Cricket

ନୂଆ ଇତିହାସ ସୃଷ୍ଟି କଲେ ଈଶାନ କିଶାନ

ଢାକା: ନୂଆ ଇତିହାସ ସୃଷ୍ଟି କରିଛନ୍ତି ବିଶ୍ୱ କ୍ରିକେଟରେ ଈଶାନ କିଶାନ । ୩ୟ ଦିନିକିଆ ମ୍ୟାଚରେ ସେ ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଦ୍ୱିଶତକ ହାସଲ କରିଛନ୍ତି । ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହୱାଗ ଓ ରୋହିତ ଶର୍ମାଙ୍କ ପରେ ଈଶାନ କିଶନ ୪ର୍ଥ ଭାରତୀୟ ଭାବେ ଦିନିକିଆରେ ଡବଲ ଟନ୍ ହାସଲ କରିଛନ୍ତି । ଈଶାନ କିଶାନ ମାତ୍ର ୧୨୬ ବଲରେ ଏପରି ଦୁଇ ଶତକ ହାସଲ କରି ନୂଆ କୀର୍ତ୍ତିମାନ ଦେଖାଇଛନ୍ତି । ତାଙ୍କ ପୂର୍ବରୁ କେହି ବି ଏତେ କମ ବଲରେ ଦୁଇ ଶତକ ହାସଲ କରି ନଥିଲେ। ସେ ଦିନିକିଆ କ୍ରିକେଟରେ ଦ୍ରୁତତମ ଦୁଇ ଶତକ ହାସଲ କରିଥିବା ପ୍ରଥମ ଖେଳାଳି ହୋଇଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

Related posts

କ’ଣ ଟିମ୍ ଇଣ୍ଡିଆ ପାଖକୁ ଆସିବ ତୃତୀୟ ବିଶ୍ୱକପ୍? ଉତ୍ତର ଦେଲେ ରୋହିତ ଶର୍ମା

Odisha Sports Bureau

ବିରାଟଙ୍କ ଇନଷ୍ଟାଗ୍ରାମ ଫଲୋଅର ୫୦ ନିୟୁତ

Odisha Sports Bureau

ଟିମ୍ ଇଣ୍ଡିଆର ଖେଳାଳିଙ୍କ ଉପରେ ଅଭିଯୋଗ ଆଣିଲେ ଜାଡେଜାଙ୍କ ପତ୍ନୀ

Odisha Sports Bureau