Hockey

ହକି ବିଶ୍ୱକପ୍ ପାଇଁ ଅଷ୍ଟ୍ରେଳିଆ ଦଳ ଘୋଷିତ

( ଓଡ଼ିଶା ର୍ସ୍ପୋଟ): ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ୟ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହେବାକୁଥିବା ହକି ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା ହୋଇଛି। ବିଶ୍ୱର ନମ୍ବର ଓ୍ବାନ ଦଳ ଅଷ୍ଟ୍ରେଲିଆ ବିଶ୍ୱକପର ଗତ ୨ଟି ସଂସ୍କରଣରେ ଚାମ୍ପିୟନ ହୋଇଛି। ୨୦୧୦ ଓ ୨୦୧୪ ପରେ ଏବେ ଏହି ଦଳ ୨୦୧୮ ବିଶ୍ୱକପକୁ ମଧ୍ୟ ଜିତିବା ଆଶାରେ ରହିଛି। ଆଗାମୀ ମେଗା ପ୍ରତିଯୋଗିତା ପାଇଁ ଅଷ୍ଟ୍ରେଲିଆ ପୁଲ୍‘ବି’ରେ ଇଂଲଣ୍ଡ, ଆୟର୍ଲାଣ୍ଡ ଓ ଚାଇନା ସହିତ ସ୍ଥାନ ପାଇଛି। ଇଂଲଣ୍ଡ ଏବେ ବିଶ୍ୱ ର଼୍ୟାଙ୍କିଙ୍ଗର ୭ମ ସ୍ଥାନରେ ଥିବାବେଳେ ଆୟର୍ଲାଣ୍ଡ ୧୦ମ ଓ ଚାଇନା ୧୭ତମ ସ୍ଥାନରେ ରହିଛି। ତେଣୁ ଅଷ୍ଟ୍ରେଲିଆ ପାଇଁ ନକ୍ଆଉଟ୍ ପ୍ରବେଶ ସହଜ ହେବ ବୋଲି ଆକଳନ କରାଯାଉଛି।

ଦଳ ଚୟନକୁ ନେଇ ଆମେ ବହୁତ ଖୁସି ଅଛୁ। ଏହି ଦଳ ଆଗାମୀ ପ୍ରତିଯୋଗିତାରେ ଅନ୍ୟ ସବୁ ଦଳକୁ ଚ୍ୟାଲେଞ୍ଜ ଦେଇପାରିବ ବୋଲି ଆଶା। ନିକଟରେ ଅନୁଷ୍ଠିତ ଡାରଓ୍ବିନ ଇଣ୍ଟରନ୍ୟାଶନାଲ ହକି ଓପନ ଟୁର୍ନାମେଣ୍ଟ ଏବଂ ଅଷ୍ଟ୍ରେଲିଆ ହକି ଲିଗ୍(ଏଏଚ୍ଏଲ୍)ରେ ପ୍ରଦର୍ଶନକୁ ଭିତ୍ତିକରି ୧୮ ଜଣିଆ ଦଳ ମନୋନୟନ କରିଛୁ। ଏହା ବ୍ୟତୀତ ପ୍ରତିଦିନର ଟ୍ରେନିଂ ଏବଂ ସ୍ଥିର ପ୍ରଦର୍ଶନକୁ ମଧ୍ୟ ବିଚାରକୁ ନେଇଛୁ ବୋଲି କୋକାବୁରା(ଅଷ୍ଟ୍ରେଲିଆ) ଦଳର ମୁଖ୍ୟ କୋଚ୍ କଲିନ ବ୍ୟାଚ୍ ପ୍ରକାଶ କରିଛନ୍ତି।

Related posts

ପୂର୍ଣ୍ଣ ଦର୍ଶକରେ ଖେଳାଯିବ ହକି ବିଶ୍ୱକପର ସବୁ ମ୍ୟାଚ:ମୁଖ୍ୟ ଶାସନ ସଚିବ

Odisha Sports Bureau

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ ଘୋଷଣା

Odisha Sports Bureau

ହକି ମହାସଂଘ ସଭାପତି ପଦ ଛାଡ଼ିଲେ ନରିନ୍ଦର ବାତ୍ରା