Cricket

ଟେଷ୍ଟ କ୍ରିକେଟରୁ ଅବସର ନେବେ ଡେଭିଡ ୱାର୍ଣ୍ଣର

ନୂଆଦିଲ୍ଲୀ: ଅଷ୍ଟ୍ରେଲୀୟ କ୍ରିକେଟ୍ ଦଳର ବରିଷ୍ଠ ଖେଳାଳି ଡେଭିଡ ୱାର୍ଣ୍ଣର ଟେଷ୍ଟ କ୍ରିକେଟରୁ ଅବସର ନେବେ ବୋଲି ଆଇସିସି ନିଜ ଅଧିକାରୀକ ୱେବସାଇଟରେ ଏହି ସୂଚନାକୁ ସେୟାର କରିଛି। ୱାର୍ଣ୍ଣର ଆଶେସ୍ ସିରିଜ୍ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଅନ୍ତିମ ମ୍ୟାଚ୍ ଖେଳିବେ ବୋଲି ଜଣାପଡ଼ିଛି। ତେବେ ଜାନୁଆରି ୨୦୨୪ରେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ୍ ୱାର୍ଣ୍ଣରଙ୍କ ଶେଷ ଟେଷ୍ଟ ମ୍ୟାଚ୍ ହେବ ବୋଲି ଜଣାପଡ଼ିଛି ।

ୱାର୍ଣ୍ଣର ବର୍ତ୍ତମାନ ଇଂଲଣ୍ଡରେ ଅଛନ୍ତି ଏବଂ ସେ ଭାରତ ବିପକ୍ଷ ଫାଇନାଲ ମ୍ୟାଚ୍ ଖେଳିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହା ପରେ ୱାର୍ଣ୍ଣର ଜୁନ୍ ୧୬ରୁ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଆଶେସ୍ ସିରିଜର ଏକ ଅଂଶ ହେବେ। ଆଇସିସି ୱେବସାଇଟରେ ପ୍ରକାଶିତ ଖବର ଅନୁଯାୟୀ ୱାର୍ଣ୍ଣର ନିଜେ ଟେଷ୍ଟ ମ୍ୟାଚରୁ ଅବସର ନେବା ବିଷୟରେ କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ୱାର୍ଣ୍ଣରଙ୍କ କ୍ୟାରିୟର ଏପର୍ୟ୍ୟନ୍ତ ବହୁତ ଭଲ ରହିଛି। ସେ ୧୦୨ଟେଷ୍ଟ ମ୍ୟାଚରେ ୮୧୫୮ ରନ୍ ସଂଗ୍ରହ କରିଛନ୍ତି। ଏହା ସହ ୱାର୍ଣ୍ଣର ୩ଟି ଦ୍ବିଶତକ, ୨୫ଶତକ ଏବଂ ୩୪ ଅର୍ଦ୍ଧଶତକ ହାସଲ କରିଛନ୍ତି। ଟେଷ୍ଟ ଇଣ୍ଟରନ୍ୟାସନାଲରେ ତାଙ୍କର ସର୍ବୋତ୍ତମ ସ୍କୋର ୩୩୫ରନ୍ ରହିଛି। ସେ ଭାରତ, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍ ଏବଂ ପାକିସ୍ଥାନ ସମେତ ଅନେକ ବଡ ଦଳ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଛନ୍ତି।

Related posts

ବଦଳିବ ଆଇପିଏଲର ରୂପରେଖ

Odisha Sports Bureau

କରୋନାରେ ସଂକ୍ରମିତ ହେଲେ ରାହୁଲ ଦ୍ରାବିଡ

Odisha Sports Bureau

କ୍ରିକେଟରୁ ଅବସର ନେବେ ଶ୍ରୀଲଙ୍କାର ଦ୍ରୁତ ବୋଲର

Odisha Sports Bureau