Hockey

ହିଞ୍ଜିଳିକାଟୁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

ଗଞ୍ଜାମ : ଆଗାମୀ ଦିନରେ ଗଞ୍ଜାମ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପାଇଁ ବ୍ଲକ ଓ ଜୋନ ସ୍ତରୀୟ ସମୂହ ପ୍ରତିଯୋଗିତା ହିଞ୍ଜିଳିକାଟୁ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳିକାଟୁ ଗୋଷ୍ଠୀ ଊନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବରେ ହିଞ୍ଜିଳିକାଟୁ ପଂଚାୟତ ସମିତି ଅଧ୍ୟକ୍ଷା ସରସ୍ବତୀ ସେଠୀ, ପୌରପରିସଦ ଅଧକ୍ଷ ସୁବାଷ ଚନ୍ଦ୍ର ପଲେଇ, ଗ୍ରୀଟ୍ ଅଧକ୍ଷ ପବିତ୍ର ମୋହନ ପାଣିଗ୍ରାହୀ,ରାଜ୍ୟ କୃଷି ବିପଣନ ବୋର୍ଡ ଉପଦେଷ୍ଟା ସୁରେନ୍ଦ୍ର ନାଥ ପ୍ରଧାନ, ପୌରପରିସଦ ଉପାଦକ୍ଷା ସୁଚିତ୍ରା ପଣ୍ଡା,ଥାନା ଅଧିକାରୀ ଅଭିମନ୍ୟୁ ଦାସ, ସମସ୍ତ ଜିଲ୍ଲା ପରିଷଦ, ସରପଞ୍ଚ ଓ ସମିତିସଭ୍ୟ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହି ବ୍ଳକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତାର ସୁପରିଚାଳନା କରିଥିଲେ ।

କାର୍ୟ୍ୟକ୍ରମରେ ବ୍ଳକର ସମସ୍ତ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ମାନେ ଯୋଗ ଦେଇ ପ୍ରତ୍ୟେକ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା କ୍ରୀଡ଼ା ପ୍ରତିଯୋଗିତାରେ ପୂର୍ଣ୍ଣ ସହଯୋଗ କରିଥିଲେ । ପ୍ରକାଶ ଥାଉକି ଆଜି ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା କାଲି ସେହି ସ୍ଥାନରେ ଜୋନ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଖୋ ଖୋ କବାଡି, ଲଙ୍ଗଜମ୍ପ, ହାଇଜମ୍ପ, ସଟଫୁଟ, ଦୌଡ଼ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକର ପ୍ରାୟ ୬୦୦ରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ବର୍ଗରେ ଅଂଶ ଗ୍ରହଣ କରିଥିଲେ ।

Related posts

ବଦଲା ନେଲା ପୁରୁଷ ହକି ଦଳ : ବାଜି ମାରିନେଲା ଇଣ୍ଡିଆ

Odisha Sports Bureau

ହକି: ଅଲିମ୍ପିକ ଯୋଗ୍ୟତା ହାସଲ ପାଇଁ ଆସନ୍ତାକାଲି ଋଷକୁ ଭେଟିବ ଭାରତ

Odisha Sports Bureau

ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଭାରତୀୟ ପୁରୁଷ ହକି ଟିମର ବିଜୟ

Odisha Sports Bureau