Cricket

ପ୍ରଥମ ଟେଷ୍ଟ ଭଳି ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବି ବାହାରେ ବସିବେ ରୋହିତ

ନୂଆଦିଲ୍ଲୀ : ଅସୁସ୍ଥ ଅଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ଦିନିକିଆ ମ୍ୟାଚ୍ ବେଳେ ଆହତ ହୋଇଥିବା ରୋହିତ ଶର୍ମା ଏଯାଏ ଫିଟ ହୋଇ ନାହାନ୍ତି। ସେଥିଲାଗି ଏଥିପାଇଁ ତାଙ୍କୁ ପ୍ରଥମ ଟେଷ୍ଟ ଭଳି ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ବାହାରେ ବସିବାକୁ ପଡ଼ିବ ରୋହିତ ଶର୍ମାଙ୍କୁ। ତାଙ୍କ ସହ ଦ୍ରୁତ ବୋଲର ନବଦୀପ ସୈନି ମଧ୍ୟ ଆହତ ସମସ୍ୟା ଯୋଗୁ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି । ଆଜି ବିସିସିଆଇ ବିଧିବଦ୍ଧ ଏ ସମ୍ପର୍କରେ ଘୋଷଣା କରିଛି ।ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆ ବେଳେ ଆହତ ହୋଇଥିବା ରୋହିତ ଏଯାଏ ଫିଟ ହୋଇନାହାନ୍ତି। ସେ ଏବେ ବିସିସିଆଇ ମେଡିକାଲ ଟିମ୍ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିଛନ୍ତି। ମେଡିକାଲ ଟିମର କହିବା କଥା ଯେ ରୋହିତ ଶର୍ମାଙ୍କୁ ଠିକ ଭାବେ ବ୍ୟାଟିଂ ଓ ଫିଲ୍ଡିଂ ପାଇଁ ଆଉ କିଛି ସମୟ ଦରକାର। ସେ ରିହାବ ପ୍ରକ୍ରିୟାରେ ରହିଛନ୍ତି। ତେଣୁ ସେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମଧ୍ୟ ଖେଳିବେ ନାହିଁ ବୋଲି ବିସିସିଆଇ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

 

Related posts

ICC 2027 ମସିହାରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ସ୍ଥାନ ଚୂଡ଼ାନ୍ତ…

ଭାରତ-ନ୍ୟୁଜଲ୍ୟାଣ୍ଡ ସେମିଫାଇନାଲ ମ୍ୟାଚ ପାଇଁ ଷ୍ଟାଡ଼ିୟମ ନୋ ଫ୍ଲାଇ ଜୋନ

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷଣା ହେଲା ଟିମ

Odisha Sports Bureau