basketball

ବୁରୁଷ୍ପୋର୍ଟିଙ୍ଗ କ୍ଲବ ଆନୁକୁଲ୍ୟରେ ଦୁଇ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଅନୁଷ୍ଠିତ

ରାଇରଙ୍ଗପୁର /ସତ୍ୟାନାରୟଣ ପାଲ:  ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଅଞ୍ଚଳ ବାସୀଙ୍କ ପ୍ରିୟ ଖେଳ ଫୁଟବଲ ହୋଇଥିବା ବେଳେ ଏବେ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ଏହି ଖେଳ ଦେଖିବାକୁ ମିଳୁଛି। ତେବେ ଦଶହରା ପର୍ବ ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଲୁହାକାନୀ ପଞ୍ଚାୟତ ସାତଶୋଳ ଗ୍ରାମର ମାରାଙ୍ଗ୍ ବୁରୁ ସ୍ପୋଟିଙ୍ଗ୍ କ୍ଲବ ଦ୍ଵାରା ଅନୁଷ୍ଠିତ ହୋଇଥିଲା ଦୁଇ ଦିବସୀୟ ଏକ ବିରାଟ ଫୁଟବଲ ପ୍ରତିଯୋଗିତା। ଦୁଇଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ୩୨ ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ନାଇନ ମିଶାଇଲ  ଦଳ ବିଜେତା ହୋଇଥିଲା ବେଳେ ଜାହେର ଆୟୋ  ଦଳ ଊପବିଜେତା ହୋଇଥିଲା ଏବଂ ତୃତୀୟ ବୁରୁହୋନ ଚତୁର୍ଥ ସାଇ ସ୍ପୋଟିଙ୍ଗ୍ ଫୁଟବଲ ଦଳ ଯୋଗ୍ୟ ବିବେଚିତ ହୋଇଥିଲେ। ଉଦଘାଟିତ ଦିବସରେ ୩୪ ନ ଜିଲ୍ଲାପରିଷଦ ସଦସ୍ୟା ବିଦୁସ୍ମିତା ଦେଓ ଖେଳକୁ ଉଦ୍ଘାଟନ କରିଥିବା ବେଳେ ଉଦଯାପିତ ଦିବସରେ ପୁର୍ବତନ ସାଂସଦ ଇଞ୍ଜିନିୟର ରାମଚନ୍ଦ୍ର ହାଂସଦା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ। ସମ୍ମାନୀୟ ଅତିଥି ଭାବେ ବିଶୋଇ ବ୍ଲକ ଅଧ୍ୟକ୍ଷା ତୁଳସୀ ସିକ୍ରି ହାଁସଦା, ସରପଞ୍ଚ ସଲମା ଟୁଡୁ, ପଞ୍ଚାୟତ ସମିତି ସଦସ୍ୟ ଦିଲ୍ଲୀପ ଗିରି, ହାଇସ୍କୁଲ ପ୍ରଧାନ ଶିକ୍ଷକ ରାମପ୍ରସାଦ ମହାନ୍ତ, ଵରିଷ୍ଠ ସାମ୍ବାଦିକ ଆନୁଓ୍ଵାର ହୁସେନ୍ ଯୋଗଦେଇ ବିଜେତା ଖେଳାଳିଙ୍କୁ ପୁରସ୍କୃତ କରିବା ସହିତ ଉତ୍ସାହିତ କରିଥିଲେ। ତତ୍ ସହିତ କ୍ଲବ ର ସଭାପତି, ସମ୍ପାଦକ ଏବଂ ସମସ୍ତ ସଦସ୍ୟ ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଭୂମିକା ନିର୍ବାହ କରିଥିଲେ। ଦୁଇ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ପଡ଼ିଆର ଚତୁଃପାର୍ଶ୍ଵରେ ଦର୍ଶକଙ୍କ ଖଚାଖଚ୍ ଭିଡ଼ ପରିଲକ୍ଷିତ ହୋଇଥିଲା। ଖେଳାଳିଙ୍କ ଉତ୍ସାହ ଓ ଦର୍ଶକଙ୍କ ଉପସ୍ଥିତି ଦେଖି ପ୍ରାକ୍ତନ ସାଂସଦ  ଯୁବ କ୍ରୀଡା ଓ ଖେଳ ଯୋଜନା ଉପରେ ସରକାର ଧ୍ୟାନ ଦେବା ଆବଶ୍ୟକ ବୋଲି କହିବା ସହିତ  ସ୍ଥାନୀୟ ପ୍ରତିନିଧି ଭିତିଭୂମିର ଉନ୍ନତି ନିମନ୍ତେ ଚେଷ୍ଟା କରିବା ନିହାତି ଆବଶ୍ୟକ ବୋଲି କହିଥିଲେ।

Related posts

ପୁରୀରେ ଚଳିତ ମାସ ୨୨ରୁ ବାସ୍କେଟବଲ ଲିଗ

Odisha Sports Bureau

୬୪ତମ ବାର୍ଷିକ ବାସ୍କେଟ ବଲ ଖେଳ ଉଦଯାପିତ ହୋଇଯାଇଛି

Odisha Sports Bureau

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୬: ଭାରତର ସ୍ୱର୍ଣ୍ଣ ବିଜୟରେ ଚମକିଲେ ମହିଳା ଖେଳାଳି, ୧୩ରୁ ୮ଟି ସ୍ୱର୍ଣ୍ଣ ମହିଳାଙ୍କ ନାମରେ

Odisha Sports Bureau