର ରାଜ୍ୟ ପରିକ୍ରମା କରିବାକୁ ଥିବାବେଳେ ଚଳିତ ମାସ ୨୬ ତାରିଖ ସନ୍ଧ୍ୟାରେ ଏହା ପୁରୀ ଜିଲ୍ଲାରେ ପହଞ୍ଚିବ। ୨୭ ତାରିଖ ସକାଳେ ଭିକ୍ଟୋରିଆ ହୋଟେଲ ସମ୍ମୁଖ ବେଳାଭୂମି, ପରେ ବ୍ଲୁ ଫ୍ଲାଗ ବିଚ ଓ ଶ୍ରୀମନ୍ଦିର ସିଂହଦ୍ଵାରରେ ପ୍ରଭୁଙ୍କ ଆଶୀର୍ବାଦ ପରେ ଟ୍ରଫିକୁ ପ୍ରଦର୍ଶନ କରାଯିବ। ଅପରାହ୍ନରେ ଏହି ଟ୍ରଫିକୁ ଶ୍ରୀଜଗନ୍ନାଥ ଷ୍ଟାଡିୟମରେ ଫଟୋ ସୁଟ ପରେ ବିଶ୍ୱକପ ଟ୍ରଫି କୋଣାର୍କ ଇକୋ ରିଟ୍ରିଟ୍ ଓ କୋଣାର୍କ ମନ୍ଦିରରେ ସ୍ୱାଗତ, ପ୍ରଦର୍ଶନ ଓ ଫଟୋ ସୁଟ ପରେ ଜିଲ୍ଲାରୁ ବିଦାୟ ଦିଆଯିବ ବୋଲି ପୁରୀ ସର୍କିଟ ହାଉସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରିଡା ଆସୋସିଏସନର ସମ୍ପାଦକ ରବି ଶଙ୍କର ପ୍ରତିହାରୀ ପ୍ରମୁଖ ଯୋଗ ଦେଇଥିଲେ।

 

Related posts

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୬: ଭାରତର ସ୍ୱର୍ଣ୍ଣ ବିଜୟରେ ଚମକିଲେ ମହିଳା ଖେଳାଳି, ୧୩ରୁ ୮ଟି ସ୍ୱର୍ଣ୍ଣ ମହିଳାଙ୍କ ନାମରେ

Odisha Sports Bureau

ପୁରୀରେ ଚଳିତ ମାସ ୨୨ରୁ ବାସ୍କେଟବଲ ଲିଗ

Odisha Sports Bureau

ବୁରୁଷ୍ପୋର୍ଟିଙ୍ଗ କ୍ଲବ ଆନୁକୁଲ୍ୟରେ ଦୁଇ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଅନୁଷ୍ଠିତ

Odisha Sports Bureau