Cricket

ଏହି ବ୍ୟାଟ୍ସମ୍ୟାନ୍ ଇତିହାସ ରଚିଲେ, ଦ୍ରୁତତମ ୧୨,୦୦୦ ଟି-୨୦ ରନ୍ ହାସଲ କଲେ

ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ୍ ବାବର ଆଜମ୍ ଟି-୨୦ କ୍ରିକେଟରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ପାକିସ୍ତାନ ସୁପର ଲିଗ୍ (ପିଏସ୍ ଏଲ୍)ରେ ପେଶାୱାର ଜାଲମି ପାଇଁ ଖେଳି ବାବର ୧୨,୦୦୦ ରନ ପୂରଣ କରିଛନ୍ତି, ଏବଂ ଏହି ସଫଳତା ହାସଲ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।

RECORD ALERT: Babar Azam Sets Huge T20 Record By Beating Chris Gayle And Virat Kohli
କରାଚୀରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ, ବାବର ତାଙ୍କ ୩୫୧ତମ ମ୍ୟାଚ୍‌ର ୩୩୮ତମ ଇନିଂସରେ ଏହି ରେକର୍ଡ ହାସଲ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ୱେଷ୍ଟଇଣ୍ଡିଜ୍ କିମ୍ବଦନ୍ତୀ କ୍ରିସ୍ ଗେଲ୍‌ଙ୍କ ନାମରେ ଥିଲା , ଯିଏ ୩୪୩ ଇନିଂସରେ ୧୨,୦୦୦ ରନ୍ ପୂରଣ କରିଥିଲେ। ଭାରତର ବିରାଟ କୋହଲି ୩୬୦ ଇନିଂସରେ ଏହି ସଫଳତା ହାସଲ କରି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି।

Babar Azam Kicked Out: Changes Pakistan Must Make For T20 World Cup Match Vs Sri Lanka | CREX
ଏହି ମାଇଲଖୁଣ୍ଟରେ ପହଞ୍ଚିବା ପାଇଁ ବାବରଙ୍କୁ ମାତ୍ର ୧୩ ରନ୍ ଆବଶ୍ୟକ ଥିଲା, ଯାହାକୁ ସେ ଚତୁର୍ଥ ଓଭରରେ ହାସଲ କରିଥିଲେ। ଏହା ସହିତ, ସେ ଟି-୨୦ କ୍ରିକେଟରେ ୧୨,୦୦୦ ରନ୍ ପୂରଣ କରିବାରେ ଦ୍ୱିତୀୟ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ଏହି ଫର୍ମାଟରେ ପାକିସ୍ତାନ ପାଇଁ ସର୍ବାଧିକ ରନ୍ କରିବାର ରେକର୍ଡ ଏବେ ବି ସୋଏବ ମାଲିକଙ୍କ ନାମରେ ଅଛି।ଏହି ମ୍ୟାଚ୍‌ରେ ବାବର ଆଜମ ଚମତ୍କାର ବ୍ୟାଟିଂ କରିଥିଲେ , ୫୯ ବଲ୍‌ରେ ଅପରାଜିତ ୧୦୩ ରନ୍ କରିଥିଲେ। ସେ ୧୨ ଚୌକା ଏବଂ ୨ଟି ଛକା ମାରିଥିଲେ ଏବଂ କୁସାଲ ମେଣ୍ଡିସ୍‌ଙ୍କ ସହିତ ଦ୍ୱିତୀୟ ୱିକେଟ୍‌ ପାଇଁ ୧୯୧ ରନ୍‌ର ଏକ ବିଶାଳ ଭାଗୀଦାରୀ କରିଥିଲେ, ଯାହା ଫଳରେ ପେଶାୱର ଜାଲମି ୨୦ ଓଭରରେ ୨୨୧/୭ ରନ୍‌ର ଏକ ବିଶାଳ ସ୍କୋର କରିଥିଲା।

 

Related posts

ଆଶଙ୍କାରେ ମିଷ୍ଟ୍ରି ସ୍ପିନରଙ୍କ ବିଶ୍ୱକପ ସ୍ୱପ୍ନ

Odisha Sports Bureau

ମ୍ୟାଚ ଫିକ୍ସିଂ: ମଣିଷ ମାରିବା ଠାରୁ ମଧ୍ୟ ଆହୁରି ବଡ଼ ଅପରାଧ

Odisha Sports Bureau

ଧର୍ମଶାଳାରେ କମାଲ ବୋଲିଂ କଲେ କୁଲଦୀପ ଯାଦବ