Cricket

ଦୃଷ୍ଟିହୀନ ଟି-୨୦ ବିଶ୍ୱକପ : ବାଂଲାଦେଶକୁ ପରାସ୍ତ କରି ତୃତୀୟ ଟାଇଟଲ ହାସଲ କଲା ଭାରତ

ନୂଆଦିଲ୍ଲୀ: ଶନିବାର ଦୃଷ୍ଟିହୀନଙ୍କ ପାଇଁ ଟି-୨୦ ବିଶ୍ୱକପର ଅନ୍ତିମ ମୁକାବିଲାରେ ଭାରତ ବାଂଲାଦେଶକୁ ପରାସ୍ତ କରିଛି । ଏହି ମ୍ୟାଚରେ ଭାରତ ପ୍ରତିଦ୍ୱନ୍ଦୀଙ୍କୁ ୧୨୦ ରନ ବ୍ୟବଧାନରେ ପରାସ୍ତ କରିଛି । ତେବେ ଦୃଷ୍ଟିହୀନ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ୍ ବେଙ୍ଗାଳୁରୁରେ ଖେଳାଯାଇଥିଲା । ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଦମଦାର ପ୍ରଦର୍ଶନ ପରେ ଫ୍ୟାନ୍ସଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ ।

ପ୍ରଥମ ଇଂନିସରେ ବ୍ୟାଟିଂ କରି ଦଳ ୨୦ ଓଭରରେ ୨୭୭ ରନର ବିଶାଳ ସ୍କୋର କରିଥିଲା । ଟିମ୍ ଇଣ୍ଡିଆ ନିଜ ଇଂନିସରେ କେବଳ ୨ଟି ୱିକେଟ୍ ହରାଇଥିବାବେଳେ, ବାଂଲାଦେଶ ୨୦ ଓଭରରେ ମାତ୍ର ୧୫୭ ରନ୍ ସ୍କୋର କରିପାରିଥିଲା । ଆଉ ଶେଷକୁ ବାଂଲାଦେଶକୁ ହରାଇ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଉପରେ କବଜା କରିଥିଲା ଟିମ୍ ଇଣ୍ଡିଆ । ତେବେ ତୃତୀୟ ଥର ପାଇଁ ଭାରତ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍ ଜିତିଛି । କାରଣ ଏହାପୂର୍ବରୁ ଅର୍ଥାତ ୨୦୧୨ ଏବଂ ୨୦୧୭ରେ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍ ଟ୍ରଫି ହାସଲ କରିଥିଲା ଭାରତ ।

 

Related posts

ଟିମ ଇଣ୍ଡିଆକୁ ସପୋର୍ଟ କରିବାକୁ ମଇଦାନରେ ପହଞ୍ଚିଲେ ସାରା ତେନ୍ଦୁଲକର Sara is looking for Schumann playing

Odisha Sports Bureau

ବାଲୁକା କୃତିରେ ଭାରତୀୟ ମହିଳା କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ସୁଦର୍ଶନ…

Odisha Sports Bureau

ବିଶ୍ୱକପ୍‌ ପୂର୍ବରୁ ଟିମ ଇଣ୍ଡିଆ ପ୍ରଥମ ଅଭ୍ୟାସ ମ୍ୟାଚ୍‌

Odisha Sports Bureau