Hockey

ହକି ବିଶ୍ୱକପର ପ୍ରତିଟି ମ୍ୟାଚ ଦେଖିବା ବ୍ୟବସ୍ଥା ପ୍ରଶାସନ

ପୁରୀ : ଓଡିଶା ଆୟୋଜନ କରୁଛି ୨୦୨୩ର ପୁରୁଷ ହକି ବିଶ୍ୱକପ । ଏହାକୁ ସ୍ମରଣୀୟ ଓ ଆକର୍ଷଣୀୟ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଗ୍ରହଣ କରିଛି ବିବିଧ କାର୍ୟ୍ୟକ୍ରମ। ଚଳିତ ମାସ ୧୧ ତାରିଖ ଅପରାହ୍ନରେ କଟକ ବାରବାଟୀ ଷ୍ଟାଡିୟମ ଠାରେ ଏହାର ଉଦଘାଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ଏଥିରେ ବଲିଉଡ କଳାକାର ରଣବୀର ସିଂ,ଦିଶା ପଟାନୀ,ଗାୟକ ପ୍ରିତମ ପ୍ରମୁଖ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି ବୋଲି କ୍ରିଡା ବିଭାଗ ସୂତ୍ରରୁ ପ୍ରକାଶ । ଏହାର ସିଧା ପ୍ରସାରଣ ଏକ ବିରାଟ ଏଲ ଇ ଡି ଟିଭି ମାଧ୍ୟମରେ ପୁରୀ ସମୁଦ୍ର କୂଳ ଭିକ୍ଟୋରିଆ ହୋଟେଲ ସମ୍ମୁଖରେ ଯାହା “ସିଟି ଫେଷ୍ଟ ଇନ୍ ଓଲିସ୍ ଲ୍ୟାଣ୍ଡ” ନାମରେ ନାମିତ ହୋଇଛି ସେଠାରେ ବ୍ୟବସ୍ଥା କରା ଯାଇଛି । ସେଠାରେ ମଧ୍ୟ ବିଶ୍ୱକପର ଏକ ପ୍ରତିକୃତି ସ୍ଥାପିତ ହୋଇଛି।ଏଥି ସହ ସାଂସ୍କୃତିକ କାର୍ୟ୍ୟକ୍ରମ,ବିଭିନ୍ନ କ୍ରିଡା ପ୍ରତିଯୋଗିତା, ଫୁଡ ପାର୍କ ର ଆୟୋଜନ କରାଯାଇଛି ।

ଅପରପକ୍ଷରେ ଜାନୁଆରୀ ୧୩ ତାରିଖ ଠାରୁ ୨୯ ତାରିଖ ପର୍ୟ୍ୟନ୍ତ ଏହି ସ୍ଥାନରେ ବିଶ୍ୱକପର ସମସ୍ତ ମ୍ୟାଚର ସିଧା ପ୍ରସାରଣ କରାଯିବ। ମ୍ୟାଚର ବିରତି ସମୟରେ ସାଂସ୍କୃତିକ ଓ କ୍ରିଡା କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ସେହିପରି ସମସ୍ତ ବ୍ଲକ, ଏନଏସି ଓ ପଞ୍ଚାୟତ ମାନଙ୍କରେ ମଧ୍ୟ ଏଲ ଇଡିଟିଭି ମାଧ୍ୟମରେ ଉଦଘାଟନ କାର୍ୟ୍ୟକ୍ରମ ଏବଂ ବିଶ୍ୱକପର ସମସ୍ତ ମ୍ୟାଚ ର ସିଧା ପ୍ରସାରଣ ର କରାଯିବ।ଆଜି ଜିଲ୍ଲାପାଳ ଶ୍ରୀ ବର୍ମା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ୟ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ,ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ ସହକାରୀ ନିର୍ଦ୍ଦେଶକ ପର୍ୟ୍ୟଟନ ସରୋଜ କୁମାର ପ୍ରଧାନ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରି କାର୍ୟ୍ୟ ସମୀକ୍ଷା କରିଥିଲେ।

Related posts

ସ୍ପେନ ବିପକ୍ଷରେ କଳିଙ୍ଗ ଷ୍ଟାଡିୟମରେ ଖେଳିବ ଭାରତ

Odisha Sports Bureau

ଶ୍ରମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭାରତୀୟ ହକି ଖେଳାଳୀ

Odisha Sports Bureau

ସନ୍ନ୍ୟାସ ଘୋଷଣା କଲେ ଭାରତୀୟ ହକି ଦଳର ଅଭିଜ୍ଞ ଗୋଲକିପର ପିଆର ଶ୍ରୀଜେଶ