Football

ଚୀନରେ ମେସିଙ୍କୁ ଦେଖିବା ପାଇଁ ଟିକେଟର ଦାମ୍ ୨ ଲକ୍ଷ ଟଙ୍କା

ବେଜିଂ: କୋଭିଡ୍ ମହାମାରୀ ପରେ ଚୀନ୍କୁ ଧିରେଧିରେ ଆନ୍ତର୍ଜାତିକ ଖେଳଗୁଡ଼ିକ ଫେରିବାରେ ଲାଗିଛି। ଜୁନ୍ ୧୫ ତାରିଖରେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ଫୁଟବଲ ଦଳ ମଧ୍ୟରେ ୬୮ହଜାର କ୍ଷମତା ବିଶିଷ୍ଟ ୱର୍କର୍ସ ଷ୍ଟାଡିୟମ୍ରେ ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳାଯିବ। ଲିଓନେଲ୍ ମେସିଙ୍କ ନେତୃତ୍ବାଧିନ ବିଶ୍ବବିଜେତା ଦଳ ବିଶ୍ବକପ୍ ପରେ ପ୍ରଥମ ଥର ବେଜିଂରେ ଅଷ୍ଟ୍ରେଲିଆକୁ ଭେଟିବ। ମେସିଙ୍କୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ନାହିଁନଥିବା ଆଗ୍ରହ ଦେଖାଦେଇଛି।
ସୂଚନା ଅନୁସାରେ, ଆୟୋଜକଙ୍କ ଦ୍ବାରା ମ୍ୟାଚ୍ ଟିକେଟ୍ର ଦାମ୍ ୧୫୦ ୟୁଆନ୍ (୬୭୫୦ ଟଙ୍କା) ରୁ ୪୮୦୦ ୟୁଆନ୍ (୫୫୮୫୩ ଟଙ୍କା) ମଧ୍ୟରେ ରଖାଯାଇଛି। କିନ୍ତୁ ଏତେ ଟଙ୍କା ଦେଇ ମ୍ୟାଚ୍ ଦେଖିବାକୁ କିଛି ଦର୍ଶକ କୁଣ୍ଠାବୋଧ କରିବା ସହ ଆୟୋଜକଙ୍କୁ ସୋସିଆଲ୍ ମିଡିଆରେ ସମାଲୋଚନା କରିଛନ୍ତି। ତଥାପି ମ୍ୟାଚ୍ର ଗୁରୁତ୍ବକୁ ଦେଖି ଚୀନ ପ୍ରଶାସନ କଡ଼ା ପଦକ୍ଷେପ ନେଇଛି। ଦର୍ଶକମାନେ ପରିଚୟ ପ୍ରମାଣ ଦେଖାଇ ଷ୍ଟାଡିୟମ୍ ଭିତରକୁ ପ୍ରବେଶ କରିପାରିବେ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଚୀନ୍ର ତମ୍ବାଖୁ ବିକ୍ରି କରୁଥିବା ଏକ ୱେବ୍ ପ୍ଲାଟ୍ଫର୍ମରେ ମ୍ୟାଚ୍ ପାଇଁ ଟିକେଟ୍ ବୁକିଂ ଦର ୧୮୦୦୦ ୟୁଆନ୍ (୨,୦୯,୪୪୬ ଟଙ୍କା) ଦର୍ଶାଯାଇଛି ଏବଂ ବୁକିଂ କରୁଥିବା ବ୍ୟକ୍ତିଙ୍କୁ ଭିଆଇପି ସିଟ୍ ଦିଆଯିବାକୁ ପ୍ରତିଶୃତି ଦିଆଯାଉଛି।

Related posts

ପ୍ରଥମ ଭାରତୀୟ ଭାବେ ପ୍ରଫୁଲ୍ଲ ପଟେଲ ଫିଫା ପରିଷଦର ସଦସ୍ୟ

ଆମେରିକ ଯିବ ଇରାନ୍ ଟିମ୍ !

Odisha Sports Bureau

ଭାରତ ୫-୦ ଗୋଲରେ ଶ୍ରୀଲଙ୍କାକୁ କଲା ପରାସ୍ତ

Odisha Sports Bureau