Football

କଳିଙ୍ଗ ଷ୍ଟାଡିୟମରେ ସୁପର କପ୍ ଫୁଟବଲ୍

(ଓଡିଶା ସ୍ପୋର୍ଟ): ଆଜିଠାରୁ ଆଇଲିଗ୍ ଏବଂ ଆଇଏସ୍ଏଲ୍ର ୨୦ ଦଳକୁ ନେଇ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେଉଛି ସୁପର କପ୍ ଫୁଟବଲ୍ ପ୍ରତିଯୋଗିତା । ଦୁଇ ଦିନ ଧରି ଚାରିଟି ଯୋଗ୍ୟତା ପର୍ୟ୍ୟାୟ ମ୍ୟାଚ୍ ଖେଳାଯିବା ୨୯ ତାରିଖରୁ ମୁଖ୍ୟ ପର୍ୟ୍ୟାୟ ଅନୁଷ୍ଠିତ ହେବ। ଆଇ-ଲିଗ୍ ଓ ଆଇଏସ୍ଏଲ୍ର ୬ଟି ଲେଖାଏଁ ଶ୍ରେଷ୍ଠ ଦଳ (ମୋଟ ୧୨) ସିଧାସଳଖ ନକଆଉଟ୍ ପର୍ୟ୍ୟାୟ ଖେଳିବାକୁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ବଳକା ୮ ଦଳ ମଧ୍ୟରେ ଯୋଗ୍ୟତା ପର୍ୟ୍ୟାୟ ଖେଳାଯିବା ପରେ ସେଥିରୁ ଶ୍ରେଷ୍ଠ ଚାରିଟି ଦଳ ମୁଖ୍ୟ ପର୍ୟ୍ୟାୟ ଖେଳିବାର ସୁଯୋଗ ପାଇବେ। ୧୬ ଦଳକୁ ନେଇ ମୁଖ୍ୟ ପର୍ୟ୍ୟାୟ ଅନୁଷ୍ଠିତ ହେବ। ତେବେ ଆଇଲିଗ୍ର ୧୦ ଦଳ ମଧ୍ୟରୁ ୮ ଦଳ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ନେଇ ଆଶଙ୍କା ଦେଖା ଦେଇଛି। ବିଜେତା ଚେନ୍ନାଇ-ସିଟି, ନେରୋକା ଏଫ୍ସି, ଆଇଜଲ ଏଫ୍ସି, ଗୋକୁଳମ୍ କେରଳା, ମୀନର୍ଭା ପଞ୍ଜାବ, ମୋହନ ବାଗାନ, ଇଷ୍ଟ ବେଙ୍ଗଲ ପ୍ରତିଯୋଗିତାରୁ ଓହରିଯିବାକୁ ଧମକ ଦେଇଥିଲେ। ସର୍ବଭାରତୀୟ ଫୁଟବଲ୍ ସଂଘ (ଏଆଇଏଫ୍ଏଫ୍) ସେମାନଙ୍କ ଦାବି ପୂରଣ ନକଲେ କିମ୍ବା ଏଥିନେଇ ଆଲୋଚନା ଆରମ୍ଭ ନକଲେ ସେମାନେ ପଡ଼ିଆକୁ ଓହ୍ଲାଇବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି।

ସୁପରକପ୍ ଯୋଗ୍ୟତା ପର୍ୟ୍ୟାୟକୁ ଦର୍ଶକଙ୍କ ପାଇଁ ଦେୟ ମୁକ୍ତ ରଖା ଯାଇଛି। ଦର୍ଶକଙ୍କୁ ଏହି ବହୁ ଦଳୀୟ ପ୍ରତିଯୋଗିତା ଦେଖିବା ଲାଗି ଟିକେଟ କିଣିବାକୁ ପଡ଼ିବ ନାହିଁ କିମ୍ବା ଟଙ୍କାଟିଏ ଖର୍ଚ କରିବାକୁ ପଡ଼ିବ ନାହିଁ। ପାଦରେ ଚାଲିକରି ଆସୁଥିବା ଦର୍ଶକମାନେ ୩ ନମ୍ବର ଫାଟକ ଦେଇ ଷ୍ଟାଡିୟମରେ ପ୍ରବେଶ କରି ପାରିବେ। ଗାଡ଼ି ଧରି ଆସୁଥିବା ଦର୍ଶକଙ୍କୁ ଫାଟକ ୮-ବିରେ ପ୍ରବେଶ କରି ସିପିଡିଓ ପଡ଼ିଆରେ ଗାଡ଼ି ରଖି ଚାଲିକରି ଷ୍ଟାଡିୟମ ଭିତରକୁ ଯିବାକୁ ହେବ। ଦର୍ଶକମାନେ ଷ୍ଟାଡିୟମର ବି, ସି ଓ ଡି’ ବ୍ଲକରେ ବସି ମ୍ୟାଚ୍ର ମଜା ନେଇ ପାରିବେ।

Related posts

ପ୍ରଥମ ଭାରତୀୟ ଭାବେ ପ୍ରଫୁଲ୍ଲ ପଟେଲ ଫିଫା ପରିଷଦର ସଦସ୍ୟ

୩ ଦିନିଆ ଭାରତ ଗସ୍ତରେ ଲିଓନେଲ ମେସି

Odisha Sports Bureau

ଓଡିଶା ରଗବୀ ସିନିୟର ଫୁଟବଲ୍ ଚାମ୍ପିଅନସିପ୍ ଟ୍ରଫି ହାତେଇଲା କିସ୍‌