Hockey

ବିଶ୍ୱକପ ହକିରେ ଆଦିବାସୀ ଝିଅ ଗାଇବେ ଗୀତ

କୋରାପୁଟ : ଏବେ ସାମ୍ନାକୁ ଆସିବେ ଆଦିବାସୀ ଝିଅ ନମିତା । ତାଙ୍କ ଗୀତରେ ଝୁମିବ ସାରାଦେଶ । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଆଦିବାସୀ ଝିଅ ନମିତା ମେଲକା । ଆସନ୍ତା ବିଶ୍ୱକପ ହକିରେ ଉଦଘାଟନୀ ସଂଗୀତ ଗାନ କରିବେ । ନମିତା ଗୀତଭ୍ୟାସ ପାଇଁ ତାଙ୍କ ବାପାଙ୍କ ସହିତ ମୁମ୍ବାଇ ଯାଇଥିବା ବେଳେ ଗୀତ ଗାଇବା ପାଇଁ ନମିତାଙ୍କୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ପାରିଶ୍ରମିକ ବାବଦକୁ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି । ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ନମିତାଙ୍କ ନାମ ଗୀତ ପରିବେଷଣ କରିବା ଲାଗି ପରାମର୍ଶ ଦେଇଥିଲେ । ଆଜକୁ ପ୍ରାୟ ଦୁଇ ବର୍ଷ ତଳେ ନମିତା ଗୀତ ଗାଇ ଭାଇରାଲ ହୋଇଥିଲେ । ବିନା କୌଣସି ତାଲମରେ ଏତେ ସୁନ୍ଦର ଗୀତ ଗାଉଥିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ।

Related posts

ଆଜି ସ୍ପେନ- ଫ୍ରାନ୍ସ ଓ ନ୍ୟୁଜିଲାଣ୍ଡ- ଆର୍ଜେଣ୍ଟନା ମଧ୍ୟରେ ମୁକାବିଲା ହେବ

Odisha Sports Bureau

ଏସିଆନ ଗେମ୍ସ : ହକି ଫାଇନାଲରେ ଭାରତ

Odisha Sports Bureau

ଜାତୀୟ କ୍ରୀଡା ଦିବସ: ଦାସତ୍ୱ ଭାରତକୁ ଏକ ନୂତନ ପରିଚୟ ଦେଇଥିଲେ ଧାନଚାନ୍ଦ

Odisha Sports Bureau