Football

ସାକାର ହୋଇଛି ଲିଓନେଲ ମେସିଙ୍କ ସବୁଠୁ ବଡ଼ ସ୍ୱପ୍ନ

ଆର୍ଜେଣ୍ଟିନା : ଲିଓନେଲ ମେସିଙ୍କ ସବୁଠୁ ବଡ଼ ସ୍ୱପ୍ନ ସାକାର ହୋଇଛି । ଫିଫା ବିଶ୍ୱକପ ୨୦୨୨ର ଫାଇନାଲ ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଣ୍ଟିନା ତୃତୀୟ ଥର ପାଇଁ ବିଶ୍ୱକପ ଜିତିଛି । ଏହି ଚମତ୍କାରର ଲେଖକ ହେଉଛନ୍ତି ଲିଓନେଲ ମେସି, ଯିଏ ନିଜ ଦମରେ ନିଜ ଦଳକୁ ଚାମ୍ପିୟନ କରାଇଛନ୍ତି ।ଆର୍ଜେଣ୍ଟିନା ଦଳ ଫିଫା ବିଶ୍ୱକପ୍ ୨୦୨୨ ଟାଇଟଲ୍ ଜିତିବା ପରେ ଆର୍ଜେଣ୍ଟିନାର ମ୍ୟାନେଜର ଲିଓନେଲ ସ୍କାଲୋନି ଷ୍ଟାର ଫୁଟବଲର୍ ଲିଓନେଲ ମେସିଙ୍କ ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି । ଲିଓନେଲ ସ୍କାଲୋନିଙ୍କ ଅନୁଯାୟୀ, ଲିଓନେଲ ମେସି ୨୦୨୬ ଫିଫା ବିଶ୍ୱକପ ପର୍ଯ୍ୟନ୍ତ ଖେଳି ପାରନ୍ତି ।ଆଉ ୩୬ ବର୍ଷ ପରେ ଆର୍ଜେଣ୍ଟିନାର ସ୍ୱପ୍ନକୁ ପୂରଣ କରିଛନ୍ତି । ଦକ୍ଷିଣ ଆମେରିକାର ଦକ୍ଷିଣ ଭାଗରେ ପ୍ରାୟ ୫ କୋଟି ଜନସଂଖ୍ୟା ବିଶିଷ୍ଟ ଏକ ଦେଶ ଆର୍ଜେଣ୍ଟିନା ଆଜି ଖୁସିରେ ନାଚୁଛି ।

ଫୁଟବଲ ହେଉଛି ବିଶ୍ୱର ସର୍ବାଧିକ ଦେଖାଯାଉଥିବା ଖେଳ, ଯାହାର ବିଶ୍ୱକପ ଜିତି ଆର୍ଜେଣ୍ଟିନା ଇତିହାସ ସୃଷ୍ଟି କରିଛି । ଆର୍ଜେଣ୍ଟିନା ମ୍ୟାନେଜର ଲିଓନେଲ ସ୍କାଲୋନି କହିଛନ୍ତି ଯେ, “ପରବର୍ତ୍ତୀ ଫିଫା ବିଶ୍ୱକପ ପାଇଁ ଦଳରେ ସ୍ଥାନ ସୁରକ୍ଷିତ କରିବା ପାଇଁ ଆମକୁ ଲିଓନେଲ ମେସିଙ୍କ ଆବଶ୍ୟକତା ଅଛି । ଯଦି ସେ ଖେଳିବାକୁ ଚାହାଁନ୍ତି, ତେବେ ସେ ଆମ ସହିତ ରହିବେ ।” ସେପଟେ ଲିଓନେଲ ମେସି ବାରମ୍ବାର କହିଛନ୍ତି ଯେ, ଏହି ବିଶ୍ୱକପ ତାଙ୍କ କ୍ୟାରିୟରର ପଞ୍ଚମ ତଥା ଶେଷ ହେବ । ୨୦୨୧ କୋପା ଆମେରିକା ଓ ବର୍ତ୍ତମାନ ଫୁଟବଲର ସବୁଠାରୁ ସମ୍ମାନଜନକ ପୁରସ୍କାର ଜିତିବା ସତ୍ତ୍ୱେ ସ୍କାଲୋନି ପରାମର୍ଶ ଦେଇଛନ୍ତି ଯେ, ଏବେବି ମେସିଙ୍କ ପାଇଁ କାତାର ପରେ ମଧ୍ୟ ନିଜ ଅନ୍ତର୍ଜାତୀୟ କ୍ୟାରିୟର ଜାରି ରଖିବା ପ୍ରେରଣା ହୋଇପାରେ ।

Related posts

ଚେନ୍ନାଇୟିନକୁ ‘ଡ୍ର’ ରେ ଅଟକାଇଲା ଜମଶେଦପୁର

Odisha Sports Bureau

ପଡ଼ିଆରୁ ଲୁହ ଭିଜା ଆଖିରେ ବିଦାୟ ନେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ

ଏକଦିବସୀୟ ଆନ୍ତଃ ରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଟାଟା- ଟେଲକୋ ଚମ୍ପିୟାନ

Odisha Sports Bureau