phipa world cup

ଭୁବନେଶ୍ବର ପୁଣିଥରେ ଇତିହାସ ଦୋହରାଇବ

ଭୁବନେଶ୍ବର: ଉଠୁଛି ପଡ଼ୁଛି ଭୁବନେଶ୍ବର । ହକି ବିଶ୍ବକପ୍କୁ ନେଇ ଲାଗି ରହିଛି ସାଜସଜା । ଏବେ ମୁଖ୍ୟମନ୍ତ୍ରୀଙ୍କ କ୍ଷେତ୍ରରେ ତାହା ସ୍ପଷ୍ଟ ବାରି ହୋଇ ପଡୁଛି । ସହରକୁ ଆକର୍ଷଣୀୟ କରିବା ପାଇଁ ଟଙ୍କା ଖର୍ଚ୍ଚ ଉପରେ ଖର୍ଚ୍ଚ ଚାଲିଛି । ଷ୍ଟାଡିୟମ୍ଠାରୁ ଆରମ୍ଭ କରି ରାଜଧାନୀର ଫୁଟ୍ପାଥ, କାନ୍ଥବାଡ଼ ଆଦି ନବବଧୂ ଭଳି ସଜେଇ ହେବାରେ ଲାଗିଛି। ଭୁବନେଶ୍ବର ପୁଣିଥରେ ଇତିହାସ ଦୋହରାଇବାକୁ ଯାଉଥିବାରୁ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଏବେଠୁ ନାହିଁ ନଥିବା ଉତ୍ସାହ ସ୍ପଷ୍ଟ ବାରି ହେଲାଣି। ତେବେ ହକି ପାଇଁ ଯେଭଳି ଜାତୀୟ, ଅନ୍ତର୍ଜାତୀୟ ମାନଚିତ୍ରରେ ଭୁବନେଶ୍ବର ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରୁଛି, ଅନ୍ୟତମ ସର୍ବାଧିକ ଲୋକପ୍ରିୟ ଖେଳ କ୍ରିକେଟ୍ ବି ଲଗାତାର ଏ ଉଦ୍ୟମ ଜାରି ରଖିଛି। କିନ୍ତୁ ଏହା ଖୁବ୍ କମ୍ କ୍ରୀଡ଼ାପ୍ରେମୀଙ୍କୁ ମାଲୁମ୍। ଅଧିକାଂଶ ଲୋକଙ୍କ ପାଇଁ ଏହା ବିଶ୍ବାସ କରିବା କଷ୍ଟକର ହୋଇପାରେ ଯେ ଭୁବନେଶ୍ବରର ରଣଜୀ ଇତିହାସ ୧୪ବର୍ଷ ପୁରୁଣା। ଓଡ଼ିଶାର ଗର୍ବ ଦେବାଶିଷ ମହାନ୍ତି ଓ ଶିବସୁନ୍ଦର ଦାସଙ୍କ ବ୍ୟତୀତ ଗୌତମ ଗମ୍ଭୀର, ଅମିତ ମିଶ୍ରା, ପାର୍ଥିବ ପଟେଲ, କେଦାର ଯାଦବ, ନବଦୀପ ସୈନିଙ୍କ ଭଳି ତାରକା ଖେଳାଳି ବି ଏଠାକୁ ଆସି ନିଜର ପ୍ରତିଭା ଦେଖାଇଛନ୍ତି।