Hockey

ହକି ପୁରୁଷ ବିଶ୍ଵକପ ପାଇ ବ୍ଲକ ସ୍ତରୀୟ ପ୍ରତିଯୋଗୀତା ଉଦଯାପିତ

ହାଟଡିହି : ହକି ପୁରୁଷ ବିଶ୍ଵକପ ପାଇଁ ହାଟଡିହି ବ୍ଲକ ର ପ୍ରତ୍ୟେକ ପଞ୍ଚାୟତ ରେ ଖେଳ ପ୍ରତିଯୋଗିତା ଶେଷ ହୋଇଛି । ସେହି ପରିପ୍ରେକ୍ଷି ରେ ହାଟଡିହି ବ୍ଲକର ସରକାରୀ କର୍ମଚାରୀ ଓ ସାସଙ୍ଗ ପଞ୍ଚାୟତ ପିଲା ଙ୍କ ସହ ପ୍ରଥମେ କ୍ରିକେଟ ଖେଳ ଅନୁଷ୍ଠିତ ହେଉଥିଲା । ଯେଉଁଥିରେ ପ୍ରଥମେ କିଙ୍ଗସ ଏଲେଭେ ଷ୍ଟାର ବ୍ଲକ ଟିମ୍ ପ୍ରଥମେ ବ୍ୟାଟିଂ କରି୧୦ ଓଭର ଖେଳି ୫ୱିକେଟ୍ ହରାଇ ୮୮ ରନ୍ ସଂଗ୍ରହ କରିଥିଲେ। ଜବାବରେ ସାସଂଗ କ୍ରିକେଟ ଦଳ ୯ ୱିକେଟ୍ ହରାଇ ୭୮ରନ୍ ସଂଗ୍ରହ କରିଥିଲେ । ପରେ ଢେଙ୍କା, ସଢ଼ା, ଜମ୍ଭିରାର ଖେଳାଳି ମାନେ ଫୁଟ ବଲ୍, ଓ ସୋସ ,ସଢା ମଧ୍ୟରେ ଭଳି ବଲ ଖେଳ ହୋଇ ଭଳି ସୋସ ୨.୦ ରେ ମ୍ୟାଚ୍ ଜିତି ଯାଇ ଥିଲେ। ଏହି ଖେଳରେ ନୋଡାଲ ଅଧିକାରୀ ଭାବରେ ହାଟଡିହି ବିଡ଼ିଓ ବିନୀତା ବିଜୟିନୀ, ଏସ ଏସ ବିମ୍ କାର୍ତ୍ତିକ ପାତ୍ର, ପିଇଓ ଶରତ କୁମାର ଵେଜ୍ ରହିଥିଲେ । ଏହି ଖେଳ କୁ ହାଟଡିହି ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ପ୍ରମୋଦ ବେହେରା, ଆମ୍ବ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ସୁଶାନ୍ତ କୁମାର ସାମଲ, ସୁନ୍ଦରାପାଳ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ସତ୍ୟବ୍ରତ ସାମଲ, ଓରାଳି ହାଇସ୍କୁଲ ଖେଳ ଶିକ୍ଷକ ସଚିନ ଦେବ ରାଉତ ପ୍ରମୁଖ ରହି ଖେଳ କରିଥିଲେ । ଖେଳ ରେ ଚମ୍ପିୟାନ ଦଳ କୁ ବେଳେ ବିଡ଼ିଓ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।

Related posts

୭ ଉଇକେଟରେ ବାଂଲାଦେଶ ବିଜୟ

Odisha Sports Bureau

ଆଜି କଳିଙ୍ଗ ଷ୍ଟାଡିୟମରେ ଭାରତ-ଜର୍ମାନୀ କଡ଼ା ଟକ୍କର

Odisha Sports Bureau

ବିଶ୍ୱକପ ହକିରେ ଆଦିବାସୀ ଝିଅ ଗାଇବେ ଗୀତ

Odisha Sports Bureau