Cricket

ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲରେ ପ୍ରବେଶ : ଝାଡ଼ଖଣ୍ଡ ୧୦୦୮ ରନରେ ଆଗୁଆ

ଝାଡ଼ଖଣ୍ଡ: ନାଗାଲାଣ୍ଡ ବିପକ୍ଷ ପ୍ରି କ୍ୱାର୍ଟର ଫାଇନାଲରେ ଝାଡ଼ଖଣ୍ଡ ୧୦୦୮ ରନ୍‌ର ଅଗ୍ରଣୀ ସହିତ ଚଳିତ ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଭାରତୀୟ ପ୍ରଥମ ଶ୍ରେଣୀ ଚାମ୍ପିୟନଶିପ୍‌ ଇତିହାସରେ ଏପର୍ଯ୍ୟନ୍ତ କୌଣସି ଦଳ ୧୦୦୦ରୁ ଊର୍ଦ୍ଧ ରନ୍‌ର ଅଗ୍ରଣୀ ହାସଲ କରି ନ ଥିଲେ।

ପ୍ରଥମେ ବ୍ୟାଟିଂ କରିଥିବା ଝାଡ଼ଖଣ୍ଡ ୮୮୦ ରନ୍‌ର ବିଶାଳ ସ୍କୋର ଛିଡ଼ା କରିଥିଲା। ଏହା ରଣଜୀ ଇତିହାସର ଚତୁର୍ଥ ସର୍ବାଧିକ ଦଳଗତ ସ୍କୋର। ଇଡେନ ଗାର୍ଡେନ୍ସ ଗ୍ରାଉଣ୍ଡରେ ନାଗାଲାଣ୍ଡର ବୋଲରଙ୍କୁ ଝାଡ଼ଖଣ୍ଡର କୌଣସି ବ୍ୟାଟର କ୍ଷମା ଦେଇ ନ ଥିଲେ। ଏପରି କି ବୋଲିଂ କରିଥିବା ୭ ବୋଲରଙ୍କ ମଧ୍ୟରୁ ୫ ଜଣ ୧୦୦ରୁ ଅଧିକ ରନ୍‌ ଖର୍ଚ୍ଚ କରିଥିଲେ। ଜବାବରେ ୨୮୯ ରନ୍‌ରେ ସୀମିତ ରହିଥିଲା ନାଗାଲାଣ୍ଡ। ୫୯୧ ରନରେ ଆଗୁଆ ରହିବା ସତ୍ତ୍ୱେ ନାଗାଲାଣ୍ଡକୁ ଫଲୋଅନ୍‌ ଦେଇ ନ ଥିଲା ଝାଡ଼ଖଣ୍ଡ। ୫ମ ଦିନ ଶେଷ ପର୍ଯ୍ୟନ୍ତ ଦ୍ୱିତୀୟ ଇନିଂସ ବ୍ୟାଟିଂ କରି ଝାଡ଼ଖଣ୍ଡ ୬ ଉଇକେଟ କ୍ଷତିରେ ୪୧୭ ରନ୍‌ କରିଥିଲା। ଏହି ମ୍ୟାଚ୍‌ରେ ଝାଡ଼ଖଣ୍ଡ ୫ ଦିନ ଧରି ପ୍ରତିପକ୍ଷ ଦଳକୁ ଅପମାନ ଦେଇ ‘ସ୍ପିରିଟ୍‌ ଅଫ୍‌ କ୍ରିକେଟ’ର ମଜାକ ଉଡ଼ାଇଥିବା କୁହାଯାଇଛି।

Related posts

ICC ର ନୂଆନିୟମ

ଆଶଙ୍କାରେ ମିଷ୍ଟ୍ରି ସ୍ପିନରଙ୍କ ବିଶ୍ୱକପ ସ୍ୱପ୍ନ

Odisha Sports Bureau

ଅନ୍ତିମ ଟି-୨୦, ଭାରତ ଆଗରେ ୨୧୩ର ବିଜୟ ଲକ୍ଷ୍ୟ

Odisha Sports Bureau